ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Tokyo Olympics: ପ୍ରି-କ୍ୱାଟରରେ ପ୍ରବେଶ କଲେ ମେରୀ କୋମ୍‌; ୧୫ ବର୍ଷ ସାନ ପ୍ରତିଦ୍ବନ୍ଦୀଙ୍କଠାରୁ ଛଡ଼େଇ ନେଲେ ବାଜି

Tokyo Olympics: ପ୍ରି-କ୍ୱାଟରରେ ପ୍ରବେଶ କଲେ ମେରୀ କୋମ୍‌; ୧୫ ବର୍ଷ ସାନ ପ୍ରତିଦ୍ବନ୍ଦୀଙ୍କଠାରୁ ଛଡ଼େଇ ନେଲେ ବାଜି

୩୮ ବର୍ଷୀୟା ମେରୀ କୋମ୍ ୧୫ ବର୍ଷ ଜୁନିୟର ଏବଂ ପାନ୍ ଆମେରିକୀୟ ଗେମ୍ସର ବ୍ରୋଞ୍ଜ ପଦକ ବିଜେତା ପ୍ରତିଦ୍ୱନ୍ଦ୍ୱୀ ବିରୁଦ୍ଧରେ ଲଢ଼ି ୪-୧ ରେ ବିଜୟୀ ହୋଇଥିଲେ।

Tokyo Olympics: ପ୍ରି-କ୍ୱାଟରରେ ପ୍ରବେଶ କଲେ ମେରୀ କୋମ୍‌; ୧୫ ବର୍ଷ ସାନ ପ୍ରତିଦ୍ବନ୍ଦୀଙ୍କଠାରୁ ଛଡ଼େଇ ନେଲେ ବାଜି
ପ୍ରି-କ୍ୱାଟରରେ ପ୍ରବେଶ କଲେ ମେରୀ କୋମ୍‌
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବକ୍ସିଂରେ ପ୍ରି-କ୍ୱାଟର ଫାଇନାଲକୁ ପ୍ରବେଶ କରିଛନ୍ତି ଛଅ ଥର ବିଶ୍ୱ ଚମ୍ପିଆନ ମେରୀ କୋମ୍‌। ରବିବାର ଉଦଘାଟନୀ ରାଉଣ୍ଡରେ ଡୋମିନିକାନ୍ ରିପବ୍ଲିକର ମିଗୁଏଲିନା ଫର୍ଣ୍ଣାଡିଜ୍ ଗାର୍ସିଆଙ୍କୁ ହରାଇ ଏମ୍ସି ମେରୀ କୋମ୍‌ (୫୧ କିଲୋଗ୍ରାମ) ଅଲିମ୍ପିକ୍ସ ଗେମ୍ସର ପ୍ରି-କ୍ୱାର୍ଟର ଫାଇନାଲରେ ପାଦ ରଖିଛନ୍ତି। ୨୦୧୨ରେ  ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ହୋଇଥିବା ୩୮ ବର୍ଷୀୟା ମେରୀ କୋମ୍‌ ୧୫ ବର୍ଷ ଜୁନିୟର ଏବଂ ପାନ୍ ଆମେରିକୀୟ ଗେମ୍ସର ବ୍ରୋଞ୍ଜ ପଦକ ବିଜେତା ପ୍ରତିଦ୍ୱନ୍ଦ୍ୱୀ ବିରୁଦ୍ଧରେ ଲଢ଼ି ୪-୧ ରେ ବିଜୟୀ ହୋଇଥିଲେ।

ପ୍ରତିଯୋଗିତା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରୋମାଞ୍ଚକର ଢ଼ଙ୍ଗରେ ମେରୀ କୋମ୍‌ କିଛି କୌଶଳ ପ୍ରଦର୍ଶନ କରିଥିଲେ ଯାହାକି ଗାର୍ସିଆଙ୍କୁ ତାଙ୍କ ପ୍ରତି ଆକ୍ରମଣ କରିବାକୁ ବାଧ୍ୟ କରିଥିଲା। ସେ ଓପନିଂ ରାଉଣ୍ଡରେ ପଛରେ ରହିଥଲେ, କିନ୍ତୁ ଅନ୍ତିମ ତିନି ମିନିଟରେ ଆକ୍ରମଣାତ୍ମକ ଭାବେ ଖେଳି ବାଜି ମାରିନେଲେ।

ମେରୀ କୋମ୍‌ ନିଜର ଡ଼ାହାଣ ହାତରେ କୌଶଳ ପ୍ରଦର୍ଶନ କରିଥିଲେ ଯାହାକି ଗାର୍ସିଆଙ୍କୁ ତାଙ୍କ ଉପରେ ପ୍ରଥମେ ଆକ୍ରମଣ କରିବାକୁ ସୁଯୋଗ ଆଣିଥିଲା। ଗାର୍ସିଆ କୁସ୍ତି ସମୟରେ ନିଜ ପେଟର ସାହାରା ନେଇଥିଲେ। ମାତ୍ର ମେରୀ କୋମ୍‌ଙ୍କ ପଞ୍ଚ ତାଙ୍କୁ ଜିତିବାକୁ ଦେଇନଥିଲା।

ଚାରି ଜଣ ଛୁଆର ମା' ମେରୀ କୋମ୍‌ କଲମ୍ବିଆର ପଦକ ବିଜେତା ଇନଗ୍ରିଟ୍ ଭାଲେନ୍ସିୟାଙ୍କ ସହ ଫାଇନାଲରେ ଖେଳିବେ ଯିଏକି ୨୦୧୬ ରିଓ ଗେମ୍ସରେ ବ୍ରୋଞ୍ଜ ପଦକ ବିଜେତା ହୋଇଥିଲେ।
Published by: Soumya Das
First published: July 25, 2021, 8:34 PM IST