ଅନେକ ଲୋକ ମୋ ଆତ୍ମନିର୍ଭର ଭାରତର ମଜାକ ଉଡ଼ାଇଥିଲେ: ମୋଦି

5G Launch: ପିଏମ ମୋଦି କହିଛନ୍ତି ଯେ ଆଜି ଇଣ୍ଟରନେଟ ବ୍ୟବହାର କରୁଥିବା ପ୍ରତ୍ୟେକ ବ୍ୟକ୍ତି ବୁଝୁଛନ୍ତି ଯେ ୫ଜି ଇଣ୍ଟରନେଟର ସମ୍ପୂର୍ଣ୍ଣ ସ୍ଥାପତ୍ୟକୁ ବଦଳାଇବ।

୫ଜି ଲଞ୍ଚ ସମୟରେ ଏମିତି କହିଲେ ପିଏମ ମୋଦି

୫ଜି ଲଞ୍ଚ ସମୟରେ ଏମିତି କହିଲେ ପିଏମ ମୋଦି

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଭାରତରେ ୫ଜି ଟେକ୍ନୋଲୋଜି ଲଞ୍ଚ କରିଛନ୍ତି। ଏହାସହ ସେ କହିଛନ୍ତି ଯେ ଡିଜିଟାଲ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣରେ ଏହା ଏକ ବଡ଼ ପଦକ୍ଷେପ।

୫ଜି ଲଞ୍ଚ ଅବସରରେ ମୋଦି ନିଜ ଭାଷଣରେ କହିଛନ୍ତି, ‘‘ମୋର ଆତ୍ମନିର୍ଭରଶୀଳ ଭାରତର ସ୍ୱପ୍ନକୁ ଅନେକ ଲୋକ ପରିହାସ କରିଥିଲେ। ଲୋକ ଭାବୁଥିଲେ ଯେ ଟେକ୍ନୋଲୋଜି ଗରିବଙ୍କ ପାଇଁ ନୁହେଁ। କିନ୍ତୁ ମୋର ବିଶ୍ୱାସ ଥିଲା ଯେ ଟେକ୍ନୋଲୋଜି ପ୍ରତ୍ୟେକ ଘରେ ପହଞ୍ଚିପାରେ। ଆଜି ଭାରତର ଏକବିଂଶ ଶତାବ୍ଦୀ ପାଇଁ ଏକ ଐତିହାସିକ ଦିନ, କାରଣ ୫ଜି ଟେକ୍ନୋଲୋଜି ଟେଲିକମ୍ କ୍ଷେତ୍ରରେ ପରିବର୍ତ୍ତନ ଆଣିବ। ଏହା ହେଉଛି ଡିଜିଟାଲ୍ ଇଣ୍ଡିଆର ସଫଳତା। ୫ଜି ଲଞ୍ଚର ଐତିହାସିକ ଇଭେଣ୍ଟରେ ଗ୍ରାମଗୁଡିକ ମଧ୍ୟ ଅଂଶଗ୍ରହଣ କରିପାରିଛନ୍ତି ଜାଣି ଖୁସି ଲାଗୁଛି।’’

ଭାରତରେ ଲଞ୍ଚ ହେଲା ୫ଜି ସେବା


5G ଇଣ୍ଟରନେଟର ସମ୍ପୂର୍ଣ୍ଣ ସ୍ଥାପତ୍ୟକୁ ପରିବର୍ତ୍ତନ କରିବ: ପିଏମ ମୋଦି

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭାରତ କେବଳ ଟେକ୍ନୋଲୋଜିର ଉପଭୋକ୍ତା ହେବା ଜାରି ରଖିବ ନାହିଁ ବରଂ ବେତାର ଟେକ୍ନୋଲୋଜିର ଡିଜାଇନରେ ଟେକ୍ନୋଲୋଜିର ବିକାଶରେ ଏକ ପ୍ରମୁଖ ତଥା ସକ୍ରିୟ ଭୂମିକା ଗ୍ରହଣ କରିବ। ସେ କହିଛନ୍ତି ଯେ ୪ଜି ଟେକ୍ନୋଲୋଜି ସମୟରେ ଭାରତ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ଥିଲା, କିନ୍ତୁ ବର୍ତ୍ତମାନ ୫ଜି ଇଣ୍ଟରନେଟର ସମ୍ପୂର୍ଣ୍ଣ ସ୍ଥାପତ୍ୟକୁ ବଦଳାଇବ, ଇଣ୍ଟରନେଟ୍ ବ୍ୟବହାର କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହା ଜଣା। ୫ଜି ଦେଶର ଯୁବକମାନଙ୍କ ପାଇଁ ଅନେକ ସୁଯୋଗ ଖୋଲିବ। ଏକବିଂଶ ଶତାବ୍ଦୀର ବିକାଶଶୀଳ ଭାରତର ସମ୍ଭାବନା ଦେଖିବା ପାଇଁ ଆଜି ଏକ ବିଶେଷ ଦିନ। ସ୍ୱାଧୀନତା ଅମୃତ ମହୋତ୍ସବର ଏହି ଐତିହାସିକ ଅବଧିରେ, ୨୦୨୨ ଅକ୍ଟୋବର ୧, ଏହି ତାରିଖ ଇତିହାସରେ ରେକର୍ଡ ହେବାକୁ ଯାଉଛି। ୨ଜି, ୩ଜି, ୪ଜି ସମୟରେ, ଭାରତ ଟେକ୍ନୋଲୋଜି ପାଇଁ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ଥିଲା। କିନ୍ତୁ ୫ଜି ସହିତ ଭାରତ ଏକ ନୂଆ ଇତିହାସ ସୃଷ୍ଟି କରିଛି।
Published by:Lipina Das
First published: