ବାଦ ପଡିଲା ମୌଲାନା ଆଜାଦାଙ୍କ ପ୍ରସଙ୍ଗ
- News18 Odia
- Last Updated :
- Other, India
News18 Odia Digital
ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଆବୁଲ କଲାମ ଆଜାଦଙ୍କ ସମ୍ବନ୍ଧରେ ଥିବା ବିଷୟ ଏନସିଆରଟି ଦ୍ବାରା ପ୍ରକାଶିତ ଏକାଦଶ ଶ୍ରେଣୀ ରାଜନୀତି ବିଜ୍ଞାନ ପାଠ୍ୟପସ୍ତକରୁ ବାଦ୍ ପଡ଼ିଛି। ମହାତ୍ମା ଗାନ୍ଧିଙ୍କ ନିଧନ ଓ ସ୍ବାଧୀନତା ପରେ ତାଙ୍କର କାର୍ଯ୍ୟାବଳୀକୁ ପାଠ୍ୟପୁସ୍ତକରୁ ବାଦ୍ ଦେବାକୁ ନେଇ ବିବାଦ ଉଠିଥିବା ବେଳେ ଏବେ ମୌଲାନା ଆଜାଦ ପ୍ରସଙ୍ଗକୁ ନେଇ ବିବାଦ ଆରମ୍ଭ ହୋଇଛି।
‘କନ୍ଷ୍ଟିଚ୍ୟୁସନ- ହ୍ବାଇ ଆଣ୍ଡ୍ ହାଓ’ରୁ ଗୋଟିଏ ଲାଇନ ସଂଶୋଧନ କରି ସେଥିରେ ଥିବା ସମ୍ବିଧାନ ପ୍ରସ୍ତୁତି କମିଟି ମିଟିଂରୁ ଆଜାଦଙ୍କ ନାମ କାଟି ଦିଆଯାଇଛି। ପୂର୍ବରୁ ‘ସାଧାରଣତଃ ଜବାହରଲାଲ ନେହରୁ, ରାଜେନ୍ଦ୍ରପ୍ରସାଦ, ସର୍ଦ୍ଦାର ପଟେଲ ବା ବିଆର୍ ଆମ୍ବେଦକର ଏହି କମିଟିଗୁଡ଼ିକରେ ଅଧ୍ୟକ୍ଷତା କରୁଥିଲେ।’ ୧୯୪୬ ମସିହାରେ ଚିଠା ସମ୍ବିଧାନ ପ୍ରସ୍ତୁତିରେ ଆଜାଦଙ୍କର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। କଂଗ୍ରେସ ଅଧ୍ୟକ୍ଷ ଭାବେ ଷଷ୍ଠ ବର୍ଷରେ ବ୍ରିଟିସ କ୍ୟାବିନେଟ ମିସନ ସହ ଆଲୋଚନା କରିବା ପାଇଁ ଯାଇଥିବା ପ୍ରତିନିଧିମଣ୍ଡଳୀର ମଧ୍ୟ ସେ ନେତୃତ୍ବ ନେଇଥିଲେ।
ପୁନଶ୍ଚ ସେହି ପୁସ୍ତକର ଦଶମ ଅଧ୍ୟାୟରେ ଭାରତ ସହ ଜମ୍ମୁ-କାଶ୍ମୀରର ସର୍ତ୍ତମୂଳକ ମିଶ୍ରଣ ନେଇ ଗୋଟିଏ ଲାଇନ ମଧ୍ୟ କାଟି ଦିଆଯାଇଛି। କଟାଯାଇଥିବା ଲାଇନଟି ହେଉଛି , ଉଦାହରଣସ୍ବରୂପ, ଭାରତ ସହ ଜମ୍ମୁ-କାଶ୍ମୀର ମିଶ୍ରଣ ବେଳେ ଗୋଟିଏ ସର୍ତ୍ତ ରହିଥିଲା ଯେ ସମ୍ବିଧାନର ଧାରା ୩୭୦ ଅନୁସାରେ ଏହାର ସ୍ବୟଂଶାସନ ବ୍ୟବସ୍ଥାକୁ ସୁରକ୍ଷା ଦିଆଯିବ।’ ୨୦୧୯ ଅଗଷ୍ଟ ମାସରେ ଜମ୍ମୁ-କାଶ୍ମୀରକୁ ସ୍ବୟଂଶାସନ ମାନ୍ୟତା ଦେଉଥିବା ଧାରା ୩୭୦କୁ ଉଚ୍ଛେଦ କରାଯାଇଥିଲା। ଏହାର ଦୁଇମାସ ପରେ ଅକ୍ଟୋବର ୨୦୧୯ରେ ରାଜ୍ୟକୁ ଦୁଇଭାଗ କରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଗଲା।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।