ଦିଲ୍ଲୀ ଦଙ୍ଗା: ଭାଙ୍ଗିଯାଇଛି ଘର, ଭୁଷୁଡ଼ି ପଡ଼ିଛି ଆଶା, ଲୋକେ ଏବେ ଘର ଛାଡ଼ି ଚ଼ାଲିଯାଉଛନ୍ତି

‘‘ଏବେ ଏଠି ଏକ ପ୍ରକାର ଆତଙ୍କର ବାତାବରଣ ଅଛି । ଦଙ୍ଗାକାରୀମାନେ ‘ଜୟ ଶ୍ରୀରାମ’ ସ୍ଲୋଗାନ୍ ଦେଇ ଜବରଦସ୍ତି ଆମ ଅଞ୍ଚଳକୁ ପଶିଥିଲେ ଓ ଆମ ଘରସବୁ ଜାଳିଦେଇଥିଲେ । ସେମାନେ ବନ୍ଧୁକ ବି ଧରିଥିଲେ ଓ ଆମ ଉପରକୁ ଗୁଳି ଚ଼ଲାଇଥିଲେ,’’ ନିଜ ପରବାର ସହ ଘର ଛାଡୁଥିବା ମହମ୍ମଦ ଇଫାଜ୍ କହିଛନ୍ତି ।

ଦିଲ୍ଲୀ ଦଙ୍ଗା: ଭାଙ୍ଗିଯାଇଛି ଘର, ଭୁଷୁଡ଼ି ପଡ଼ିଛି ଆଶା, ଲୋକେ ଏବେ ଘର ଛାଡ଼ି ଚ଼ାଲିଯାଉଛନ୍ତି
ଖଜୁରୀଖାସ୍‌ରେ ନିଜ ଘର ଛାଡ଼ି ଚ଼ାଲିଯାଉଥିବା କିଛି ପରିବାର ।
  • News18 Odia
  • Last Updated: February 28, 2020, 4:26 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପଅଁଷଠି ବର୍ଷୀୟ ମହମ୍ମଦ ତାହିର୍‌ ନିଜ ଦୁଇ ବୋହୁଙ୍କ ସହ ଖଜୁରୀଖାସର ୪ ନମ୍ବର ଗଳିର ପ୍ରବେଶପଥରେ ଠିଆ ହୋଇଥିଲେ । ସେ ତିନି ଜଣ ଢେର୍‌ ସମୟ ଧରି ସେଠି ଠିଆ ହୋଇ କାନ୍ଦୁଥିଲେ, ହେଲେ ପୂର୍ବରୁ ନିଜ ଘର ଥିବା ସେହି ଗଳି ଭିତରକୁ ପଶିବାକୁ କୁଣ୍ଠାବୋଧ କରୁଥିଲେ ।

ହଜାରେରୁ ଊର୍ଦ୍ଧ ଦଙ୍ଗାକାରୀ ମଙ୍ଗଳବାର ସେହି ଗଳିରେ ପଶିଥିଲେ । ସେମାନେ ସେଠି ଥିବା ଘରଗୁଡିରେ ଭଙ୍ଗାରୁଜା ଓ ଲୁଟପାଟ କରିଥିଲେ । ତା’ ପରେ ସେମାନେ ସେହି ଘରଗୁଡ଼ିକ ଭିତରେ ଲୋକେ ରହିଥିବା ସତ୍ତ୍ୱେ ସେଥିରେ ନିଆଁ ଲଗାଇ ଦେଇଥିଲେ । ନିଆଁ ଲାଗିଥିବା ଘରଗୁଡ଼ିକ ମଧ୍ୟରୁ ଗୋଟିଏ ମହମ୍ମଦ ତାହିରଙ୍କ ଘର ଥିଲା । ସେଠାରେ ଥିବା ଏକ ଧାର୍ମିକ ସ୍ଥଳକୁ ବି ଦଙ୍ଗାକାରୀମାନେ ନିଆଁ ଲଗାଇ ଦେଇଥିଲେ ।

ଅନ୍ୟମାନଙ୍କ ପରି ତାହିର ଓ ତାଙ୍କ ବୋହୁମାନେ ନିଜ ପରିବାରକୁ ଦଙ୍ଗାକାରୀମାନଙ୍କ ଠାରୁ ବଞ୍ଚାଇବା ପାଇଁ ଘରର ଛାତ ଉପରକୁ ଚଢ଼ିଯାଇଥିଲେ । ଯେତେବେଳେ ଦଙ୍ଗାକାରୀମାନେ ଛାତ ଉପରକୁ ଚଢିବାକୁ ଧମକ ଦେଉଥିଲେ ସେତିକି ବେଳେ ତାହିର ଓ ତାଙ୍କ ବୋହୁମାନେ ଛାତରୁ ଛାତ ଡେଇଁ ଦଙ୍ଗାକାରୀଙ୍କ ଠାରୁ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ।

ବୁଧବାର ଅପରାହ୍ଣରେ ତାହିର ଓ ତାଙ୍କ ଦୁଇ ବୋହୂ ନିଜ ଘରକୁ ଆସିଥିଲେ ନିଆଁରୁ ରକ୍ଷାପାଇଥିବା କିଛି ଜିନିଷ ଏକାଠି କରିବାକୁ । ହେଲେ ସେମାନେ ନିଜେ ତିଆରି କରିଥିବା ଘର ଓ ସେଥିରେ ଥିବା ସବୁ କିଛି ଜଳି ପାଉଁଶ ହୋଇଯାଇଥିବା ଦେଖି ସହି ପାରି ନ ଥିଲେ । ଶେଷରେ ସେମାନେ ୪ ନମ୍ବର ଗଳିର ପ୍ରବେଶପଥରେ ବସି କାନ୍ଦୁଥିଲେ ।

ଜଳିଯାଇଥିବା ନିଜ ଘରୁ କିଛି ଜିନିଷ ଧରି ଚ଼ାଲିଯାଉଛି ଜଣେ ଲୋକ ।


‘‘ଗଲା ତିନି ଦିନ ଧରି ଦଙ୍ଗାକାରୀମାନେ ସମ୍ପତ୍ତି ନଷ୍ଟ କରିବା ସହ ଲୋକମାନଙ୍କୁ ହତ୍ୟା କରୁଛନ୍ତି । ଆମେ କୌଣସି ପ୍ରକାର ନିଜ ଜୀବନ ବଞ୍ଚାଇ ପାରିଛୁ । ମୋ’ ସ୍ତ୍ରୀଙ୍କ ଅଣ୍ଟାରୁ ତଳକୁ ପାରାଲିସିସ୍ ହୋଇଥିବା ଯୋଗୁଁ ସେ ଠିକ୍‌ ସମୟରେ ବାହାରି ପାରି ନ ଥିଲେ । ମୋ’ ଦୁଇ ପୁଅ ଆହତ ହୋଇଛନ୍ତି । ଚ଼ବିଶ ଘଣ୍ଟା ହେବ ଆମେ କିଛି ଖାଇନାହୁଁ । କିଛି ଦିନ ତଳେ ଜନ୍ମ ହୋଇଥିବା ମୋ’ ନାତିନାତୁଣିମାନେ ଖାଲି ପାଣି ପିଇ ବଞ୍ଚିରହିଛନ୍ତି,’’ ବାରମ୍ବାର କାନ୍ଦି କହିଛନ୍ତି ତାହିର ।

ଯଦିଓ ବହୁ ହିନ୍ଦୁ ଲୋକଙ୍କ ଘର ଉପରେ ଆକ୍ରମଣର ହୋଇଥିଲା, ସେଠାରେ ରହୁଥିବା ମୁସିଲିମ୍ ସମ୍ପ୍ରଦାୟର ଅଧିକାଂଶ ଲୋକ ହିଁ ଘର ଛାଡି ଚ଼ାଲିଯାଇଛନ୍ତି । ଖଜୁରୀଖାସରେ ରହୁଥିବା ଓ ଆକ୍ରମଣର ଶିକାର ହେବା ପରେ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଘର ଛାଡି ଦେଇଥିବା ଅନେକ ମୁସଲିମ୍‌ ପରିବାରଙ୍କ ମଧ୍ୟରୁ ତାହିରଙ୍କ ପରିବାର ଅନ୍ୟତମ । ସେଥିରୁ କିଛି ପରିବାର ପ୍ରତ୍ୟକ୍ଷ ରୂପେ ଆକ୍ରମାଣର ଶିକାର ହୋଇ ନ ଥିଲେ ।

ଖଜୁରୀଖାସ, ମୌଜାପୁର, ବାବରପୁର ଓ ଭାଗିରଥୀ ବିହାରରେ ରହୁଥିବା ଘର ଛାଡି ଦେଇଥିବା ବା ନିଜ ଜିନିଷପତ୍ର ଧରି ଘର ଛାଡ଼ିଦେବାକୁ ପ୍ରସ୍ତୁତ ହେଉଥିବା ମୁସଲିମ ସମ୍ପ୍ରଦାୟର ଅନେକ ପରିବାରଙ୍କୁ ନ୍ୟୁଜ୍‌ ୧୮ ଭେଟିଥିଲା ।

‘‘ଆମେ ଆଗରୁ ଏଭଳି ପରିସ୍ଥିତି କେବେ ଦେଖି ନ ଥିଲୁ । ଏବେ ଏଠାରେ ଏକ ପ୍ରକାର ଆତଙ୍କର ବାତାବରଣ ଅଛି । ଦଙ୍ଗାକାରୀମାନେ ‘ଜୟ ଶ୍ରୀରାମ’ ସ୍ଲୋଗାନ ଲଗାଇ ଜୋର ଜବରଦସ୍ତି ଆମ ଅଞ୍ଚଳକୁ ପଶିଥିଲେ ଓ ଆମ ଘରସବୁ ଜାଳିଦେଇଥିଲେ । ଏପରିକି ଦଙ୍ଗାକାରୀମାନେ ବନ୍ଧୁକ ଧରିଥିଲେ ଓ ଆମ ଉପରକୁ ଗୁଳି ଚ଼ଲାଇଥିଲେ,’’ ଏକ ବୁରାରେ ବୁରେ ପରିବାପତ୍ର ଧରି ଖଜୁରୀଖାସରୁ ନିଜ ପରବାର ଲୋକଙ୍କ ସହ ଘର ଛାଡୁଥିବା ମହମ୍ମଦ ଇଫାଜ୍ (୨୦) କହିଛନ୍ତି ।

ବିଭିନ୍ନ କଲୋନୀରେ ବ୍ୟାଗ୍‌ ଧରି ଘର ଛାଡ଼ୁଥିବା ଲୋକ ଦେଖିବାକୁ ମିଳୁଛନ୍ତି ।


‘‘ମୋ’ର ଅଢ଼େଇ ମାସର ଝିଅଟିଏ ଅଛି । ତାକୁ ମଧ୍ୟ ଦଙ୍ଗାକାରୀମାନେ ଆକ୍ରମଣ କରିଥିଲେ । ସେମାନେ ମୋ’ ଉପରକୁ ଓ ମୋ’ ଝିଅ ଉପରକୁ ପଥର ଫିଙ୍ଗିଥିଲେ । ମୋ’ ଝିଅର ଯଦି କିଛି ହୋଇଯାଇଥା’ନ୍ତା, ତେବେ ମୁଁ ମରିଯାଇଥାନ୍ତି । ମୋ ଝିଅ ପାଇଁ ମୁଁ ବହୁତ କିଛି ସ୍ବପ୍ନ ଦେଖିଥିଲି, ହେଲେ ଏବେ ମୁଁ ତାକୁ କେମିତି ଖାଇବାକୁ ଦେଇ ବଞ୍ଚେଇ ରଖିବା ସେ କଥା ଭାବୁଛି,’’ ଖଜୁରୀଖାସରେ ରହୁଥିବା ସିତାରା କହିଛନ୍ତି କହିଛନ୍ତି ।

ସେହି ଖଜୁରୀଖାସରେ ଏକ ଭଡ଼ା ଘରେ ରହୁଥିବା ନାଜିମ୍‌ (୨୧) ଏବେ ଘର ଛାଡିବାର ଯୋଜନା କରୁଛନ୍ତି । ‘‘ଏଠି ଆଉ କିଛି ନାହିଁ । ଏପରିକି ଆମ ପଡୋଶୀମାନେ ଆମେ ତାଙ୍କ ସହ ରହିଲେ ସେମାନଙ୍କ ଉପରେ ଆକ୍ରମଣ ହେବ ବୋଲି ଆଶଙ୍କା କରି ଭୟଭୀତ ଅଛନ୍ତି । ମୋ’ ଶଳା ଚ଼ାନ୍ଦ୍‌ ଆଲାମଙ୍କ ବେକରେ ଗୁଳି ବାଜିଛି,’’ ସେ କହିଛନ୍ତି ।

ଖଜୁରୀଖାସରେ ରହୁଥିବା ହିନ୍ଦୁ ପରିବାରମାନେ କହିଛନ୍ତି ଯେ ସେମାନେ ମୁସଲିମ୍‌ ପରିବାରମାନଙ୍କୁ ସାହାଯ୍ୟ କରିବାକୁ ଚ଼ାହିଁଥିଲେ, ମାତ୍ର ଦଙ୍ଗାକାରୀଙ୍କ ଭିଡ଼ ବହୁତ ବଡ଼ ଥିବା ଯୋଗୁଁ ବେଶୀ କିଛି କରିପାରି ନ ଥିଲେ ।
First published: February 28, 2020, 4:26 PM IST
corona virus btn
corona virus btn
Loading