Weird Village: ଦୁନିଆର ଅଜବ ଗାଁ...ଯେଉଁଠି ଲୋକଙ୍କଠୁ ଅଧିକ ବସବାସ କରନ୍ତି କଣ୍ଢେଇ

Mysterious Village: ରହସ୍ୟମୟ ଗାଁ। ଯେଉଁଠାରେ ମଣିଷଙ୍କଠୁ ଅଧିକ କଣ୍ଢେଇ ବାସ କରୁଛନ୍ତି। ଆସନ୍ତୁ ଜାଣିବା ଏହି ଖାସ୍ ଗାଁ ବିଷୟରେ।

ଜାପାନର କଣ୍ଢେଇ ଗାଁ

ଜାପାନର କଣ୍ଢେଇ ଗାଁ

  • News18 Odia
  • Last Updated :
  • Other, India
  • Share this:

News18 Odia Digital


Mysterious Village: ରହସ୍ୟମୟ ଗାଁ। ଦୁନିଆରେ ଏମିତି ଅନେକ ଗାଁ ଅଛି ଯେଉଁଠି କିଛି ଅଜବ ଜିନିଷ ଦେଖିବାକୁ ମିଳିଥାଏ। ଯେମିତିକି ଗାଁରେ ବିଭିନ୍ନ ପ୍ରକାରର ଅଜବ ମଣିଷ ଏବଂ ଅଜବ ପଶୁ ଦେଖିବାକୁ ମିଳେ। ଠିକ୍ ସେମିତି ଏକ ଗାଁ ଅଛି ଯେଉଁଠାରେ ମଣିଷ ଅପେକ୍ଷା ଅଧିକ କଣ୍ଡେଇ ଦେଖିବାକୁ ମିଳେ। କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସ।

ଏହି ଗାଁକୁ ଆପଣ ଯଦି କେବେ ଯାଆନ୍ତି ତେବେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣଙ୍କୁ ଭୟ ମଧ୍ୟ ଲାଗିପାରେ। ଏହି ଗାଁରେ ଆପଣ ଯେଉଁଆଡେ ଯିବେ ସେହିଆଡେ ଖାଲି ମାଳ ମାଳ ଅଜବ କଣ୍ଢେଇ ଦେଖିବେ। ତେବେ ଆସନ୍ତୁ ଜାଣିବା ଏହି ଅଜବ ଗାଁ କେଉଁଠାରେ ଅଛି...

ଅଜବ କଣ୍ଢେଇର ଗାଁ। ଏହି ଗାଁ ଜାପାନର ଶିକୋକୁ ଦ୍ବୀପରେ ରହିଛି। ଯାହାର ନାଁ ହେଉଛି ନାଗୋରା। ଏହି ଗାଁକୁ ମାନେକେନ୍ସ ବା ଅଜବ କଣ୍ଢେଇର ଗାଁ ମଧ୍ୟ କୁହାଯାଏ। ଏଠାରେ ଏହି କଣ୍ଢେଇ ଗୁଡିକୁ ସ୍ଥାନୀୟ ଭାଷାରେ ବିଜୁକା କୁହାଯା।

ଏହି ଗାଁର ରହସ୍ୟ ବିଷୟରେ ଜାଣିବା ପାଇଁ ଏଠାକୁ ଅନେକ ପର୍ଯ୍ୟଟକମାନେ ଆସନ୍ତି। ସେମାନେ ଆସିଲେ ରାତିରେ ଅନେକ ଥର ଏଭଳି ଅଜବ କଣ୍ଢେଇକୁ ଦେଖି ଡରିଯାଆନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଗାଁରେ କେବଳ ୩୦ ଜଣ ଲୋକ ବାସ କରନ୍ତି, ସେଥିପାଇଁ ସେଠାରେ ୩୦୦ ମାନେକେନ୍ ବା ଅଜବ କଣ୍ଢେଇ ରହିଛି।

ଏହି ଗାଁରେ ଆପଣଙ୍କୁ ହୁଏତ ମଣିଷ ଦେଖିବାକୁ ମିଳିବେନି କିନ୍ତୁ ମାଳ ମାଳ କଣ୍ଢେଇ ଦେଖିବାକୁ ମିଳିବେ। ଏହି ଗାଁରେ ଏଭଳି ଅଜବ କଣ୍ଢେଇ ରହୁଥିବା କଥା ବହୁ ପୁରୁଣା। ତେବେ ମାନେକେନ୍ସ ଗାଁ ହେବାର କାହାଣୀ ମାତ୍ର ୧୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା । କୁହାଯାଏ ଯେ ପୂର୍ବରୁ ବହୁ ସଂଖ୍ୟାରେ ଲୋକ ଏହି ଗାଁରେ ରହୁଥିଲେ, କିନ୍ତୁ ଲୋକମାନେ ଧୀରେ ଧୀରେ ନିଜର କାମ ସନ୍ଧାନରେ ଅନ୍ୟ ସ୍ଥାନକୁ ଚାଲି ଯାଇଥିଲେ। ପରେ ଏହି ଗାଁ ଲୋକଙ୍କ ବିନା ଖାଲି ହୋଇଗଲା। କେବଳ ଅଳ୍ପ ଲୋକ ରହିଲେ।

ପଢ଼ନ୍ତୁ ଏହି ଖବର:  Electric Scooter: ବଢ଼ିବ ଇ-ଯାନର ମୂଲ୍ୟ; ସବସିଡି ସୁବିଧା ଆଉ ଦେବେନି ସରକାର

ତେଣୁ ଗାଁର ଲୋକମାନେ ଏକୁଟିଆପଣ ଦୂର କରିବା ପାଇଁ ଏପରି ଅଜବ କଣ୍ଢେଇ ଲଗେଇବା ଆରମ୍ଭ କଲେ। ତେବେ ସବୁଠାରୁ ବଡ କଥା ହେଲା ଏହି କଣ୍ଢେଇଗୁଡିକୁ ୭୦ ବର୍ଷର ଜଣେ ବୃଦ୍ଧ ମହିଳା ପ୍ରସ୍ତୁତ କରିଛନ୍ତି। ବୃଦ୍ଧି ମହିଳା ଜଣଙ୍କ ଗାଁର ଏକୁଟିଆପଣକୁ ଦୂର କରିବା ପାଇଁ ସବୁ ସ୍ଥାନରେ ଏବଳି ଅଜବ କଣ୍ଢେଇ ଲଗାଇଛନ୍ତି ବୋଲି କହିଛନ୍ତି।
First published: