News18 Odia Digital
Russia-Ukraine War: ଋଷ-ୟୁକ୍ରେନ ଯୁଦ୍ଧ ନିରନ୍ତର ଜାରି ରହିଛି। ଋଷ ଦଖଲ କରିଥିବା କ୍ରିମିଆରେ ଏକ ବଡ଼ ବିସ୍ଫୋରଣ ଘଟିଥିବାର ଖବର ରହିଛି। କ୍ରିମିଆ-ଋଷ ମଧ୍ୟରେ ଥିବା ଏହି ବ୍ରିଜ ଉପରେ ପ୍ରବଳ ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ବହୁ କ୍ଷୟକ୍ଷତି ମଧ୍ୟ ହୋଇଛି।
ରାସ୍ତାର ଏକ ଅଂଶ ଗୋଟିଏ ପାର୍ଶ୍ୱରେ ଖସିପଡ଼ିଥିବା ବେଳେ ଟ୍ରେନରେ ନିଆଁ ଲାଗିଯାଇଥିଲା। ତେବେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ।
କୁହାଯାଉଛି ଯେ ଏହି ବିସ୍ଫୋରଣ ହଠାତ୍ ଘଟିଛି। ଆଗାମୀ କିଛି ଦିନ ଧରି ଏହି ବ୍ରିଜ ଉପରେ କୌଣସି ପ୍ରକାରର ଗତିବିଧି ହେବ ନାହିଁ। ତେବେ ଏହି ଆକ୍ରମଣ ୟୁକ୍ରେନ ଦ୍ୱାରା କରାଯାଇଛି ବୋଲି ଚର୍ଚ୍ଚା ଜୋର ଧରିଛି।
ବର୍ତ୍ତମାନ ସୁଦ୍ଧା ଏ ସମ୍ପର୍କରେ କେହି ନିଜକୁ ଦାୟୀ କରିନାହାଁନ୍ତି। ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଋଷର ଅଧିକୃତ କ୍ରିମିଆକୁ ଅନେକ ଥର ଆକ୍ରମଣ କରାଯାଇଛି। ପୂର୍ବରୁ ଋଷର ବ୍ଲାକ୍ ସି ଫ୍ଲାଇଟ୍ ନିକଟରେ ବୋମା ବିସ୍ଫୋରଣ ମାମଲା ଘଟିଥିଲା । ଆଉ ବର୍ତ୍ତମାନ କ୍ରିମିଆର ବ୍ରିଜକୁ ଟାର୍ଗେଟ କରାଯାଇଛି। ଏହାପୂର୍ବରୁ କ୍ରିମିଆରେ ବିସ୍ଫୋରଣ ପରେ ହଜାର ହଜାର ଲୋକଙ୍କୁ ଏଠାରୁ ସ୍ଥାନାନ୍ତର କରାଯାଇଥିଲା।
ଋଷ କ୍ରିମିଆ ଦଖଲ କରିଥିଲା୨୦୧୪ରେ, ଋଷ କ୍ରିମିଆ ଦଖଲ କରିଥିଲା। ୨୦୧୪ ଫେବୃଆରୀ ୨୭ରେ, ଋଷ ସୈନ୍ୟମାନେ କ୍ରିମିଆ ଦଖଲ କରିଥିଲେ। ସୋଭିଏତ୍ ୟୁନିଅନର ବିଲୋପ ପରେ ଋଷର ଅଧିକାଂଶ ଲୋକଙ୍କ ସହ ଏହି ସହର ଋଷ ଦ୍ବାରା ୟୁକ୍ରେନକୁ ହସ୍ତାନ୍ତର କରାଯାଇଥିଲା। ଏହି ଦଖଲ ପରେ ୨୦୧୪ ମାର୍ଚ୍ଚ ୧୬ରେ କ୍ରିମିଆରେ ଓ ୨୦୧୪ ମାର୍ଚ୍ଚ ୨୧ରେ ଋଷ କ୍ରିମିଆକୁ ଔପଚାରିକ ଭାବରେ କବଜା କରିଥିଲା
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।