ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଡଃ ଫାରା କିଦ୍ୱାଇ ଲେଖିଥିବା ବହି ‘ଆତ୍ମହତ୍ୟା ଆଚରଣ – ବିପଦରେ ଥିବା ଲୋକଙ୍କ ମୂଲ୍ୟାଙ୍କନ’ରେ ଆତ୍ମହତ୍ୟାର ମିଡ଼ିଆ କଭରେଜ୍ ଉପରେ ଏକ ଅଧ୍ୟାୟ ଅଛି । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଚାଲିଥିବା ବିତର୍କରେ ତାଙ୍କର ପର୍ଯ୍ୟବେକ୍ଷଣ ଓ ପରାମର୍ଶର ବିଶେଷ ପ୍ରାସଙ୍ଗିକତା ରହିଛି ।

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
ଫାରା କିଦ୍ୱାଇ

ଗବେଷଣାରୁ ଜଣାପଡ଼ିଛି ଯେ ମିଡ଼ିଆ ଯଥା ଖବରକାଗଜ, ଚଳଚ୍ଚିତ୍ର ଓ ଟେଲିଭିଜନ ଆତ୍ମହତ୍ୟାର ରିପୋର୍ଟ ପ୍ରସାରିତ କରିବା ପରେ କପି-କ୍ୟାଟ୍‌ ପ୍ରଭାବ ଯୋଗୁଁ ଆହୁରି ଆତ୍ମହତ୍ୟା ହୁଏ । ଏହା ବି ଜଣାପଡ଼ିଛି ଯେ ଆତ୍ମହତ୍ୟା ବିଷୟରେ ମିଡିଆରେ ପ୍ରସାରିତ ଅତିରଞ୍ଜିତ ବର୍ଣ୍ଣନା ଯୋଗୁଁ ଆହୁରି ବହୁ ସଂଖ୍ୟକ ଆତ୍ମହତ୍ୟା ହୋଇଥାଏ ।

ଆତ୍ମହତ୍ୟାକୁ ସାଧାରଣତଃ ଜଣଙ୍କର ଜୀବନ ଶେଷ କରିବାର ସବୁ ଠାରୁ ଦୁଃଖଦ ଉପାୟ ରୂପେ ଗଣାଯାଏ । ଏହା ନାଗରିକ ସମାଜ ପାଇଁ ଏକ ପ୍ରମୁଖ ଆହ୍ୱାନ । ବିଶ୍ୱରେ ପ୍ରତି ବର୍ଷ ଆତ୍ମହତ୍ୟା କାରଣରୁ ପ୍ରାୟ ୮୫୦,୦୦୦ ମୃତ୍ୟୁ ଘଟୁଛି ଓ ପ୍ରତି ବର୍ଷ ଦେଢ଼ କୋଟିରୁ ଅଧିକ ଆତ୍ମହତ୍ୟା ଉଦ୍ୟମ ହେଉଛି । ଆତ୍ମହତ୍ୟା ଆଚରଣ (suicidal behaviour) ବର୍ତ୍ତମାନ ଏକ ପ୍ରମୁଖ ବିଶ୍ୱ ଜନ ସ୍ୱାସ୍ଥ୍ୟ ସମସ୍ୟା (major public health problem) ଭାବରେ ସ୍ୱୀକୃତ ହୋଇଛି ।

ଆତ୍ମହତ୍ୟା ଆଚରଣ ବିଶେଷ ଭାବରେ ଯୁବକମାନଙ୍କୁ ଗ୍ରାସିଥାଏ । ବିଶ୍ୱରେ ଆତ୍ମହତ୍ୟା ୧୫ରୁ ୩୫ ବର୍ଷ ବୟସର ଉଭୟ ପୁରୁଷ ଓ ମହିଳାଙ୍କ ମୃତ୍ୟୁର ପ୍ରମୁଖ ତିନୋଟି କାରଣ ମଧ୍ୟରୁ ଗୋଟିଏ । ସାମାଜିକ ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି ଯେ ଆତ୍ମହତ୍ୟା କରିବେ ବୋଲି ଭାବୁଥିବା ଅଧିକାଂଶ ଲୋକ ଏହା ବିଷୟରେ ନିଶ୍ଚିତ ନ ଥା’ନ୍ତି । ସେମାନେ ନିଶ୍ଚିତ ବି ନ ଥା’ନ୍ତି ଯେ ସେମାନେ ମରିବାକୁ ଚାହୁଁଛନ୍ତି । ଜଣେ ଅସୁରକ୍ଷିତ ଅନୁଭବ କରୁଥିବା ବ୍ୟକ୍ତିଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତ୍ତାଉଥିବା ଶକ୍ତିଙ୍କ ମଧ୍ୟରୁ ମୁଖ୍ୟ ହେଉଛି ଗଣମାଧ୍ୟମରେ ଏଭଳି ମୃତ୍ୟୁ ବିଷୟରେ ହେଉଥିବା ପ୍ରଚାର ।

ଯୁବକମାନଙ୍କର ଆତ୍ମହତ୍ୟା ବର୍ତ୍ତମାନ ଯୁଗରେ ଏକ ରାଜନୈତିକ ଓ ବିଶ୍ୱ ଆତଙ୍କବାଦ ସମସ୍ୟାର ଅନ୍ୟ ଦିଗ ଭାବେ ପରିଗଣିତ ହେଉଥିବା ବେଳେ ଆତ୍ମହତ୍ୟା ଆଚରଣକୁ ଚିହ୍ନଟ କରିବା ଓ ଦକ୍ଷ ହସ୍ତକ୍ଷେପ ଗ୍ରହଣ କରିବା ସବୁ ଦେଶର ସମାଜ ସମ୍ମୁଖରେ ଏକ ବିରାଟ ଆହ୍ୱାନ ସୃଷ୍ଟି କରିଛି । ଗଣମାଧ୍ୟମର ଭୂମିକାକୁ ମଧ୍ୟ ନିକଟରୁ ଯାଞ୍ଚ କରାଯାଉଛି କାରଣ ଏହା ପ୍ରାୟତଃ ଏକ ‘‘କାରଣ’’ ଦର୍ଶାଇ ଆତ୍ମହତ୍ୟାକୁ ଗୌରବାନ୍ୱିତ କରେ ବା ବୈଧ ବୋଲି ଦେଖାଏ ।

ସୁଶାନ୍ତ ସିଂ ରାଜପୁତ


ଆତ୍ମହତ୍ୟା ଏକ ସଂକ୍ରମଣ ପରି କାମ କରେ । ନିଜ ପରିବାର ବା ସାଙ୍ଗ ସାଥୀଙ୍କ ମଧ୍ୟରେ ଆତ୍ମହତ୍ୟା କିମ୍ବା ଆତ୍ମହତ୍ୟା ଆଚରଣର ସଂସ୍ପର୍ଶରେ ଆସିଲେ ବା ଆତ୍ମହତ୍ୟା ବିଷୟରେ ମିଡିଆ ରିପୋର୍ଟ ମାଧ୍ୟମରେ ଜାଣିଲେ ଅନେକ ବ୍ୟକ୍ତିଙ୍କ ମଧ୍ୟରେ ଆତ୍ମହତ୍ୟା ଆଚରଣ ଦେଖାଦେଇପାରେ ।

ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁକେ ଆଦି ଦେଶରେ କରାଯାଇଥିବା ମିଡ଼ିଆ ଅଧ୍ୟୟନଗୁଡ଼ିକରୁ ଜଣାପଡ଼ିଛି ଯେ ମିଡ଼ିଆ ରିପୋର୍ଟ ହେତୁ ଆତ୍ମହତ୍ୟା ହେବାର ଆଶଙ୍କା କମ୍ କରାଯାଇପାରେ ଯଦି ସେହି ରିପୋର୍ଟଗୁଡ଼ିକ ତଥ୍ୟ-ଆଧାରିତ ହୋଇଥାଏ ଓ ଅତିରଞ୍ଜିତ ହୋଇ ନ ଥାଏ । ଏହି ଗବେଷଣାଗୁଡ଼ିକରୁ ଜଣାପଡ଼ିଛି ଯେ ଆତ୍ମହତ୍ୟାର ରିପୋର୍ଟଗୁଡ଼ିକର ପୁନରାବୃତ୍ତି ହେବା ଉଚିତ ନୁହେଁ କାରଣ ଦୀର୍ଘ ସମୟ ଧରି ଏହା ସହିତ ଯୋଡ଼ି ରହିଲେ ଲୋକଙ୍କ ଆତ୍ମହତ୍ୟା କରିବାର ସମ୍ଭାବନା ବଢ଼ିଯାଇପାରେ । ଆତ୍ମହତ୍ୟା ଆଶଙ୍କାକୁ କମ୍ କରିବା ପାଇଁ ସଂପୃକ୍ତ ବ୍ୟକ୍ତିଙ୍କ ମାନସିକ ସ୍ୱାସ୍ଥ୍ୟର ଯାଞ୍ଚ ଜଣେ ପ୍ରଫେସନାଲ୍‌ ଡାକ୍ତରଙ୍କ ଦ୍ୱାରା ତାଙ୍କ ପରିବାର ସଦସ୍ୟ, ବନ୍ଧୁ ବା ସହକର୍ମୀମାନେ କରି ପାରନ୍ତି ।

ଆତ୍ମହତ୍ୟା କମ୍‌ କରିବାରେ ମିଡ଼ିଆର ଭୂମିକା ଉପରେ ଆସିଥିବା ଗାଇଡଲାଇନ୍‌ ମଧ୍ୟରୁ କେତେକ ହେଉଛି:

* ଆତ୍ମହତ୍ୟାକୁ ସଂପୂର୍ଣ୍ଣ ଆତ୍ମହତ୍ୟା (completed suicide) ବୋଲି କୁହନ୍ତୁ, ସଫଳ ଆତ୍ମହତ୍ୟା (successful suicide) ନୁହେଁ ।

* ସୂଚାଇ ଦିଅନ୍ତୁ ଯେ ଆତ୍ମହତ୍ୟା ପ୍ରାୟତଃ ବିଭିନ୍ନ ପ୍ରକାରର ମାନସିକ ରୋଗର ଏକ ସାଙ୍ଘାତିକ ପରିଣତି, ଆଉ ସେହି ମାନସିକ ରୋଗଗୁଡ଼ିକର ଚିକିତ୍ସା ସମ୍ଭବ ।

* ହେଲ୍ପଲାଇନ୍‌ ଓ ସମ୍ପ୍ରଦାୟ ଉତ୍ସଗୁଡ଼ିକ (community resources) ବିଷୟରେ ସୂଚନା ପ୍ରଦାନ କରନ୍ତୁ ।

* ବିପଦସୂଚକ ଓ ଚେତାବନୀ ଚିହ୍ନଗୁଡ଼ିକ ସାର୍ବଜନୀନ କରନ୍ତୁ ।

* ଫଟୋଗ୍ରାଫ୍ ବା ସୁଇସାଇଡ୍‌ ନୋଟ୍ ପ୍ରକାଶ କରନ୍ତୁ ନାହିଁ ।

* ବ୍ୟବହୃତ ପଦ୍ଧତିର ନିର୍ଦ୍ଦିଷ୍ଟ ବିବରଣୀ ରିପୋର୍ଟରେ ଦିଅନ୍ତୁ ନାହିଁ ।

* ଘଟିଥିବା ଆତ୍ମହତ୍ୟାର କୌଣସି ଏକ ସରଳ କାରଣ ଦିଅନ୍ତୁ ନାହିଁ ।

* ଆତ୍ମହତ୍ୟାକୁ ଗୌରବାନ୍ୱିତ କରନ୍ତୁ ନାହିଁ କିମ୍ବା ଅତିରଞ୍ଜିତ କରନ୍ତୁ ନାହିଁ ।

* ଧାର୍ମିକ ବା ସାଂସ୍କୃତିକ ଷ୍ଟେରିଓଟାଇପ୍ ବ୍ୟବହାର କରନ୍ତୁ ନାହିଁ ।

* ସମସ୍ୟାର ସମାଧାନର ଏକ ଯୁକ୍ତିଯୁକ୍ତ ଉପାୟ ଭାବରେ ଆତ୍ମହତ୍ୟାକୁ ଉପସ୍ଥାପନ କରନ୍ତୁ ନାହିଁ ।

* ଆତ୍ମହତ୍ୟାକୁ ବୀରତ୍ୱର ସହ ବା ରୋମାଣ୍ଟିକ ଢଙ୍ଗରେ ଚିତ୍ରଣ କରନ୍ତୁ ନାହିଁ ।

ଶେଷରେ, ଆତ୍ମହତ୍ୟାକୁ ଏକ ଅସ୍ପଷ୍ଟ ରହସ୍ୟ ଭାବେ ବା ଏକ ସରଳ ଉପାୟରେ ଚିତ୍ରଣ କରିବା ଉଚିତ୍ ନୁହେଁ । ଆତ୍ମହତ୍ୟା କଦାପି ଗୋଟିଏ କାରଣ ବା ଘଟଣାର ଫଳାଫଳ ନୁହେଁ । ଏହା ସାଧାରଣତଃ ମାନସିକ ବା ଶାରୀରିକ ଅସୁସ୍ଥତା, ଡ୍ରଗ୍ସ ସେବନ, ପାରିବାରିକ କଳହ, ପାରସ୍ପରିକ ବିବାଦ ଓ ଜୀବନରେ ଚାପ ଭଳି ଅନେକ କାରଣର ଜଟିଳ ପାରସ୍ପରିକ କ୍ରିୟା ଦ୍ୱାରା ଘଟିଥାଏ ।

ଡଃ ଫାରା କିଦ୍ୱାଇ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (DRDO) ରେ ଜଣେ ବୈଜ୍ଞାନିକ 'ଜି' ଭାବେ କାର୍ଯ୍ୟରତା । ପ୍ରକାଶିତ ମତ ତାଙ୍କର ବ୍ୟକ୍ତିଗତ ମତ ।

ଧ୍ୟାନ ଦିଅନ୍ତୁ: ଯଦି ଆପଣ ବା ଆପଣ ଜାଣିଥିବା କୌଣସି ବ୍ୟକ୍ତି ସାହାଯ୍ୟ ଆବଶ୍ୟକ କରନ୍ତି, ତାହେଲେ ନିମ୍ନଲିଖିତ ଯେକୌଣସି ହେଲ୍ପଲାଇନକୁ କଲ୍‌ କରନ୍ତୁ: ଆସ୍ରା (ମୁମ୍ବାଇ) 022-27546669, ସ୍ନେହା (ଚେନ୍ନାଇ) 044-24640050, ସୁମୈତ୍ରୀ (ଦିଲ୍ଲୀ) 011-23389090, କୁଜ (ଗୋଆ) 0832- 2252525, ଜୀବନ (ଜାମସେଦପୁର) ) 065-76453841, ପ୍ରତୀକ୍ଷା (କୋଚି) 048-42448830, ମୈତ୍ରୀ (କୋଚି) 0484-2540530, ରୋଶନି (ହାଇଦ୍ରାବାଦ) 040-66202000, ଲାଇଫ୍ ଲାଇନ୍ 033-64643267 (କୋଲକାତା) ।

ଏହା ବି ପଢ଼ନ୍ତୁ: 

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 18, 2020, 1:46 AM IST
corona virus btn
corona virus btn
Loading