ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ମନ୍ଦିରା ବେଦୀଙ୍କ ସ୍ୱାମୀଙ୍କ ମୃତ୍ୟୁ ହେଲା; ଅଭିନେତ୍ରୀଙ୍କ Insta ପୋଷ୍ଟକୁ ନେଇ ଉଠିଲା ଅନେକ ପ୍ରଶ୍ନ

ମନ୍ଦିରା ବେଦୀଙ୍କ ସ୍ୱାମୀଙ୍କ ମୃତ୍ୟୁ ହେଲା; ଅଭିନେତ୍ରୀଙ୍କ Insta ପୋଷ୍ଟକୁ ନେଇ ଉଠିଲା ଅନେକ ପ୍ରଶ୍ନ

Mandira Bedi’s husband Raj Kaushal dies, questions over her Instagram post | ମାତ୍ର ୪୯ ବର୍ଷ ବୟସରେ ହୃଦଘାତରେ ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ କୌଶଲଙ୍କ ମୃତ୍ୟୁ ହୋଇଛି । ଦିନକ ଆଗକୁ ମନ୍ଦିରା ଶେୟାର୍ କରିଥିବା ଏକ ପୋଷ୍ଟରୁ ଅନେକଙ୍କୁ ଲାଗୁଛି ସ୍ୱାମୀଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ତାଙ୍କ ଭାବନା ବଦଳିଯାଇଥିଲା ।

ମନ୍ଦିରା ବେଦୀଙ୍କ ସ୍ୱାମୀଙ୍କ ମୃତ୍ୟୁ ହେଲା; ଅଭିନେତ୍ରୀଙ୍କ Insta ପୋଷ୍ଟକୁ ନେଇ ଉଠିଲା ଅନେକ ପ୍ରଶ୍ନ
ପତି ରାଜ କୌଶଲଙ୍କ ସହ ମନ୍ଦିରା ବେଦୀ
  • News18 Odia
  • Last Updated: June 30, 2021, 10:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ପ୍ରସିଦ୍ଧ ଅଭିନେତ୍ରୀ ତଥା ଉପସ୍ଥାପିକା ମନ୍ଦିରା ବେଦୀଙ୍କ (Mandira Bedi) ଦୁନିଆରେ ହଠାତ୍ ଝଡ଼ ସୃଷ୍ଟି ହୋଇଛି । ସୋସିଆଲ ମିଡିଆରେ ନିଜ ଫିଟନେସକୁ ନେଇ ବହୁତ ସକ୍ରିୟ ରହୁଥିବା ମନ୍ଦିରା କିଛି ଘଣ୍ଟା ପୂର୍ବରୁ ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଫିଟନେସ୍ ଓ ପିଲାମାନଙ୍କୁ ଭଲପାଇବା ଉପରେ ଅନେକ ଫଟୋ ଓ କ୍ୟୋଟେସନ୍‌ ଶେୟାର୍‌ କରିଥିଲେ । କିନ୍ତୁ ବୁଧବାର ସକାଳେ ମନ୍ଦିରାଙ୍କ ସ୍ୱାମୀ ରାଜ କୌଶଲଙ୍କର (Raj Kaushal) ହୃଦଘାତରେ ମୃତ୍ୟୁ ଘଟିଲା ।

୧୯୯୯ରେ ମନ୍ଦିରା ଓ ରାଜ କୌଶଲ ବିବାହ କରିଥିଲେ । ମାତ୍ର ୪୯ ବର୍ଷ ବୟସରେ ରାଜ କୌଶଲଙ୍କ ମୃତ୍ୟୁରେ ମନ୍ଦିରା ଭାଙ୍ଗି ପଡ଼ିଥିଲେ । ସ୍ୱାମୀଙ୍କ ଶେଷ କୃତ୍ୟ ସମୟରେ ତାଙ୍କ ସାଙ୍ଗମାନେ ତାଙ୍କୁ ଶାନ୍ତ୍ୱନା ଦେଉଥିବା ଦେଖାଯାଇଥିଲା । କିନ୍ତୁ ଦିନକ ପୂର୍ବରୁ ଇନଷ୍ଟାଗ୍ରାମରେ ମନ୍ଦିରା ସୋସିଆଲ୍‌ ମିଡି଼ଆରେ ଏମିତି ଏକ ପୋଷ୍ଟ ଶେୟାର୍‌ କରିଥିଲେ ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି । ଅନୁମାନ କରାଯାଉଛି ଯେ ମନ୍ଦିରା ଓ ରାଜଙ୍କ ଜୀବନରେ ସବୁ ଠିକ୍ ଚାଲି ନ ଥଲା ଓ ସେଇଥି ପାଇଁ ହୁଏତ ତାଙ୍କ ସ୍ୱାମୀଙ୍କୁ ହୃଦଘାତ ହୋଇଥିଲା ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଆସିଲା ନୂଆ ନିୟମ: ୧୬ ଯାଏଁ ଆଂଶିକ ଲକ୍ଡାଉନ୍‌; ୨୦ଟି ଜିଲ୍ଲାରେ ସନ୍ଧ୍ୟା ୬ଟା ଯାଏଁ ଦୋକାନ ଖୋଲିପାରିବ

ହୃଦଘାତରେ ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ କୌଶଲଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯେତେବେଳେ ମନ୍ଦିରା ଇନଷ୍ଟାଗ୍ରାମରେ ସେହି ପୋଷ୍ଟ ଶେୟାର୍‌ କରିଥିଲେ ସେତେବେଳେ ସେ କଳ୍ପନା କରିପାରି ନ ଥିବେ ଯେ ତାଙ୍କ ଖୁସିରେ ଏମିତି ଚନ୍ଦ୍ରଗ୍ରହଣ ଆସିଯିବ । ଝାଳରେ ବୁଡ଼ିଥିବା ମନ୍ଦିରା ନିଜ ଫଟୋ ଶେୟାର କରି ଲେଖିଥିଲେ ‘‘ଦୌଡ଼, ଡିଆଁମାର, ଖୁସି ହୁଅ’’ ।

ମନ୍ଦିରା ବେଦୀଙ୍କୁ ଶାନ୍ତ୍ୱନା ଦେଉଛନ୍ତି ଅଭିନେତା ରୋହିତ ରାୟ ।




ଏହା ବି ପଢ଼ନ୍ତୁ | ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କର ସଡ଼କ ଦୁର୍ଘଟଣାରେ ପ୍ରାଣ ଗଲା; ଭୁବନେଶ୍ୱରରେ ଅଜଣା ଗାଡ଼ି ଧକ୍କା ଦେଲା

ହେଲେ ରାଜ କୌଶଲଙ୍କ ମୃତ୍ୟୁର ଦିନକ ପୂର୍ବରୁ ମନ୍ଦିରା ବେଦୀ ଇନଷ୍ଟାଗ୍ରାମରେ ଏକ ଲମ୍ବା ପୋଷ୍ଟ କରିଥିଲେ । ସେହି ପୋଷ୍ଟରେ ସେ ଜୀବନ ଓ ମାନବ ସମ୍ପର୍କ ବିଷୟରେ ଏକ ଭାବପ୍ରବଣ ବାର୍ତ୍ତା ଲେଖିଥିଲେ । ସେ ଲେଖିଥିଲେ, ‘‘ବିନା ଗିଲ୍ଟରେ… ଆପଣ କାହା ସହିତ କେତେ ନିକଟତର ହୋଇପାରିବେ ତାହା ସମୟ ନିର୍ଣ୍ଣୟ କରେ ନାହିଁ । ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ମୁଁ ବର୍ଷ ବର୍ଷ ଧରି ଜାଣିଛି ହେଲେ ସେମାନଙ୍କ ସହିତ ସଂଯୋଗ ସମାପ୍ତ ହୋଇଯାଇଛି କିମ୍ବା କେବେ ନ ଥିଲା । ଏମିତି କିଛି ନୂଆ ସଂଯୋଗ ଅଛି ଯାହା ଅନୁଭବ କରାଏ ଯେମିତି ସେମାନେ ଆପଣଙ୍କ ସହିତ ଅନେକ ଜନ୍ମ ଧରି ରହିଆସିଛନ୍ତି... ତେଣୁ ଆଗକୁ ଯାଆନ୍ତୁ ଓ ନୂଆକୁ ଗ୍ରହଣ କରନ୍ତୁ । ନିଜକୁ ଦୋଷୀ ଅନୁଭବ ନ କରି କିମ୍ବା କୌଣସି ପ୍ରଶ୍ନ ନ ପଚାରି…’’

ମନ୍ଦିରା ବେଦୀଙ୍କ ବିବାଦିତ ଇନଷ୍ଟାଗ୍ରାମ୍‌ ପୋଷ୍ଟ୍‌


ମନ୍ଦିରାରା ବେଦୀଙ୍କ ଏହି ପୋଷ୍ଟକୁ ନେଇ ତାଙ୍କର ଅନେକ ପ୍ରଶଂସକ ବିଭିନ୍ନ ଉପାୟରେ ପ୍ରତିକ୍ରିୟା ଦେଇଥିଲେ । ଜଣେ ପ୍ରଶଂସକ ସିଧାସଳଖ ପଚାରଥିଲେ, ‘‘କ’ଣ, ଛାଡପତ୍ର?’’ ମନ୍ଦିରା ବେଦୀ ଓ ରାଜ କୌଶଲଙ୍କର ୧୦ ବର୍ଷର ଗୋଟିଏ ପୁଅ ଅଛି । ମନ୍ଦିରା ଗତ ବର୍ଷ ଜୁଲାଇରେ ଚାରି ବର୍ଷର ଗୋଟିଏ ଝିଅ ତାରାକୁ ବି ପାଳନ ପାଇଁ ଗ୍ରହଣ କରିଥିଲେ ।

ଏହା ବି ପଢ଼ନ୍ତୁ | ହାତ କାଟିଲେ ଛାତ୍ରୀ; ଓଡ଼ିଶା ମ୍ୟାଟ୍ରିକ୍ପରୀକ୍ଷା ଫଳକୁ ନେଇ ବଢ଼ିଲା ଅସନ୍ତୋଷ; ରାସ୍ତାକୁ ଓହ୍ଲାଇଲେ ପିଲାମାନେ

୨୦୦୫ ମସିହାର ଚଳଚ୍ଚିତ୍ର ‘ମାଇ ବ୍ଦଦର୍‌ ନିଖିଲ’ରେ My Brother Nikhil) ରାଜ କୌଶଲଙ୍କ ସହ କାମ କରିଥିବା ଚଳଚ୍ଚିତ୍ର ନିର୍ମାତା ଓନୀର ସୋସିଆଲ୍‌ ମିଡି଼ଆରେ ତାଙ୍କ ମୃତ୍ୟୁ ଖବର ଘୋଷଣା କରିଥିଲେ । ସେ ଏକ ଟ୍ୱିଟ୍‌ କରି କହିଥିଲେ, ‘‘ଖୁବ୍ ଶୀଘ୍ର ଚାଲିଗଲେ । ଆଜି ସକାଳେ ଆମେ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ରାଜ କୌଶଲଙ୍କୁ ହରାଇଲୁ । ମୋ’ ପ୍ରଥମ ଫିଲ୍ମ ‘ମାଇ ବ୍ରଦର ନିଖିଲ’ର ନିର୍ମାତାମାନଙ୍କ ମଧ୍ୟରୁ ଜଣେ ଥିଲେ ସେ । ଯେଉଁମାନେ ଆମ ଦର୍ଶନରେ ବିଶ୍ୱାସ କରୁଥିଲେ ଓ ଆମକୁ ସମର୍ଥନ କରିଥିଲେ ସେମାନଙ୍କ ମଧ୍ୟରୁ ଜଣେ ଥିଲେ ସେ । ତାଙ୍କ ଆତ୍ମାର ସଦଗତି ​​ପାଇଁ ପ୍ରାର୍ଥନା କରୁଛି ।’’



ଜୁନ୍‌ ୩୦ ତାରିଖ ସକାଳେ ମନ୍ଦିରା ବେଦୀଙ୍କ ସ୍ୱାମୀ ତଥା ଚଳଚ୍ଚିତ୍ର ନିର୍ମାତା ରାଜ କୌଶଲଙ୍କର ୪୯ ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।
Published by: Anand ST Das
First published: June 30, 2021, 10:32 PM IST