News18 Odia Digital
Maoist attack in Dantewada: ଛତିଶଗଡ଼ ଦନ୍ତେୱାଡାରେ ବଡ଼ଧରଣର ନକ୍ସଲ ଆକ୍ରମଣ। ଆକ୍ରମଣରେ ୧୧ ଜଣ ଯବାନ ସହିଦ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୦ ପୋଲିସ ଅଧିକାରୀ, ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।
ବିସ୍ଫୋରଣ କରି ଯବାନଙ୍କ ଗାଡ଼ି ଉଡ଼ାଇଲେ ନକ୍ସଲ । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଅପରେସନରେ ଯାଉଥିବା ଯବାନଙ୍କୁ ଆମ୍ବୁସ ଲଗାଇ ଆକ୍ରମଣ ହୋଇଛି ।
ନକ୍ସଲମାନେ IED ବ୍ଲାଷ୍ଟ କରିଥିବା ସୂଚନା ଆକ୍ରମଣ ପରେ ଜୋରଦାର ହେଲା କମ୍ବିଂ ଅପରେସନ।
ପଢ଼ନ୍ତୁ ଏହି ଖବର: ଝିଅ ଥିଲେ ବାପା-ମା'ଙ୍କୁ ୧୫ ହଜାର ଟଙ୍କା ଦେଉଛନ୍ତି ଯୋଗୀ ସରକାର; ଏହି ସ୍କିମରେ କରନ୍ତୁ ଆବେଦନଆରାନପୁରରେ ମାଓବାଦୀଙ୍କ ଉପସ୍ଥିତି ବିଷୟରେ ଏକ ଟିପ୍ ଅଫ୍ ଉପରେ କାର୍ଯ୍ୟ କରି DRGର ଏକ ଟିମ୍ ନକ୍ସଲ ବିରୋଧୀ ଅପରେସନ୍ କରିବାକୁ ଯାଇଥିଲେ। ଏହି ଟିମ୍ ଏକ ଗାଡ଼ିରେ ନିଜ ମୁଖ୍ୟାଳୟକୁ ଫେରୁଥିବାବେଳେ ଆରାନପୁର ରାସ୍ତାରେ ଲଗାଯାଇଥିବା IED ବିସ୍ଫୋରଣରେ ଘଟିଥିଲା। ଯାହାଦ୍ବାରା ୧୧ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।