ମଦ ମିଳୁନଥିବାରୁ ନୀତିଶଙ୍କ ଉପରେ ଅସନ୍ତୋଷ ଅଛନ୍ତି ବିହାରର ମିଡ଼ିଆ: ଲଲନ ସିଂ

ଗଣମାଧ୍ୟମ ତଥା ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ବିରୋଧ କରୁଛନ୍ତି। କାରଣ ସେମାନଙ୍କୁ ମଦ ମିଳୁନାହିଁ: ଲଲନ ସିଂ

ଲଲନ ସିଂ (ପ୍ରତୀକାତ୍ମକ ଛବି)

ଲଲନ ସିଂ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ପାଟନା: ଜେଡିୟୁ ଜାତୀୟ ଅଧ୍ଯକ୍ଷ ଲଲନ ସିଂ ଏକ ବିବାଦୀୟ ବୟାନ ଦେଇଛନ୍ତି। ଲଲନ ସିଂ କହିଛନ୍ତି ଯେ ଆଜି ଗଣମାଧ୍ୟମ ତଥା ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିରୋଧରେ ଅଛନ୍ତି। କାରଣ ସେମାନଙ୍କୁ ମଦ ମିଳୁନାହିଁ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ବିହାରର ଲୋକଙ୍କ କଥା ଚିନ୍ତା କରିବେ କି ସାମ୍ବାଦିକମାନଙ୍କ ମଜା ମସ୍ତି ଦେଖିବେ ତାହା ଦ୍ଵନ୍ଦ।

ଯେବେଠୁ ଜେଡିୟୁ ଆରଜେଡି ସହିତ ଏକ ନୂତନ ସରକାର ଗଠନ କରିଛି, ସେବେ ଠାରୁ ସରକାର ନିରନ୍ତର ଆକ୍ରମଣର ଶିକାର ହେଉଛନ୍ତି। ବର୍ତ୍ତମାନ ମଦ ନିଷେଧ ଆଇନ ବିଷୟରେ ପୁଣି ଥରେ ଚର୍ଚ୍ଚା ହେଉଛି। ସମ୍ପ୍ରତି ସରକାର ଗଠନ ହେବା ମାତ୍ରେ ସାରନରେ ୮ ରୁ ଅଧିକ ଲୋକ ମଦ ପିଇ ମୃତ୍ୟୁ ବରଣ କରିଥିଲେ। ଯାହା ଫଳରେ ବିହାରରେ ମଦ ନିଷେଧ ହୋଇଯାଇଥିଲା।

ଲଲନ ସିଂ କହିଛନ୍ତି ଯେ ମହିଳାଙ୍କ ଦାବି ପୂରଣ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାରରେ ମଦ ଉପରେ ନିଷେଧାଦେଶ ଜାରି କରିଛନ୍ତି। କିନ୍ତୁ ଆଜି ଖବରକାଗଜ ଗଣମାଧ୍ୟମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଛି କାରଣ ମଦ ଉପଲବ୍ଧ ନାହିଁ।

ଏଥି ସହ ପାଟନାରେ ଶିକ୍ଷକ ପ୍ରାର୍ଥୀଙ୍କ ଉପରେ ଲାଠି ଚାର୍ଜ ଉପରେ ଏକ ବିବୃତ୍ତି ମଧ୍ୟ ଦେଇଛନ୍ତି। ଲଲନ ସିଂ କହିଛନ୍ତି ଯେ ବିଜେପି ସମଗ୍ର ଦେଶର ପରିବେଶକୁ ନଷ୍ଟ କରିବାକୁ ଚାହୁଁଛି। ବିଜେପି ବିଧବା ବିଳାପ କରୁଛି। ଗଠ ବନ୍ଧନ ଧର୍ମ କ’ଣ ତାହା ବିଜେପି ଜାଣି ନାହିଁ। ଅଟଳ ଜୀ ଓ ଆଡଭାନୀ ଜୀଙ୍କ ଦ୍ୱାରା ଏନଡିଏ ଗଠନ କରାଯାଇଥିଲା। ସେ ଜାଣିଥିଲେ କିପରି ତାଙ୍କ ସହକର୍ମୀଙ୍କୁ ସମ୍ମାନ କରିବେ।
Published by:Soumya Das
First published: