ମୋତେ କ୍ଲିନ ଚିଟ ମିଳିଲା; CBIକୁ ଲକରରେ କିଛି ମିଳିଲାନି: ସିସୋଦିଆ

ମୋତେ ୨-୩ ମାସ ଜେଲରେ ରଖିବାକୁ ଚାପ ପଡ଼ିଥିଲା। କିନ୍ତୁ ମୋତେ କ୍ଲିନ ଚିଟ ମିଳିଗଲା: ସିବିଆଇ ଯାଞ୍ଚ ପରେ ମନୀଷ ସିସୋଦିଆଙ୍କ ପ୍ରତିକ୍ରିୟା

ମନୀଷ ସିସୋଦିଆ (ପ୍ରତୀକାତ୍ମକ ଛବି)

ମନୀଷ ସିସୋଦିଆ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବ୍ୟାଙ୍କ ଲକର ଆଜି ଯାଞ୍ଚ କରିଛି । ଏହି ଅନୁସନ୍ଧାନରେ ପରେ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ। ସତ୍ୟର ଜିତ ହୁଏ। ସିବିଆଇ ଲକରରୁ କିଛି ପାଇନାହିଁ। ସିବିଆଇ ଉପରେ ପ୍ରଧାନମନ୍ତ୍ରୀଙ୍କ ଚାପ ରହିଛି, କୌଣସି ପ୍ରକାରେ ମନୀଷ ମୋତେ ୨ ରୁ ୩ ମାସ ଜେଲରେ ରଖିବାକୁ ଯୋଜନା ଚାଲିଛି ବୋଲି କହିଛନ୍ତି ମନୀଷ ସିସୋଦିଆ।

ମନୀଷ ସିସୋଦିଆ କହିଛନ୍ତି, 'ଯେପରି ମୋ ଘରୁ କିଛି ମିଳିଲା ନାହିଁ, ସେହିଭଳି ମୋ ଲକରରୁ କିଛି ମିଳିଲା ନାହିଁ।  ମୁଁ ଖୁସି ଯେ ପ୍ରଧାନମନ୍ତ୍ରୀ ମୋ ଘରେ ଚଢ଼ାଉ କରି ମୋ ଲକର ଯାଞ୍ଚ କରି କିଛି ପାଇଲେ ନାହିଁ। ଏହା ହେଉଛି ପ୍ରମାଣ ଯେ ପ୍ରଧାନମନ୍ତ୍ରୀଙ୍କ ଅନୁସନ୍ଧାନରେ ମୋତେ କ୍ଲିନ ଚିଟ ମିଳିଗଲା। ଏଥି ସହିତ ସିସୋଦିଆ ବ୍ୟାଙ୍କ ଲକରର ତଦନ୍ତ ଶେଷ କରିବା ପରେ ସିସୋଦିଆ ବିଧାନସଭାକୁ ଯାଇଛନ୍ତି। ସେ ଅପରାହ୍ନ ୨ ଟାରେ ଦିଲ୍ଲୀ ବିଧାନସଭାକୁ ସମ୍ବୋଧିତ କରିବେ।

ବାସ୍ତବରେ ଆଜି ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଲକର ଯାଞ୍ଚ କରିଛି। ସିସୋଦିଆ ତାଙ୍କ ପତ୍ନୀଙ୍କ ସହ ଗାଜିଆବାଦର ବସୁନ୍ଧରା ସେକ୍ଟର ୪ରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖା ଯାଇଥିଲେ। ସିବିଆଇ ଟିମ୍ ମଧ୍ୟ ଏଠାରେ ଉପସ୍ଥିତ ଥିଲେ। ଏଥି ସହିତ ଲକର ଯାଞ୍ଚ ଶେଷ ହେବା ପରେ ସେ ଗଣମାଧ୍ୟମ ସାମ୍ନାକୁ ଆସି ଏହି ବିବୃତ୍ତି ଦେଇଛନ୍ତି।
Published by:Soumya Das
First published: