Manipur Landslide: ମଣିପୁର ଭୂସ୍ଖଳରେ ୪୦ ଜଣ ନିଖୋଜ; ଉଦ୍ଧାର କାର୍ଯ୍ୟ ଜାରି

Manipur Landslide update: ପ୍ରାକୃତିକ ବିପର୍ଯ୍ୟୟ ଭୂସ୍ଖଳ ହେତୁ ମଣିପୁରରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ଏଯାବତ ଭୂସ୍ଖଳରେ ୨୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୪୦ ଜଣ ନିଖୋଜ ଅଛନ୍ତି।

ମଣିପୁର ଭୂସ୍ଖଳରେ ୪୦ ଜଣ ନିଖୋଜ

ମଣିପୁର ଭୂସ୍ଖଳରେ ୪୦ ଜଣ ନିଖୋଜ

  • Share this:
News18 Odia Digital

Manipur landslide resque operation: ଗତକାଲି ରାତିରେ ଏକ ବଡ଼ ଧରଣର ଭୂସ୍ଖଳନ ପରେ ମଣିପୁରରେ ଘଟିଥିବା ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୪୦ ଜଣ ନିଖୋଜ ଥିବା କୁହାଯାଉଛି। ପ୍ରାକୃତିକ ବିପର୍ଯ୍ୟୟ ପରେ ନୋନି ଜିଲ୍ଲାର ଟୁପୁଲ ରେଳ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି। ଯେଉଁଠାରେ ନିର୍ମାଣାଧୀନ ଜିରିବାମରୁ ଇମ୍ଫାଲ ପର୍ଯ୍ୟନ୍ତ ଯାଉଥିବା ରେଳ ଲାଇନର ସୁରକ୍ଷା ପାଇଁ ନିୟୋଜିତ ୧୦୭ ଟେରିଟୋରିଆଲ୍ ଆର୍ମିର ଏକ କମ୍ପାନୀ ମଧ୍ୟ ଏହି ଭୂସ୍ଖଳନର ଶିକାର ହୋଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ଜଣ ଉଦ୍ଧାର ହୋଇଛନ୍ତି

ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି। ରେଳବାଇ ଓ ଆସାମ ରାଇଫଲ୍ସର ଉଦ୍ଧାରକାରୀ ଦଳ କ୍ରମାଗତ ଭାବରେ କାର୍ଯ୍ୟରେ ଅଛନ୍ତି। ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ୬ଟି ମୃତଦେହ ମଧ୍ୟ ଉଦ୍ଧାର କରିଛନ୍ତି।

ବର୍ଷା ଚିନ୍ତା ବଢ଼ାଇଛି

ଟେରିଟୋରିଆଲ୍ ଆର୍ମିର ୨୦ ଜଣ ସେନାଙ୍କ ବ୍ୟତୀତ ଏହି ନିଖୋଜ ଲୋକଙ୍କ ମଧ୍ୟରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ ଓ ଅଧିକାରୀ ଅଛନ୍ତି। ୩ଟି ସ୍ଥାନୀୟ ନାଗରିକ ନିଖୋଜ ହେବାର ଖବର ମଧ୍ୟ ଅଛି। ଲଗାତାର ବର୍ଷା ହେତୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ସୁରକ୍ଷିତ ସ୍ଥାନରେ ରହିବାକୁ ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ନିବେଦନ କରିଛି।
Published by:Lipina Das
First published: