VIDEO: ଲେବାନନ୍‌ରେ ଭୀଷଣ ବୋମା ବିସ୍ଫୋରଣ; ୨୫ ମୃତ; ଭାରତୀୟ ମହିଳା ସାମ୍ବାଦିକ ଆହତ ହେଲେ

ବୋମା ବିସ୍ଫୋରଣରେ ଅତି କମରେ ୨୫ ଜଣ ଲୋକ ସଙ୍ଗେ ସଙ୍ଗେ ପ୍ରାଣ ହରେଇଛନ୍ତି ଓ ୨,୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ବୋଲି ଜଣା ପଡ଼ିଛି । ମୃତ୍ୟୁ ସଂଖ୍ୟା ବହୁତ ଅଧିକ ହୋଇପାରେ ବୋଲି କୁହାଯାଉଛି ।

VIDEO: ଲେବାନନ୍‌ରେ ଭୀଷଣ ବୋମା ବିସ୍ଫୋରଣ; ୨୫ ମୃତ; ଭାରତୀୟ ମହିଳା ସାମ୍ବାଦିକ ଆହତ ହେଲେ
ଦୁଇ ଦୁଇଟି ବୋମା ବିସ୍ଫୋରଣରେ ଦୋହଲିଯାଇଛି ବେରୁଟ୍ ସହର ।
  • News18 Odia
  • Last Updated: August 5, 2020, 1:29 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବେରୁଟ୍: ଲେବାନାନର ରାଜଧାନୀ ବେରୁଟରେ (Lebnan's Capital Berut) ଦୁଇ ଦୁଇଟି ଭୀଷଣ ବୋମା ବିସ୍ଫୋରଣରେ (Bomb Blast) ଅନେକ ଲୋକ ଆହତ ହୋଇଛନ୍ତି । ମଙ୍ଗଳବାର ଅପରାହ୍ଣରେ ହୋଇଥିବା ଏହି ଦୁଇଟି ବିସ୍ଫୋରଣରେ ସହରର ଅନେକ ଅଂଶ କମ୍ପି ଉଠିଥିଲା ଓ ସହରରୁ ଘନ କଳା ଧୂଆଁ ବାହାରିବାକୁ ଲାଗିଥିଲା ।

ବେଟୁଟର ବାସିନ୍ଦାମାନେ କହିଛନ୍ତି ଯେ ବିସ୍ଫୋରଣ ଦୁଇଟି ଏତେ ଭୀଷଣ ଥିଲା ଯେ ଘରଗୁଡ଼ିକର ଝରକା ଓ ଛାତ ଭାଙ୍ଗି ଯାଇଥିଲା । ଏହି ବିସ୍ଫୋରଣ ବେରୁଟ ବନ୍ଦର ପରିସରରେ ଘଟିଛି ଓ ବ୍ୟାପକ କ୍ଷୟକ୍ଷତି କରିଥିବା ଜଣାପଡ଼ିଛି । ଅତି କମରେ ୨୫ ଜଣ ଲୋକ ସଙ୍ଗେ ସଙ୍ଗେ ପ୍ରାଣ ହରେଇଛନ୍ତି ଓ ୨,୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ବୋଲି ଜଣା ପଡ଼ିଛି ।

ବେରୁଟ ବନ୍ଦର ନିକଟରେ ଥିବା ଆସୋସିଏଟ୍ ପ୍ରେସର ଜଣେ ଫଟୋଗ୍ରାଫର ଲୋକଙ୍କୁ ଭୂଇଁରେ ଆହତ ଅବସ୍ଥାରେ ପଡ଼ିଥିବାର ଦେଖିଥିଲେ । କେନ୍ଦ୍ରୀୟ ବେରୁଟରେ ମଧ୍ୟ ବ୍ୟାପକ ଧ୍ୱଂସ ଲୀଳା ଦେଖିବାକୁ ମିଳିଥିଲା । କେତେକ ସ୍ଥାନୀୟ ଟିଭି ଷ୍ଟେସନ୍ ସେମାନଙ୍କ ସମ୍ବାଦରେ କହିଛନ୍ତି ଯେ ଏହି ବିସ୍ଫୋରଣ ଦୁଇଟି ବେରୁଟର ସେହି ସ୍ଥାନରେ ହୋଇଛି ଯେଉଁଠି ପଟକା (ବାଣ) ରଖାଯାଇଥିଲା ।

ବୋମା ବିସ୍ଫୋରଣର ଏକ ଦୃଶ୍ୟ


ଆଞ୍ଚଲ ଭୋରାଙ୍କ ଘର ବି ଜଳିଗଲା, ଗୁରୁତର ଆହତ ହେଲେ

ଲେବାନନରେ ରହୁଥିବା ଭାରତୀୟ ସାମ୍ବାଦିକ ଆଞ୍ଚଲ ଭୋରା ଟ୍ୱିଟ୍ କରି କହିଛନ୍ତି ଯେ ବେଟୁଟରେ ହୋଇଥିବା ବୋମା ବିସ୍ଫୋରଣରେ ତାଙ୍କ ଘର ବି ଜଳି ଯାଇଛି । ‘‘ମୋ’ ଦେହରୁ ରକ୍ତସ୍ରାବ ହେଉଛି,’’ ସେ ଲେଖିଛନ୍ତି ।



ଦେଖନ୍ତୁ ବିସ୍ଫୋରଣର ଦୁଇଟି ଲୋମହର୍ଷକ ଭିଡିଓ:





ଲେବାନନ୍ ଦୁଆଳିଆ ହେବା ଅବସ୍ଥାରେ

ଲେବାନନ୍ ଦ୍ରୁତ ଗତିରେ ଅର୍ଥନୈତିକ ସଙ୍କଟ ଭିତରକୁ ପ୍ରବେଶ କରୁଛି । ଋଣ ପରିଶୋଧରେ ଅସାମର୍ଥ୍ୟ, ଅନୁଷ୍ଠାନଗୁଡ଼ିକର ବିଭାଜନ, ଉଚ୍ଚ ମୁଦ୍ରାସ୍ଫୀତି ଓ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦାରିଦ୍ର୍ୟ ଆଡ଼କୁ ଗତି କରୁଛି ଏହି ଦେଶ । ଲେବାନନର ଏହି ସବୁ ସଙ୍କଟକୁ କରୋନା ମହାମାରୀ ଆହୁରି ଭୟଙ୍କର କରିଦେଇଛି । ଆରବରେ ବିବିଧତା ଓ ମିଳନର ଆଦର୍ଶ ମଡେଲ ଭାବରେ ସ୍ଥାପିତ ହୋଇଥିବା ଲେବାନନର ବିଘଟନ ଘଟିବା ଓ ସେଠାରେ ଅରାଜକତା ଦେଖାଦେବାର ସମ୍ଭାବନା ସୃଷ୍ଟି ହୋଇଛି ।

ଲେବାନନ୍ ନିଜେ ଏହି ସମସ୍ୟା ସୃଷ୍ଟି କରିଛି

ଲେବାନନ୍‌ ୧୮ଟି ଧାର୍ମିକ ଦଳ, ଏକ ଦୁର୍ବଳ କେନ୍ଦ୍ର ସରକାର ଓ ଶକ୍ତିଶାଳୀ ପଡ଼ୋଶୀଙ୍କ କାରଣରୁ ସର୍ବଦା ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱିତାର ଶିକାର ହୋଇଛି । ଏହା ଯୋଗୁଁ ରାଜନୈତିକ ନିଷ୍କ୍ରିୟତା ଓ ହିଂସାର ସାମ୍ନା କରିବାକୁ ପଡ଼ିଛି । ଇରାନ ଓ ସାଉଦି ଆରବ ମଧ୍ୟରେ ଚାଲିଥିବା ପ୍ରତିଦ୍ୱନ୍ଦିତାର ଶିକାର ହୋଇଆସୁଛି ଲେବାନନ୍ ।

ଏହା ବି ପଢ଼ନ୍ତୁ | ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ: ମୁମ୍ବାଇ ପୋଲିସର ଅବହେଳାରୁ ଦିଶାଙ୍କ ମୃତ୍ୟୁ ସହ ଜଡ଼ିତ ଫାଇଲ୍ ଡିଲିଟ୍ ହୋଇଛି

ଏହା ବି ପଢ଼ନ୍ତୁ | ନିଜ ପ୍ରେମକୁ ଲୁଚାଇବାକୁ ହତ୍ୟାକାରୀ ହେଲା ଭଉଣୀ, ପ୍ରେମିକ ସହ ମିଶି ସାନ ଭାଇକୁ ମାରିଦେଲା



କିନ୍ତୁ ବର୍ତ୍ତମାନର ସମସ୍ୟା ଲେବାନନ୍ ନିଜେ ସୃଷ୍ଟି କରିଛି, ଯାହା ଦଶନ୍ଧି ଦଶନ୍ଧି ଧରି ଏକ ଦୁର୍ନୀତିଗ୍ରସ୍ତ ଓ ଲୋଭଗ୍ରସ୍ତ ରାଜନୈତିକ ଶ୍ରେଣୀ ଯୋଗୁଁ ଗଢ଼ି ଉଠିଛି ଓ ଦେଶର ଅର୍ଥନୀତିର ପ୍ରତ୍ୟେକ କ୍ଷେତ୍ରକୁ କବଳିତ କରିଛି ।
Published by: Anand Shankar Thankur Das
First published: August 5, 2020, 1:29 AM IST
corona virus btn
corona virus btn
Loading