ନାଗ୍ରୋଟା ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀଙ୍କୁ ପାକିସ୍ତାନର ମସୁଦ ଅଜହରଙ୍କ ଭାଇ ନିର୍ଦ୍ଦେଶ ଦେଉଥିଲେ-ସୂତ୍ର

ଗୁପ୍ତଚର ଏଜେନ୍ସି ଅନୁଯାୟୀ ଏହି ସମସ୍ତ ଆତଙ୍କବାଦୀଙ୍କୁ (Terrorist) ଜିଲ୍ଲା ବିକାଶ ପରିଷଦ ନିର୍ବାଚନ ସମୟରେ ଏକ ବଡ଼ ଆକ୍ରମଣ ଉଦ୍ଦେଶ୍ୟରେ ପଠାଯାଇଥିଲା ଓ ପାକିସ୍ତାନରେ ବସିଥିବା ଜୈଶ ମୁଖ୍ୟ ମସୁଦ ଅଜହରଙ୍କ (Masood Azhar) ଭାଇ ରଉଫ ଲାଲାଙ୍କ ସହ ଲଗାତାର ଯୋଗାଯୋଗ ରଖିଥିଲେ ।

ନାଗ୍ରୋଟା ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀଙ୍କୁ ପାକିସ୍ତାନର ମସୁଦ ଅଜହରଙ୍କ ଭାଇ ନିର୍ଦ୍ଦେଶ ଦେଉଥିଲେ-ସୂତ୍ର
ନାଗ୍ରୋଟା ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀଙ୍କୁ ପାକିସ୍ତାନର ମସୁଦ ଅଜହରଙ୍କ ଭାଇ ନିର୍ଦ୍ଦେଶ ଦେଉଥିଲେ-ସୂତ୍ର
  • News18 Odia
  • Last Updated: November 21, 2020, 10:58 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନାଗ୍ରୋଟା: ଜମ୍ମୁର ନାଗ୍ରୋଟା (Nagrota) ଠାରେ ଗୁରୁବାର ଦିନ ଏନକାଉଣ୍ଟରରେ ନିହତ ହୋଇଥିବା ଜୈଶ-ଏ-ମହମ୍ମଦ(Jaish-e-Mohammed) ସମସ୍ତ ଚାରି ଆତଙ୍କବାଦୀ ପାକିସ୍ତାନର ଥିଲେ । ଗୁପ୍ତଚର ଏଜେନ୍ସି ଅନୁଯାୟୀ ଏହି ସମସ୍ତ ଆତଙ୍କବାଦୀଙ୍କୁ ଜିଲ୍ଲା ବିକାଶ ପରିଷଦ ନିର୍ବାଚନ ସମୟରେ ଏକ ବଡ଼ ଆକ୍ରମଣ ଉଦ୍ଦେଶ୍ୟରେ ପଠାଯାଇଥିଲା ଓ ପାକିସ୍ତାନରେ ବସିଥିବା ଜୈଶ ମୁଖ୍ୟ ମସୁଦ ଅଜହରଙ୍କ (Masood Azhar) ଭାଇ ରଉଫ ଲାଲାଙ୍କ ସହ ଯୋଗାଯୋଗ ଜାରି ରଖିଥିଲେ । ଅନୁସନ୍ଧାନକାରୀ ସଂସ୍ଥା କହିଛି ଯେ ଯେତେବେଳେ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ହୋଇଥିଲା, ସେତେବେଳେ ରଉଫ ଲାଲା ଏହି ସମସ୍ତ ଆତଙ୍କବାଦୀଙ୍କୁ ନିର୍ଦ୍ଦେଶ ଦେଉଥିଲେ।

ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକ ବର୍ତ୍ତମାନ ଦୃଢ଼ ପ୍ରମାଣ ପାଇଛନ୍ତି ଯେ ଏହି ଜୈଶ ଆତଙ୍କବାଦୀଙ୍କୁ ପାକିସ୍ତାନରୁ ପଠାଯାଇଛି ଓ ସେଠାରୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା । ଅନୁସନ୍ଧାନକାରୀ ସଂସ୍ଥା ଆତଙ୍କବାଦୀଙ୍କ ନିକଟରୁ ପାକିସ୍ତାନୀ କମ୍ପାନୀର ଡିଜିଟାଲ ମୋବାଇଲ୍ ରେଡିଓ (ଡିଏମଆର) ଉଦ୍ଧାର କରିଛି । କେବଳ ଏତିକି ନୁହେଁ, ଆତଙ୍କବାଦୀଙ୍କଠାରୁ ମିଳିଥିବା ମୋବାଇଲର ବାର୍ତ୍ତା ଦେଖିବା ପରେ ଏହା ସ୍ପଷ୍ଟ ଯେ ଆତଙ୍କବାଦୀମାନେ ପାକିସ୍ତାନରେ ବସିଥିବା ବସ୍ମାନଙ୍କ ସହିତ ନିରନ୍ତର ଯୋଗାଯୋଗ କରୁଥିଲେ । ଏଜେନ୍ସି ସନ୍ଦେହ କରୁଛି ଯେ ଏହି ବାର୍ତ୍ତା ପାକିସ୍ତାନର ଶାକରଗଡରୁ ପଠାଯାଇଛି ।

ଗୁପ୍ତଚର ଏଜେନ୍ସି ଅନୁଯାୟୀ ଡିଜିଟାଲ୍ ମୋବାଇଲ୍ ରେଡିଓ ପାକିସ୍ତାନ ଭିତ୍ତିକ କମ୍ପାନୀ ମାଇକ୍ରୋ ଇଲେକ୍ଟ୍ରୋନିକ୍ସ ଦ୍ୱାରା ନିର୍ମିତ । ଏହି ବାର୍ତ୍ତା ଦେଖିବା ପରେ ଏହା ସ୍ପଷ୍ଟ ହୋଇଛି ଯେ ପାକିସ୍ତାନ ପୁଣି ଥରେ ଭାରତରେ ଏକ ବଡ଼ ଆତଙ୍କବାଦୀ ଷଡଯନ୍ତ୍ର ରଚନା କରିବାକୁ ଯୋଜନା କରୁଛି । ଏହା ସହିତ ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ମିଳିଥିବା ଆତଙ୍କବାଦୀଙ୍କ ଜୋତା ମଧ୍ୟ ପାକିସ୍ତାନର କରାଚିରେ ତିଆରି ହୋଇଛି । ଏହା ସହିତ ଏକ ବେତାର ସେଟ୍ ଓ ଏକ ଜିପିଏସ୍ ଡିଭାଇସ୍ ମଧ୍ୟ ଉଦ୍ଧାର କରାଯାଇଛି । ଯାହାର ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ସମସ୍ତ ଉପକରଣ ପାକିସ୍ତାନରୁ ନିଆଯାଇଛି ।

କିଛି ଦିନ ପୂର୍ବେ ଶକ୍କରଗଡରେ ଦେଖାଯାଇଥିଲା ରଉଫ ଲାଲା
ଗୁପ୍ତ ସୂଚନା ଅନୁଯାୟୀ ରଉଫ ଲାଲା କିଛି ଦିନ ପୂର୍ବରୁ ଜମ୍ମୁର ସାମ୍ବାରେ ଓ ପାକିସ୍ତାନର ଶକ୍କରଗଡର ହିରାନଗର ସେକ୍ଟରରେ ଦେଖିବାକୁ ମିଳିଥିଲା । ୩୧ ଜାନୁଆରୀରେ ରଉଫ ଲାଲା ମଧ୍ୟ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବାକୁ ଷଡଯନ୍ତ୍ର କରିଥିଲେ । କିନ୍ତୁ ସୁରକ୍ଷା ବାହିନୀ ତାଙ୍କୁ ବାନ୍ ଟୋଲ ପ୍ଲାଜା ନିକଟରେ ଘେରି ହତ୍ୟା କରିଥିଲେ ।
Published by: Jagdish Barik
First published: November 21, 2020, 10:58 AM IST
corona virus btn
corona virus btn
Loading