News18 Odia Digital
MasterChef India 7 winner: ଦୀର୍ଘ ୨ବର୍ଷ ପରେ ମାଷ୍ଟରସେଫ ନିଜର ବିଜେତା ପାଇଛି। ଶାନ୍ତା ଶର୍ମା ଓ ସୁବର୍ଣ୍ଣ ବାଗୁଲଙ୍କୁ ପରାସ୍ତ କରି ନୟନଜ୍ୟୋତି ସାଇକିଆଙ୍କୁ ମାଷ୍ଟର ଚେଫ ଇଣ୍ଡିଆ ସିଜନ ୭ର ବିଜେତା ଘୋଷିତ କରାଯାଇଛି। ଶାନ୍ତା ପ୍ରଥମ ରନର୍ସ ଅପ୍ ଓ ସୁବର୍ଣ୍ଣା ଦ୍ୱିତୀୟ ରନର୍ସ ଅପ ହୋଇଛନ୍ତି ।
ବିକାଶ ଖାନ୍ନା, ଗାରିମା ଆରୋରା ଓ ରଣବୀର ବୋରା ୭ ସହରର ଅଡିସନ କରିଥିଲେ। ୨ ବର୍ଷର ବ୍ୟବଧାନ ପରେ ପରଦାକୁ ଫେରିବା ପରେ ଏହି ଶୋ ଦର୍ଶକଙ୍କ ଠାରୁ ଅପାର ପ୍ରେମ ପାଇଥିଲା। ଶୋ’ର ସପ୍ତମ ସିଜିନରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୧୬ ଜଣ ପ୍ରତିଯୋଗୀ ସେମାନଙ୍କର ରନ୍ଧନ କୌଶଳ ପ୍ରଦର୍ଶନ କରିଥିଲେ। ଅନେକ କଠିନ ଚ୍ୟାଲେଞ୍ଜ ପରସ୍ପର ପ୍ରତିଦ୍ୱନ୍ଦ୍ୱିତା କରିବା ନୟମ ବାଜି ମାରି ନେଇଛନ୍ତି।
ମାଷ୍ଟର ଚେଫ୍ ଇଣ୍ଡିଆ ସିଜନ୍ ୭ର ଗ୍ରାଣ୍ଡ୍ ଫାଇନାଲ୍ ଏପିସୋଡ୍ ଆଜି ୩୧ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ନୟନଜ୍ୟୋତି ସାଇକିଆ ଟ୍ରଫି ଜିତିନେଇଛନ୍ତି। ଜିତିବାର କିଛି ସମୟ ପରେ ପିଙ୍କଭିଲ୍ଲା ମାଷ୍ଟର ଚେଫ୍ ଇଣ୍ଡିଆ ସିଜନ୍ ୭ ବିଜେତା ନୟନଜ୍ୟୋତି ଏକ ଜାତୀୟ ଗଣମାଧ୍ୟମ ସାକ୍ଷାତକାର ଦେଇଛନ୍ତି।
ମୁଁ କଦାପି ଭାବି ନ ଥିଲି ଯେ ମୁଁ ମାଷ୍ଟର ଚେଫ୍ ଇଣ୍ଡିଆରେ ଭାଗ ନେବି। ମୁଁ ବବିଶ୍ୱାସ କରିପାରିବି ନାହିଁ ଯେ ମୁଁ ମାଷ୍ଟର ଚେଫ୍ ଇଣ୍ଡିଆ ରୋଷେଇ ଘରେ ଏତେ ସପ୍ତାହ ବିତାଇଛି। ଶେଷରେ ମୁଁ ଶୋ ଜିତିଲି। ଏହି ଶୋ’ରେ ଅଂଶଗ୍ରହଣ କରିବା ମୋର ସ୍ୱପ୍ନ ଥିଲା ଓ ମୁଁ କେବଳ ଅଂଶଗ୍ରହଣ କରିନାହିଁ ବରଂ ଶୋ’ରେ ମଧ୍ୟ ଜିତିଲି। ମୁଁ ଭାବୁଛି ଏହା ଏକ ସ୍ୱପ୍ନ ସାକାର ହେବା ପରି।
ମହଙ୍ଗା ହେଲା ମହାପ୍ରଭୁଙ୍କ ପତିତପାବନ ବାନା; ୧୧ ବର୍ଷ ପରେ ବଦଳିଲା ଦରଏହା ପୂର୍ବରୁ, ଯେତେବେଳେ ମୁଁ ଏକ ପୁସ୍ତକ କିମ୍ବା ଇଣ୍ଟରନେଟରେ ରେସିପି ପଢ଼ିଥିଲି, ମୁଁ ସିଧାସଳଖ ରେସିପି ଅନୁସରଣ କରିନଥିଲି। ମୁଁ ସବୁବେଳେ ଏହା ସହିତ ଇମ୍ପ୍ରୋଭାଇଜ୍ କିମ୍ବା ପରୀକ୍ଷଣ କରିବାକୁ ଚେଷ୍ଟା କରିଥିଲି। ବହି ଏବଂ ଇଣ୍ଟରନେଟ୍ ମୋର ଏକମାତ୍ର ପ୍ରେରଣା ଥିଲା। ମୁଁ ଭାବୁଛି ମାଷ୍ଟର ଚେଫ୍ ରୋଷେଇରେ ପରୀକ୍ଷଣ ମୋତେ ବହୁତ ସାହାଯ୍ୟ କରିଛି ମୁଁ ଅନେକ କ୍ଲାସିକ୍ ଡିସ୍ ସଜାଡିଲି ଏବଂ ସେଗୁଡିକ ଆଧୁନିକ ଉପାୟରେ ଉପସ୍ଥାପନ କଲି ମାଷ୍ଟର ଚେଫ୍ ଇଣ୍ଡିଆରେ ଯୋଗଦେବା ପରେ, ମୁଁ ବହୁତ ବିକାଶ କଲି ଓ ବିଚାରପତି ଓ ଅନ୍ୟ ଘରୋଇ ରୋଷେଇମାନଙ୍କଠାରୁ ଶିଖିଲି ଓ ଏହିପରି ମୁଁ ବ୍ୟକ୍ତିଗତ ଭାବେ ନିଜର ଉନ୍ନତି କରିପାରିଲି କହିଛନ୍ତି ନୟନ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।