ଭଦୋହିରେ ଭୟାନକ ଅଗ୍ନିକାଣ୍ଡ: ଆରତୀ ସମୟରେ ନିଆଁ ଲାଗିବାରୁ ୪ ମୃତ; ୬୪ ଆହାତ

ରବିବାର ରାତିରେ ଦୁର୍ଗା ପୂଜା ପାଣ୍ଡାଲରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୪ଜଣଙ୍କର ମୃତ୍ଯୁ ହୋଇଛି। ଆହତମାନଙ୍କ ମଧ୍ୟରେ ଅଧିକ ସଂଖ୍ଯାରେ ଉଭୟ ମହିଳା ଓ ଶିଶୁ ମଧ୍ୟ ଅଛନ୍ତି।

ଭଦୋହିରେ ଭୟାନକ ଅଗ୍ନିକାଣ୍ଡ

ଭଦୋହିରେ ଭୟାନକ ଅଗ୍ନିକାଣ୍ଡ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭଦୋହି: ଭଦୋହିରେ ନବରାତ୍ରୀ ଅବସରରେ ରବିବାର ରାତିରେ ଦୁର୍ଗା ପୂଜା ପାଣ୍ଡାଲରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୬୪ଜଣ ଆହତ ହୋଇଛନ୍ତି। କୁହାଯାଉଛି ଯେ ଏହି ଦୁର୍ଘଟଣା ଆରତୀ ସମୟରେ ଘଟିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି। ଏଥିରେ ଅଙ୍କୁଶ ସୋନି ନାମକ ଏକ ୧୨ବର୍ଷୀୟ ବାଳକ ସହ ଅନ୍ଯ ୪ଜଣଙ୍କର ମୃତ୍ଯୁ ହୋଇଛି । ଆହତମାନଙ୍କ ମଧ୍ୟରେ ଅଧିକ ସଂଖ୍ଯାରେ ଉଭୟ ମହିଳା ଓ ଶିଶୁ ମଧ୍ୟ ଅଛନ୍ତି। ଘଟଣାସ୍ଥଳରେ ବହୁ ସଂଖ୍ୟକ ପୋଲିସ ମୁତୟନ ହୋଇଥିଲେ।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସକୁ ଡକାଯାଇଥିଲା।  ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ସନ୍ ଟ୍ରମା କେନ୍ଦ୍ରରେ ଭର୍ତ୍ତି କରାଯାଇଛି।  ଘଟଣାସ୍ଥଳରେ ବିଶୃଙ୍ଖଳା ଓ ପାଟିତୁଣ୍ଡ ହୋଇଥିଲା। କୁହାଯାଉଛି ଯେ ଆରତୀ ପ୍ରଦର୍ଶନ କରିବା ସମୟରେ ସ୍ପାର୍କ ହୋଇ ନିଆଁ ଲାଗିଯାଇଥିଲା। ଜିଲ୍ଲା ମାଜିଷ୍ଟ୍ରେଟ ଓ ପୋଲିସ ଅଧୀକ୍ଷକ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ନିଆଁ ଏତେ ଭୟଙ୍କର ଥିଲା ଯେ ପୁରା ପାଣ୍ଡାଲ ପାଉଁଶ ହୋଇଯାଇଥିଲା ଓ ସେଠାରେ ରଖାଯାଇଥିବା ସମସ୍ତ ଜିନିଷ ଜଳି ଯାଇଥିଲା। ତଥାପି, ମୂର୍ତ୍ତିଗୁଡ଼ିକର କୌଣସି କ୍ଷତି ହୋଇନାହିଁ।

ପୋଲିସ ଅଧିକାରୀ ଦାବି କରିଛନ୍ତି, 'ଅରାଇ ସହରରେ ରାତି ପ୍ରାୟ ୯ଟା ସମୟରେ ଦୁର୍ଗା ପାଣ୍ଡାଲରେ ନିଆଁ ଲାଗିଯାଇଥିଲା। ଆରତୀ ସମୟରେ ସେଠାରେ ଅନେକ ଲୋକ ଉପସ୍ଥିତ ଥିଲେ। ଏଥିରେ ୧୦-୧୫ଜଣ ଲୋକ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଟ୍ରମା ସେଣ୍ଟରକୁ ପଠାଯାଇଛି।

ପାଣ୍ଡାଲରେ ନିଆଁକୁ ଆୟତ୍ତ କରିବା ପାଇଁ ନିର୍ଦ୍ଦେଶ ସହ ସିଏମ ଯୋଗୀ ଆଦିତ୍ୟନାଥ ଦୁର୍ଘଟଣାରେ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।  ସେ ଆହତମାନଙ୍କୁ ଶୀଘ୍ର ସୁସ୍ଥ ହେବାକୁ କାମନା କରିଥିଲେ। ଏଥିସହ ସେ ଜିଲ୍ଲା ମାଜିଷ୍ଟ୍ରେଟ ଓ ପୋଲିସର ଉଚ୍ଚ ପଦାଧିକାରୀଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଘଟଣାସ୍ଥଳରେ ଉଦ୍ଧାର କାମ ଚାଲିଛି।
Published by:Soumya Das
First published: