News 18 Odia Digital
ନୂଆଦିଲ୍ଲୀ : ତାଇୱାନରେ ୭.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଛି । ତାଇୱାନର ୟୁଜିଙ୍ଗ ଜିଲ୍ଲାର ୮୫ କିଲୋମିଟର ପୂର୍ବରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ହୋଇଥିବା ଜଣାପଡିଛି । ଭାରତୀୟ ସମୟ ଅନୁଯାୟୀ ରାତି ପ୍ରାୟ ୧୨.୧୪ ରେ ଭୂକମ୍ପ ହୋଇଛି ।
ଆମେରିକାର ଭୂତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ଏହି ଭୂକମ୍ପକୁ ଆକଳନ କରିଛି । କମ୍ପନ ପରେ କେନ୍ଦ୍ର ତାଇୱାନରେ ସୁନାମିର ଚେତାବନୀ ମଧ୍ୟ ଦିଆହୋଇଛି ବୋଲି ଯାହା ସୂଚନା ମିଳିଛି ।
ଶନିବାର ରାତିରେ ତାଇୱାନର ପୂର୍ବ ଉପକୂଳରେ ୬.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା । ଏହି ଭୂକମ୍ପ ଯୋଗୁଁ ଧନଜୀବନ ହାନୀର କୌଣସି ସୂଚନା ନାହିଁ । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ ଉତ୍ତର ଉପକୂଳବର୍ତ୍ତୀ ସହର ତେଙ୍ଗୁଙ୍ଗ ଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ପୂର୍ବାହ୍ନ ସାଢେ ୯ଟାରେ ଏହି ଭୂକମ୍ପ ହୋଇଥିଲା। ଏହାର କେନ୍ଦ୍ର ୧୦ କିଲୋମିଟର ଗଭୀରରେ ଥିଲା ।
ତାଇୱାନ ନିୟମିତ ଭାବରେ ଭୂକମ୍ପ ସୃଷ୍ଟି ହୁଏ କାରଣ ଦ୍ୱୀପଟି ଦୁଇଟି ଟେକ୍ଟୋନିକ୍ ପ୍ଲେଟର ମିଳନ ନିକଟରେ ଅବସ୍ଥିତ ହୋଇଥିବାରୁ । ୭.୦ ମ୍ୟାଗ୍ନିଚ୍ୟୁଡରୁ ଅଧିକ ଭୂକମ୍ପ ଅଧିକ ନହେବା ପର୍ଯ୍ୟନ୍ତ ଏହି ଦ୍ୱୀପ ଗୁଡ଼ିକୁରେ ସୁନାମି ଚେତାବନୀ ଦିଆହୁଏ ନାହିଁ । ୟୁଏସଜିଏସ ଆକଳନ କରିଛି ଯେ ଶନିବାର ଦିନ ହୋଇଥିବା ଭୂକମ୍ପ ଦ୍ଵାରା ଆହତ ହେବାର ସମ୍ଭାବନା କମ୍ ରହିଛି, ଯଦିଓ କିଛି କ୍ଷତି ସମ୍ଭବ ବୋଲି କହିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।