ତମ ମୋବାଇଲ CBI ନିକଟରେ..କାହା ନଂରେ ଅଫର.. ସିସୋଦିଆଙ୍କୁ ତିୱାରୀଙ୍କ ପ୍ରଶ୍ନବାଣ

ସିବିଆଇ ମନୀଷଙ୍କ ଫୋନ ନେଇଯାଇଛି। ତେବେ କେଉଁ ନମ୍ୱରରେ ତାଙ୍କୁ ବିଜେପି ପକ୍ଷରୁ ଅଫର ଆସିଛି ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ମନୋଜ ତିଓ୍ୱାରୀ ।

ମନୋଜ ତିୱାରୀ (ପ୍ରତୀକାତ୍ମକ ଛବି)

ମନୋଜ ତିୱାରୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଦାବି ପରେ ଆମ୍ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ଅଭିଯୋଗ ଓ ପ୍ରତିବାଦ ଜାରି ରହିଛି। ଗୋଟିଏ ପରେ ଗୋଟିଏ ଟୁଇଟ୍ କରି ବିଜେପି ନେତା ତଥା ସାଂସଦ ମନୋଜ ତିୱାରୀ ମନୀଷ ସିସୋଦିଆ ଓ ଆମ୍ ଆଦମୀ ପାର୍ଟି ଉପରେ ଆକ୍ରମଣ କରିଛନ୍ତି। ତିୱାରୀ ଟ୍ୱିଟରେ ଲେଖିଛନ୍ତି ଯେ ସିବିଆଇ ମନୀଷଙ୍କ ଫୋନ ନେଇଯାଇଛି। ତେବେ ଫୋନ କିମ୍ବା ମେସେଜ କାହା ନଂରେ ଆସିଛି? ତାଙ୍କ ନାମ କୁହନ୍ତୁ ଓ ଅନୁସନ୍ଧାନ ପାଇଁ ତାଙ୍କ ଫୋନ୍ ମଧ୍ୟ ଦାଖଲ କରନ୍ତୁ।

ଅନ୍ୟ ଏକ ଟ୍ୱିଟ୍‌ରେ ସେ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଗୁଜୁରାଟରେ ଅରବିନ୍ଦ କେଜ୍ରିୱାଲ ଏପଟ ସେପଟ କଥା କହୁଛନ୍ତି। ଅବକାରୀ ନୀତି ବାବଦରେ ଗୋଟେ ପଦ କହୁନାହାଁନ୍ତି। ଚାଲନ୍ତୁ ନିଜେ ଦିଲ୍ଲୀ ଶିକ୍ଷା ମଡେଲ ଉପରେ ନଜର ପକାଇବା। ସିଏମ୍ ସାହେବ ଜବାବ ଦେବେ ନା ନ୍ୟୁୟର୍କ ଟାଇମ୍ସ ସାମ୍ବାଦିକଙ୍କୁ ପଚାରିବାକୁ ପଡିବ?

ସୋମବାର ଦିନ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦାବି କରିଛନ୍ତି ଯେ ଆମ୍ ଆଦମୀ ପାର୍ଟି (ଏଏପି) ଛାଡି ବିଜେପିରେ ଯୋଗଦେବା ପାଇଁ ବିଜେପି ତାଙ୍କୁ ଅଫର ଦେଇଛି।
Published by:Soumya Das
First published: