ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Assam Boat Accident Video: ଆସାମରେ ୨ଟି ଡଙ୍ଗାର ମୁହାଁମୁହିଁ ଧକ୍କା ହେଲା; ବୁଡ଼ିଲେ ଅନେକ ଯାତ୍ରୀ

Assam Boat Accident Video: ଆସାମରେ ୨ଟି ଡଙ୍ଗାର ମୁହାଁମୁହିଁ ଧକ୍କା ହେଲା; ବୁଡ଼ିଲେ ଅନେକ ଯାତ୍ରୀ

Assam boat accident video | ଦୁଇଟି ଡଙ୍ଗା ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ଗୋଟିଏ ଡଙ୍ଗା ଓଲଟି ପଡ଼ି ବୁଡ଼ିଯାଇଥିଲା । ସେଥିରେ ଥିବା ଯାତ୍ରୀମାନେ ଜୀବନ ବଞ୍ଚାଇବାକୁ ମଝି ନଈକୁ ଡେଇଁ ପଡ଼ିଥିବା ଦେଖାଯାଇଥିଲା । ସେ ଭିତରୁ ଅନେକ ନିଖୋଜ ଅଛନ୍ତି ।

Assam Boat Accident Video: ଆସାମରେ ୨ଟି ଡଙ୍ଗାର ମୁହାଁମୁହିଁ ଧକ୍କା ହେଲା; ବୁଡ଼ିଲେ ଅନେକ ଯାତ୍ରୀ
ଡଙ୍ଗା ବୁଡ଼ିଯାଉଥିବା ବେଳର ଏକ ଦୃଶ୍ୟ
  • News18 Odia
  • Last Updated: September 8, 2021, 7:13 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଗୁଆହାଟି: ଆସାମରେ ବ୍ରହ୍ମପୁତ୍ର ନଦୀରେ ଦୁଇଟି ଯାତ୍ରୀବାହୀ ଡଙ୍ଗା ପରସ୍ପର ସହ ମୁହାଁମୁହିଁ ଧକ୍କା ହେବା ପରେ ଗୋଟିଏ ଡଙ୍ଗା ବୁଡ଼ିଯାଇଛି ଓ ସେଥିରେ ଥିବା ଅନେକ ଲୋକ ନିଖୋଜ ହୋଇଯାଇଛନ୍ତି । ଏହି ଘଟଣା ଘଟିଛି ଗୁଆହାଟିଠାରୁ ପ୍ରାୟ ୩୫୦ କିଲୋମିଟର ଦୂରରେ ଥିବା ଜୋରହାଟର ନିମାଟି ଘାଟରେ । ବୁଡ଼ିଯାଇଥିବା ଡଙ୍ଗାରେ ପାଖାପାଖି ୧୦୦ ଜଣ ଯାତ୍ରୀ ଥିଲେ ।

ସେଥିରୁ ଗୋଟିଏ ଡଙ୍ଗା ଆଭ୍ୟନ୍ତରୀଣ ଜଳ ପରିବହନ ବିଭାଗର ସରକାରୀ ଯାତ୍ରୀବାହୀ ଡଙ୍ଗା ଥିଲା ଓ ଏହା ମଜୁଲିରୁ (ବ୍ରହ୍ମପୁତ୍ର ନଦୀର ଏକ ନଦୀ ଦ୍ୱୀପ) ନିମାଟି ଘାଟକୁ ଆସୁଥିଲା । ଅନ୍ୟ ଡଙ୍ଗାଟି ବିପରୀତ ଦିଗକୁ ଯାଉଥିଲା । ଦୁର୍ଘଟଣାର ଭିଡିଓଗୁଡିକରେ ଦେଖାଯାଇଛି ଯେ ଧକ୍କା ହେବା ପରେ ଗୋଟିଏ ଡଙ୍ଗା ଓଲଟି ବୁଡ଼ିଯାଉଛି । ସେଥିରେ ଥିବା କିଛି ଯାତ୍ରୀ ଡଙ୍ଗାକୁ ଧରି ରହୁଥିବା ଦେଖାଯାଉଥିବା ବେଳେ ଅନ୍ୟମାନେ ନିଜକୁ ବଞ୍ଚାଇବା ପାଇଁ ପାଣି ଭିତରକୁ ଡେଇଁପଡୁଥିବା ଦେଖାଯାଇଛି ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଗିରଫ ହେଲେ ଆଉ ଦୁଇ ୱେବ୍ ଚ୍ଯାନେଲ୍‌ ‘ସାମ୍ବାଦିକ’; ନବରଙ୍ଗପୁରରେ ଶିକ୍ଷକଙ୍କୁ ଧମକାଇ ବଟି ନେଇଥିଲେ

ବୁଡ଼ିଯାଇଥିବା ଡଙ୍ଗା ସହିତ ଯାତ୍ରୀମାନଙ୍କର ସବୁ ସାମଗ୍ରୀ, ଯଥା ମୋଟର ସାଇକେଲ ଓ କାର୍‌ ବି ନଦୀ ପାଣିରେ ବୁଡ଼ିଯାଇଥିଲା । ଦୁଇଟି ଡଙ୍ଗାରେ ପ୍ରାୟ ୧୨୦ ଜଣ ଯାତ୍ରୀ ଥିଲେ । ସେମାନଙ୍କ ଭିତରୁ ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଯାତ୍ରୀଙ୍କ ଭିତରେ ୮ ଜଣ ଶିଶୁ ରହିଛନ୍ତି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବର୍ଷା-ଅନୁଭବ ବିବାଦ: ବର୍ଷାଙ୍କୁ ଲାଗିଲା ଝଟକା! ତାଙ୍କ ଆବେଦନ ଖାରଜ କଲେ କଟକ ଫ୍ୟାମିଲି କୋର୍ଟ

ଦୁଇଟି ଡଙ୍ଗା ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ଓଲଟି ପଡ଼ି ବୁଡ଼ିଯାଇଥିବା ଡଙ୍ଗାରେ ଥିବା ଯାତ୍ରୀମାନେ ଜୀବନ ବଞ୍ଚାଇବାକୁ ମଝି ନଈକୁ ଡେଇଁ ପଡ଼ିଥିବା ଦେଖାଯାଇଥିଲା । ପ୍ରାଣ ବିକଳରେ ଡଙ୍ଗାରୁ ମଝି ନଇକୁ ଡେଇଁଥିଲେ ପୁରୁଷ  ଓ ମହିଳାମାନେ । ସେ ଭିତରୁ କିଛି ପହଁରି ପହଁରି ଜୀବନ ବଞ୍ଚାଇଥିବା ବେଳେ ଅନେକ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି ।

ଏଇଠି ଦେଖନ୍ତୁ ଡଙ୍ଗା ବୁଡ଼ି ବେଳର ଭିଡିଓ:



ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (SDRF) ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଉଦ୍ଧାର କରାଯାଇଥିବା ଏକ ଶିଶୁ ସମେତ ଅନ୍ୟମାନଙ୍କୁ ଡାକ୍ତରଖାନା ନିଆଯାଇଛି । ଏହି ଘଟଣାର କିଛି ସମୟ ପରେ ଆସାମ ମୁଖ୍ୟ ମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ଓ ଏସ୍‌.ଡି.ଆର୍‌.ଏଫ୍‌. ସହାୟତାରେ ଉଦ୍ଧାର କାର୍ଯ୍ୟ ଶୀଘ୍ର କରିବାକୁ ମଜୁଲି ଓ ଜୋରହାଟ ଜିଲ୍ଲାର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।



ଏହି ଦୁର୍ଘଟଣା ସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ବି ପଚାରି ବୁଝିଥିଲେ ବୋଲି ସେ କହିଛନ୍ତି । ଶାହା ସବୁ ସାହାଯ୍ୟ ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଥିବା ସେ କହିଛନ୍ତି । ମୁଖ୍ୟ ମନ୍ତ୍ରୀ ତୁରନ୍ତ ରାଜ୍ୟ ମନ୍ତ୍ରୀ ବିମଲ ବୋରାଙ୍କୁ ମଜୁଲି ଗସ୍ତରେ ଯାଇ ପରିସ୍ଥିତି ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓ ତଦାରଖ କରିବାକୁ ସମୀର କୁମାର ସିହ୍ନାଙ୍କୁ କହିଛନ୍ତି। ପରିସ୍ଥିତିର ମୂଲ୍ୟାୟନ ପାଇଁ ମୁଖ୍ୟ ମନ୍ତ୍ରୀ ଆସନ୍ତାକାଲି ନିମତି ଘାଟ ପରିଦର୍ଶନ କରିବେ।
Published by: Anand S.T. Das
First published: September 8, 2021, 7:13 PM IST