COVID-19 ମଧ୍ୟରେ ଚାକିରୀ ହରାଇଥିବା ଯୁବକମାନଙ୍କୁ ରୋଜଗାର ଦେବେ ମନୋଜ ବାଜପେୟୀ; ଆରମ୍ଭ କଲେ 'ଶ୍ରମିକ ସହଯୋଗ' ପ୍ରକଳ୍ପ
ଯେଉଁମାନେ କରୋନା ଭୂତାଣୁ ସମୟ ମଧ୍ୟରେ ନିଜର ଚାକିରି ହରାଇଛନ୍ତି ଓ ବର୍ତ୍ତମାନ ବିପୁଳ ଅର୍ଥନୈତିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେହି ଶ୍ରମିକମାନଙ୍କୁ ସାହାଯ୍ୟ କରିବାକୁ ମନୋଜ ବାଜପେୟୀ (Manoj Bajpai) ଆଗେଇ ଆସିଛନ୍ତି ।

ମନୋଜ ବାଜପେୟୀ(ଫାଇଲ ଫଟୋ)
- News18 Odia
- Last Updated: August 21, 2020, 7:53 PM IST
ମୁମ୍ବାଇ: କରୋନା ଭାଇରସ୍ କାରଣରୁ ଦେଶର ହଜାର ହଜାର ଯୁବକ ଚାକିରି ଛାଡି ନିଜ ସହରକୁ ଫେରିଛନ୍ତି । ବିଶେଷକରି ପ୍ରବାସୀ ଶ୍ରମିକମାନେ କରୋନା ମଧ୍ୟରେ ସବୁଠୁ ଅଧିକ କଷ୍ଟ ପାଇଛନ୍ତି । ଏଭଳି ପରିସ୍ଥିତିରେ ବଲିଉଡ଼ର ଅନେକ ସେଲିବ୍ରିଟି ଏହି ପ୍ରବାସୀମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ସେଥିମଧ୍ୟରୁ ବଲିଉଡ଼ ଓ ସାଉଥ ଚଳଚ୍ଚିତ୍ରରେ ଭିଲେନ ଭୂମିକାରେ ଅଭିନୟ କରିଥିବା ସୋନୁ ସୁଦ ଆଗରେ ରହିଛନ୍ତି । ଏହି ସମୟ ମଧ୍ୟରେ କରୋନା ଭାଇରସ ମଧ୍ୟରେ ଚାକିରି ହରାଇଥିବା ଓ ଏବେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା ଶ୍ରମିକମାନଙ୍କୁ ସାହାଯ୍ୟ କରିବାକୁ ମନୋଜ ପଜପେୟୀ ମଧ୍ୟ ଆଗକୁ ଆସିଛନ୍ତି ।
ମନୋଜ ବାଜପେୟୀ ଆହୁରି ଲେଖିଛନ୍ତି 'ଆମର କଞ୍ଚା କାରଖାନା କେବଳ ସ୍ଥାନୀୟ ସ୍ତରରେ ରୋଜଗାର ସୃଷ୍ଟି କରିବ ନାହିଁ, ସେହି ସମୟରେ କୃଷକମାନେ ମଧ୍ୟ ପ୍ରତ୍ୟକ୍ଷ ବଜାର ପାଇବେ ଓ ସେମାନେ ଆର୍ଥିକ ଶକ୍ତି ମଧ୍ୟ ପାଇବେ । ଏହା ପ୍ଲାଣ୍ଟରୁ ଏକ ସ୍ଥାନୀୟ ବଜାର ସୃଷ୍ଟି କରିବ ଓ ସ୍ଥାନୀୟ ଅର୍ଥନୈତିକ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ମଧ୍ୟ କାର୍ଯ୍ୟ କରିବ । ଏହି କାର୍ଯ୍ୟକୁ ସଫଳ କରିବା ପାଇଁ, ୟୁସୁଫ୍ ମେହେରୁଲି କେନ୍ଦ୍ର ଆମକୁ ନିଜର ଏକ ଘର ଯୋଗାଇଦେଲେ ଯେଉଁଥିରେ ଆମେ ପ୍ଲାଣ୍ଟ ସ୍ଥାପନ କରିପାରିଛୁ ଓ ବମ୍ବେ ସର୍ଭୋଦୟ ଫାଉଣ୍ଡେସନ ସେଣ୍ଟର ଆର୍ଥିକ ସହାୟତା ପ୍ରଦାନ କରିଛି । ଆମେ ଦୁହେଁ ହୃଦୟରୁ କୃତଜ୍ଞ । ଆମେ ଆପଣଙ୍କୁ ସମୟ ସମୟରେ ସମାନ ଏବଂ ସଫଳ କାର୍ଯ୍ୟଗୁଡ଼ିକ ବିଷୟରେ କହିବୁ, ଦୟାକରି ଆପଣଙ୍କର ସମର୍ଥନ ଜାରି ରଖନ୍ତୁ ।''
ଅଭିନେତାଙ୍କ ଏହି ପୋଷ୍ଟ ପରେ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି ଓ ଦେଶର ଯୁବକମାନଙ୍କ ପାଇଁ ନିଆଯାଇଥିବା ଏହି ପଦକ୍ଷେପ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।