ନୂଆ ରୂପରେ ଲଞ୍ଚହେଲା ମାରୁତି ସୁଜୁକିର ସିଆଜ-ଏସ୍, ଜାଣନ୍ତୁ ଏହାର ଦାମ୍ ଏବଂ ବିଶେଷତ୍ବ ସମ୍ପର୍କରେ

ମାରୁତି ସୁଜୁକି ସିଆଜ-ଏସ୍ ର ବାହାର ଏବଂ ଭିତରରେ ବହୁତ ପରିବର୍ତ୍ତନ କରାଯାଇଛି । ଫଳରେ ଏହା ଏହି କାର୍ କୁ ଏକ ନୂତନ ଏବଂ ଜବରଦସ୍ତ ଲୁକ୍ ଦେଉଛି ।

ନୂଆ ରୂପରେ ଲଞ୍ଚହେଲା ମାରୁତି ସୁଜୁକିର ସିଆଜ-ଏସ୍, ଜାଣନ୍ତୁ ଏହାର ଦାମ୍ ଏବଂ ବିଶେଷତ୍ବ ସମ୍ପର୍କରେ
ମାରୁତି ସୁଜୁକି ସିଆଜ-ଏସ୍
  • News18 Odia
  • Last Updated: January 25, 2020, 6:06 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ମାରୁତି ସୁଜୁକି ଭାରତରେ ତାର ନୂଆ ସିଆଜ-ଏସ୍ କୁ ଲଞ୍ଚ କରିଦେଇଛି । ଟପ୍ ସେଫ୍ ଆଲଫା ଭେରିଏଣ୍ଟର ବିଏସ୍-୬ ବର୍ଗର ଏହି କାରର ପ୍ରାରମ୍ଭିକ ମୂଲ୍ୟ ୧୦.୦୮ ଲକ୍ଷ ରଖାଯାଇଛି । ଏହି ନୂଆ କାରର ଭିତର ଏବଂ ବାହାରକୁ ବହୁତ ପରିବର୍ତ୍ତନ କରାଯାଇଥିବାରୁ ସୀ ସେଗମେଣ୍ଟର ସିଡାନକୁ ବହୁତ ଆକର୍ଷଣୀୟ ଲୁକ୍ ଦେଉଛି । କଲର କଥା ଦେଖିଲେ ପ୍ରିମିୟମ ସିଲଭର, ସ୍ନୋ ହ୍ବାଇଟ ଏବଂ ସେଗ୍ରିୟା ରେଡ କେଟେଗେରିରେ ଏହା ଉପଲବ୍ଧ ହେଉଛି । ଏହା ଛଡ଼ା ଅନ୍ୟ ଛୋଟବଡ଼ ପରିବର୍ତ୍ତନ ମଧ୍ୟ କରାଯାଇଛି ।

ସିଅଜ-ଏସ୍ ର ପଛ ଲୁକ୍


ମାରୁତି ବଡ଼ କାର ନିର୍ମାତା କମ୍ପାନୀ ହୋଇଥିଲେ ବି ଗତ ବର୍ଷ ଅଟୋମୋବାଇଲ ସେକ୍ଟରରେ ଆସିଥିବା ମାନ୍ଦାବସ୍ଥାର ପ୍ରଭାବ ମାରୁତି ଉପରେ ମଧ୍ୟ ପଡ଼ିଥିଲା । ଯାହା ଫଳରେ ଲୋକମାନେ ମଧ୍ୟମ ଧରଣର ଏବଂ କମ୍ପାକ୍ଟ ଏସୟୁଭି ଅପସନ ଉପରେ ବିଚାର କରିଥିଲେ ।

ଏହି ସିଆଜ-ଏସ୍ ରେ ୧୬ ଇଞ୍ଚର କଳା ଗ୍ଲସ ଏଲୋଏ ହ୍ବିଲ ରହିଛି । ଏହାର ଇଣ୍ଟେରିୟର କଳା ରହିଛି ଏବଂ ଷ୍ଟାଣ୍ଡାର୍ଡ଼ ଭେରିଏଣ୍ଟର ଡୁଆଲ ଟୋନ୍ ବୀଜ ବ୍ଲାକ ଥିମ ହେବ । ସିଆଜ ୨୦୧୪ରେ ଲଞ୍ଚ ହୋଇଥିବାବେଳେ ୨.୭ ଲକ୍ଷ ୟୁନିଟ ବିକ୍ରି ହୋଇସାରିଛି । ସିଆଜ  ମାରୁତିର ଅନ୍ୟତମ ଅଧିକ ବିକ୍ରି ହେଉଥିବା ଗାଡ଼ି ଗୁଡ଼ିକ ମଧ୍ୟରେ ଗଣାଯାଏ ।

ସିଆଜ-ଏସ୍ ର ସାଇଡ ଲୁକ୍


ଏହି ନୂଆ ସିଆଜର ସାଇଡ ଏବଂ ଫଛରେ ବିଙ୍ଗ ମିରର କ୍ୟାପ ସହିତ ଅଣ୍ଡର ବଡି ସ୍ପାଇଲର୍ସ ରହିଛି । ଏହା ସହ ଏଥିରେ ଫଗ ଲ୍ୟାମ୍ପ ମଧ୍ୟ ରହିଛି । ନିକଟରେ ମାରୁତି ସୁଜୁକି ପାଞ୍ଚ ଲକ୍ଷ ବିଏସ୍-୬ କାର ବିକ୍ରି କରିଥିବାର ଦାବି କରିଥିଲା । କମ୍ପାନୀ ଅପ୍ରେଲ ୨୦୧୯ରେ ବିଏସ୍-୬ କାର ଅପଡେଟ କରିବା ଆରମ୍ଭ କରିଦେଇଥିଲା ।

୧.୫ ଲିଟର ଡିଡିଆଇଏସ୍ ଡିଜେଲ ଇଞ୍ଜିନକୁ ବନ୍ଦର କରିବା ପରେ ସିଆଜକୁ ୧.୫ ଲିଟର ଚାରିଟି ସିଲିଣ୍ଡର ଯୁକ୍ତ କେ୧୫ବି ମାଇଲ୍ଡ ହାଇବ୍ରିଡ ପେଟ୍ରୋଲ ୟୁନିଟ ଇଞ୍ଜିନ ପ୍ରଡକସନ୍ କାମ ଆରମ୍ଭ କରିଦେଇଥିଲା ।

 

 
First published: January 25, 2020, 6:06 PM IST