ନ୍ୟୁୟର୍କରେ ଆତ୍ମହତ୍ୟା କରିଥିବା ମହିଳାଙ୍କ ଇମୋସନାଲ ଭିଡ଼ିଓ ଭାଇରାଲ

ମନଦୀପ କୌରଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ ପିତାମାତା ସ୍ୱାମୀ ଓ ଶାଶୁଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି।

ନ୍ୟୁୟର୍କରେ ଆତ୍ମହତ୍ୟା

ନ୍ୟୁୟର୍କରେ ଆତ୍ମହତ୍ୟା

  • Share this:
News 18 Odia Digital

ନ୍ୟୁୟର୍କ: ମନଦୀପ କୌର ଆମେରିକାର ନ୍ୟୁୟର୍କରେ ଆତ୍ମହତ୍ୟା କରିଛନ୍ତି। ମନଦୀପ କୌରଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ ପିତାମାତା ସ୍ୱାମୀ ଓ ଶାଶୁଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି। ଅନ୍ୟପକ୍ଷରେ ମନଦୀପ କୌର ଆତ୍ମହତ୍ୟା କରିବା ପୂର୍ବରୁ ଏକ ଭିଡିଓ କରିଥିଲେ ଯେଉଁଥିରେ ସେ ତାଙ୍କ ସ୍ୱାମୀ ଓ ଶାଶୁଙ୍କ ଦ୍ୱାରା ଅତ୍ୟାଚାରର କାହାଣୀ ବର୍ଣ୍ଣନା କରିଥିଲେ। ସେ କହିଥିଲେ, ‘‘ମୁଁ କେତେ ଦିନ ଏମିତି ମାଡ଼ ଖାଇବି? ବର୍ତ୍ତମାନ ସ୍ୱାମୀଙ୍କ ମାଡକୁ ବରଦାସ୍ତ କରିପାରୁ ନାହିଁ, ତେଣୁ ମୁଁ ଆତ୍ମହତ୍ୟା କରୁଛି।’’

ମନଦୀପ କୌର ଭିଡିଓରେ କହିଛନ୍ତି ଯେ ସେ ତାଙ୍କ ସ୍ୱାମୀଙ୍କ ଉନ୍ନତି ପାଇଁ ବହୁତ ଚେଷ୍ଟା କରିଥିଲେ ମଧ୍ୟ କୌଣସି ଉନ୍ନତି ହୋଇନଥିଲା। କିନ୍ତୁ ରଣଜୋତଭୀର ତାଙ୍କୁ ପ୍ରତିଦିନ ମାଡ଼ ମାରୁଥିଲେ। ତାଙ୍କର ଦୁଃଖ କମିବାର ନାମ ନେଉ ନଥିଲା। ଦୁଇ ଝିଅଙ୍କ ମା' ଥିଲେ ମନଦୀପ କୌର। ତାଙ୍କ ଝିଅ ଜନ୍ମକୁ ନେଇ ତାଙ୍କ ସ୍ୱାମୀ ରଣଜୋତଭୀର ଖୁସି ନଥିଲେ। ପୁଅ ଚାହୁଁଥିବାରୁ ସେ ତାଙ୍କୁ ନିର୍ଯାତନା ମଧ୍ୟ ଦେଉଥିଲେ। ପ୍ରତିଦିନ ତାଙ୍କ ସ୍ବାମୀ ପିଟୁଥିଲେ। ଏହାର ସିସିଟିଭି ଫୁଟେଜ ମଧ୍ୟ ତାଙ୍କ ପିତାମାତା ନ୍ୟୁୟର୍କ ପୋଲିସକୁ ଦେଇ ଅଭିଯୋଗ କରିଛନ୍ତି।



ପିତା ଜସପାଲ ସିଂ କହିଛନ୍ତି, ‘‘ ମୋ ଝିଅ ମନଦୀପ କହୁଥିଲେ ଯେ ସ୍ୱାମୀ ତାଙ୍କୁ ଘରୁ ୫୦ ଲକ୍ଷ ଟଙ୍କା ଆଣିବାକୁ ଚାପ ପକାଉଥିଲେ। ଯେତେବେଳେ ମନଦୀପ ଏହା କରିବାକୁ ମନା କରୁଥିଲେ ସେ ତାଙ୍କୁ ଆହୁରି ପିଟିବା ଆରମ୍ଭ କରିଥିଲେ।’’

ବର୍ତ୍ତମାନ ଜସପାଲ ସିଂ ନାଜିଆୱାଡ ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଛନ୍ତି। ଜସପାଲ କହିଛନ୍ତି ଯେ ତାଙ୍କ ଝିଅଙ୍କ ପୋଷ୍ଟମର୍ଟମ ଆମେରିକାରେ କରାଯାଇଛି। ଅଭିଯୁକ୍ତ ସ୍ୱାମୀ ରଣଜୋତଭେର ପୋଲିସର ହେପାଜତରେ ଅଛନ୍ତି। ନାଜିଆୱାଡ CO ଗଜେନ୍ଦ୍ର ପାଲ ସିଂ କହିଛନ୍ତି ଯେ ପୋଲିସ ମନଦୀପଙ୍କ ସ୍ୱାମୀ, ଶାଶୁ, ଶ୍ୱଶୁର ଓ ଦିଅରଙ୍କ ବିରୋଧରେ ମାମଲା ରୁଜୁ କରିଛି।
Published by:Soumyashree Mishra
First published: