Manmohan Singh Health Update: ସୁସ୍ଥ ଅଛନ୍ତି ପୂର୍ବତନ ପ୍ରଧାନ ମନ୍ତ୍ରୀ ମନମୋହନ ସିଂ

ଏମ୍ସ ଅଧିକାରୀ କହିଛନ୍ତି ଯେ ୮୯ ବର୍ଷୀୟ କଂଗ୍ରେସ ନେତାଙ୍କୁ ଜ୍ୱର ପରୀକ୍ଷା ପାଇଁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି।

ସୁସ୍ଥ ଅଛନ୍ତି ପୂର୍ବତନ ପ୍ରଧାନ ମନ୍ତ୍ରୀ ମନମୋହନ ସିଂ

ସୁସ୍ଥ ଅଛନ୍ତି ପୂର୍ବତନ ପ୍ରଧାନ ମନ୍ତ୍ରୀ ମନମୋହନ ସିଂ

  • Share this:
News18 Odia Digital

ନୂଆ ଦିଲ୍ଲୀ: ଅସୁସ୍ଥତା ହେତୁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ (AIIMS) ଭର୍ତ୍ତି ହୋଇଥିବା ପୂର୍ବତନ ପ୍ରଧାନ ମନ୍ତ୍ରୀ ଡ଼ଃ ମନମୋହନ ସିଂଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି । AIIMS ଅଧିକାରୀମାନେ ବୁଧବାର ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ସିଂ ଜଣେ ଡାକ୍ତରଙ୍କ ତତ୍ତ୍ବଧାନରେ ଅଛନ୍ତି। ଜ୍ୱର ହେତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କୁହାଯାଉଛି।
କଂଗ୍ରେସର ଅନେକ ନେତା ଡ଼ଃ ସିଂଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

ମନମୋହନ ସିଂ କଂଗ୍ରେସର ଜଣେ ବରିଷ୍ଠ ନେତା ଓ ବର୍ତ୍ତମାନ ରାଜସ୍ଥାନର ଜଣେ ରାଜ୍ୟସଭା ସଦସ୍ୟ। ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ସେ ଦେଶର ପ୍ରଧାନ ମନ୍ତ୍ରୀ ଥିଲେ। ୨୦୦୯ରେ ଏମ୍ସରେ ତାଙ୍କର ହାର୍ଟ ବାଇପାସ୍ ସର୍ଜରୀ କରାଯାଇଥିଲା ।

ଏମ୍ସ ଅଧିକାରୀ କହିଛନ୍ତି, “୮୯ ବର୍ଷୀୟ କଂଗ୍ରେସ ନେତାଙ୍କୁ ଜ୍ୱର ପରୀକ୍ଷା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା, ତାଙ୍କ ଅବସ୍ଥା ସ୍ଥିର ଅଛି।” ଦୁଇ ଦିନ ପୂର୍ବେ ସେ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। ଜ୍ୱର କମିଯିବା ପରେ ସେ ଦୁର୍ବଳ ଅନୁଭବ କରୁଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଡାକ୍ତରଙ୍କ ତତ୍ତ୍ବବଧାନରେ ରଖାଯାଇଛି ଓ ଚିନ୍ତା କରିବାର କିଛି ବିଷୟ ନାହିଁ।

ଅନ୍ୟପକ୍ଷରେ କଂଗ୍ରେସର ଜାତୀୟ ସଚିବ ତଥା ଗଣମାଧ୍ୟମ ବିଭାଗର ସହ-ଦାୟିତ୍ୱ ପ୍ରଣବ ଝା ଟ୍ୱିଟ୍ କରି କହିଛନ୍ତି, ‘‘ପୂର୍ବତନ ପ୍ରଧାନ ମନ୍ତ୍ରୀ ମନମୋହନ ସିଂଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ କିଛି ଗୁଜବ ଚାଲିଛି ଯାହା ଭିତ୍ତିହୀନ। ତାଙ୍କ ଅବସ୍ଥା ସ୍ଥିର ଅଛି। ତାଙ୍କୁ ନିୟମିତ ଚିକିତ୍ସା କରାଯାଉଛି। ଆବଶ୍ୟକ ସମୟରେ ଆମେ ନୂଆ ସୂଚନା ଶେୟାର କରିବୁ । ଏହି ଚିନ୍ତାଧାରା ପାଇଁ ମୁଁ ଗଣମାଧ୍ୟମରେ ମୋର ସହକର୍ମୀଙ୍କୁ ଧନ୍ୟବାଦ ଦେଉଛି ।’’

ପଞ୍ଜାବର ମୁଖ୍ୟ ମନ୍ତ୍ରୀ ଚରଣଜିତ ସିଂ ଚାନ୍ନି ଓ କଂଗ୍ରେସର ଅନ୍ୟାନ୍ୟ ନେତା ମନମୋହନ ସିଂଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଚାନ୍ନି ଟ୍ୱିଟ୍ କରି କହିଛନ୍ତି ଯେ ପୂର୍ବତନ ପ୍ରଧାନ ମନ୍ତ୍ରୀ ଡ଼ଃ ମନମୋହନ ସିଂଙ୍କୁ ଶୀଘ୍ର ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।

ରାଜ୍ୟର ପୂର୍ବତନ ମୁଖ୍ୟ ମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଟ୍ୱିଟ୍ କରି କହିଛନ୍ତି, ‘‘ପୂର୍ବତନ ପ୍ରଧାନ ମନ୍ତ୍ରୀ ଡ଼ଃ ମନମୋହନ ସିଂଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି।’’

ଚଳିତ ବର୍ଷ ଏପ୍ରିଲରେ ମନମୋହନ ସିଂ କରୋନାରେ ମଧ୍ୟ ସଂକ୍ରମିତ ହୋଇଥିଲେ ଓ ଏମ୍ସରେ କିଛି ଦିନ ଚିକିତ୍ସା ପରେ ଡିସଚାର୍ଜ ହୋଇଥିଲେ। ମାର୍ଚ୍ଚ ୪ ଓ ଏପ୍ରିଲ ୩ରେ ପୂର୍ବତନ ପ୍ରଧାନ ମନ୍ତ୍ରୀ କରୋନା ଟିକା ନେଇଥିଲେ।
Published by:Lipina Das
First published: