News18 Odia Digital
ନୂଆ ଦିଲ୍ଲୀ: କୌଣସି ଘୋଟାଲା ନାହିଁ, ପୁରା ମାମଲା ନକଲି। ସିସୋଦିଆଙ୍କୁ ଆମ୍ ଆଦମୀ ପାର୍ଟି ଛାଡିବାକୁ କୁହାଯାଇଛି। ଏହି ମାମଲା ତାଙ୍କ ବିରୋଧରେ ହୋଇଥିବା ସ୍କାମ ଅନୁସନ୍ଧାନ ପାଇଁ ନୁହେଁ, ବରଂ ଦିଲ୍ଲୀରେ ଅପରେସନ୍ ଲୋଟସ୍ ସଫଳ କରିବା ପାଇଁ ବୋଲି ଅଭିଯୋଗ ଆଣିଛନ୍ତି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ।
ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସୋମବାର ୯ ଘଣ୍ଟା ଧରି ସିବିଆଇ ଜେରା କରିଛି। କିନ୍ତୁ ସିସୋଦିଆ ସିବିଆଇ ମୁଖ୍ୟାଳୟ ଛାଡିବା ମାତ୍ରେ ସେ ବିଜେପି ବିରୋଧରେ ଗୁରୁତର ଅଭିଯୋଗ ଆଣି ବାହାରକୁ ଆସିଥିଲେ। ସିସୋଦିଆଙ୍କୁ AAP ଛାଡିବାକୁ କୁହାଯାଇଛି। ତାଙ୍କୁଙ୍କୁ ଏହି ଲୋକମାନେ(ବିଜେପି) CM ମଧ୍ୟ କରିଦେବେ ବୋଲି ସିବିଆଇ କହିଥିବା ନେଇ କହିଛନ୍ତି ଦିଲ୍ଲୀ ଡେପୁଟି ସିଏମ।
ସୋମବାର ସକାଳେ ମନୀଷ ସିସୋଦିଆ ସିବିଆଇ ମୁଖ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ପ୍ରବେଶ କରିବା ପରେ ସିବିଆଇ ମୁଖ୍ୟାଳୟରେ ୧୧:୩୦ ରେ ତାଙ୍କୁ ପଚରାଉଚରା ଆରମ୍ଭ ହୋଇଥିଲା। ମଝିରେ ତାଙ୍କୁ ମାତ୍ର ଅଧ ଘଣ୍ଟାର ମଧ୍ୟାହ୍ନ ଭୋଜନ ବିରତି ଦିଆଯାଇଥିଲା। ତଦନ୍ତ ଶେଷ ହେବା ପରେ ସିସୋଦିଆ ଏହି ଅଭିଯୋଗ ଆଣି କହିଛନ୍ତି ଯେ ଏକ୍ସାଇଜ୍ ପଲିସି ସ୍କାମ ବିଷୟରେ କୁହାଯାଉଛି। ଆଜି ମୁଁ ଯାଇ ଦେଖିଲି ଯେ କୌଣସି ଘୋଟାଲା ନାହିଁ, ଏହି ପୁରା ମାମଲା ନକଲି। ସେ କହିଛନ୍ତି ଯେ ସେଠାରେ ୯ ଘଣ୍ଟା ରହିବା ପରେ ସେ ଜାଣିବାକୁ ପାଇଲେ ଯେ ଦିଲ୍ଲୀରେ ଅପରେସନ୍ ଲୋଟସ୍ ସଫଳ ହେବା ପାଇଁ ଏସବୁ ଯୋଜନା ଚାଲିଛି।
ଅନ୍ୟପକ୍ଷରେ ମନୀଷ ସିସୋଦିଆଙ୍କ ଅଭିଯୋଗକୁ ସିବିଆଇ ଅସ୍ୱୀକାର କରିଛି। ସିବିଆଇ ଏହାର ବିବୃତ୍ତିରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛି। ସିବିଆଇ ଅନୁଯାୟୀ ମନୀଷ ସିସୋଦିଆଙ୍କୁ ପଚରାଉଚରା ବେଳେ ଦଳ ଛାଡିବାକୁ ଧମକ ଦିଆଯାଇ ନାହିଁ କିମ୍ବା ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ଭଳି ସିବିଆଇ ତାଙ୍କୁ କୌଣସି ପ୍ରଲୋଭନ ଦେଖାଇ ନାହିଁ। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି କହିଛି ଯେ ଏହି ଦୁର୍ନୀତି ସଂପର୍କରେ ମନୀଷ ସିସୋଦିଆଙ୍କୁ ପଚରାଉଚରା କରାଯାଇଛି। ତାଙ୍କ ବିବୃତ୍ତି ବର୍ତ୍ତମାନ ଯାଞ୍ଚ ହେବ ଓ ଆବଶ୍ୟକ ହେଲେ ଅଧିକ ପଚରାଉଚରା ପାଇଁ ଡକାଯାଇପାରେ ବୋଲି କହିଛି ସିବିଆଇ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।