ନିଜ ପିଠିକୁ JCB ମାଟି ଖୋଳା ମେସିନରେ କୁଣ୍ଡାଇଲେ ଏହି ବ୍ୟକ୍ତି; VIDEO ଦେଖି ସମସ୍ତେ ଚକିତ!

ଭିଡିଓରେ ଦେଖାଯାଇଛି ଯେ ସେହି ବ୍ୟକ୍ତି ଜଣକ ପ୍ରଥମେ ଏକ ତଉଲିଆରେ ନିଜ ପିଠି କୁଣ୍ଡାଉଛନ୍ତି । ସେଥିରେ ସନ୍ତୁଷ୍ଟ ନ ହୋଇ ସେ ପାଖରେ ଥିବା ଏକ JCB ମେସିନ୍ ପାଖକୁ ଯାଉଛନ୍ତି ଓ ସେଥିରେ ନିଜ ପିଠି କୁଣ୍ଡାଉଛନ୍ତି ।

ନିଜ ପିଠିକୁ JCB ମାଟି ଖୋଳା ମେସିନରେ କୁଣ୍ଡାଇଲେ ଏହି ବ୍ୟକ୍ତି; VIDEO ଦେଖି ସମସ୍ତେ ଚକିତ!
ଭାଇରାଲ ଭିଡିଓରୁ ଏକ ଦୃଶ୍ୟ
  • News18 Odia
  • Last Updated: October 15, 2020, 4:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଆମ ଦେହର କୈଣସି ଅଙ୍ଗ କୁଣ୍ଡେଇ ହେଲେ ଆମେ ଆଙ୍ଗୁଳି ବ୍ୟବହାର କରି କୁଣ୍ଡାଉ । ବେଶୀ କୁଣ୍ଡେଇ ହେଲେ କେହି କେହି ବେଳେ ବେଳେ ତଉଲିଆ ଓ ପାନିଆ ବି ବ୍ୟବହାର କରୁ । ହେଲେ ନିଜ ପିଠି କୁଣ୍ଡେଇବା ପାଇଁ JCB ମାଟି ଖୋଳା ମେସିନ୍‌ କିଏ ବ୍ୟବହାର କରେ? କଥାଟା ବିସ୍ମୟକାରୀ ହେଲେ ବି ସତ । ଏମିତି କରୁଥିବା ଜଣେ ବ୍ୟକ୍ତିଙ୍କ ଏକ ଭିଡିଓ ଏବେ ଫେସବୁକରେ ଆସିଛି, ଆଉ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ଏହି ଭିଡିଓରେ ସେହି ବ୍ୟକ୍ତି ଜଣକ ଏକ ବିଶାଳ JCB ମେସିନକୁ ବ୍ୟାକ ସ୍କ୍ରାଚର (ପିଠି କୁଣ୍ଡା ଯନ୍ତ୍ର) ଭାବରେ ବ୍ୟବହାର କରୁଥିବା ଦେଖାଯାଇଛି। ଏହି ଭିଡିଓଟି ଭାରତର କୌଣସି ଅଞ୍ଚଳର । ଏହା ସମ୍ଭବତଃ କେରଳର କୌଣସି ଅଞ୍ଚଳର ହୋଇଥାଇପାରେ କାରଣ ମଳୟାଳମ୍‌ ଭାଷାରେ ଏହା ସହ ଏକ କ୍ୟାପସନ୍‌ ଅଛି ।

ଜେସିବି ଖନନକାରୀ ମେସିନର ଏମିତି ବ୍ୟବହାର ସୋସିଆଲ୍ ନେଟୱାର୍କିଂ ସାଇଟରେ ବିଭିନ୍ନ ପ୍ରତିକ୍ରିୟା ସୃଷ୍ଟି କରିଛି । ଅନେକ ଲୋକ ଏହି ପୂରା ଘଟଣାକୁ ମଜାଳିଆ ବୋଲି କହୁଥିବା ବେଳେ କେହି କେହି ପ୍ରଶ୍ନ କରୁଛନ୍ତି ଓ ଅନ୍ୟମାନେ ଏହି ଷ୍ଟଣ୍ଟକୁ ବିପଜ୍ଜନକ ବୋଲି କହିଛନ୍ତି ।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱର: ଟ୍ରଲର୍ ଓ ଟ୍ରକ୍ ଧକ୍କା ପରେ ୩ ଘଣ୍ଟା ଷ୍ଟିଅରିଂରେ ଚାପି ହୋଇ ରହିଲେ ଡ୍ରାଇଭର୍‌

ଭିଡିଓରେ ପ୍ରଥମେ ଦେଖାଯାଇଛି ଯେ ସେହି ବ୍ୟକ୍ତି ଜଣକ ଆଗ ଏକ ତଉଲିଆରେ ନିଜ ପିଠି କୁଣ୍ଡାଉଛନ୍ତି । ହେଲେ ସେଥିରେ ସନ୍ତୁଷ୍ଟ ନ ହୋଇ ସେ ନିକଟରେ ଥିବା ଏକ ଜେସିବି ଖନନକାରୀ ମେସିନ୍‌ ପାଖକୁ ଯାଉଛନ୍ତି ଓ ତା’ ଆଗରେ ନଇଁ ପଡ଼ୁଛନ୍ତି । JCB ମେସିନର ଅପରେଟର୍ ମେସିନକୁ ଚଳାଉଛି, ଆଉ ତା’ ସାହାଯ୍ୟରେ ସେହି ବ୍ୟକ୍ତି ନିଜ ପିଠି କୁଣ୍ଡାଉଛନ୍ତି!

ଏହା ବି ପଢ଼ନ୍ତୁ | ଦେଶର ପ୍ରଥମ ମାମଲା: କରୋନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ତାଙ୍କ ପତ୍ନୀଙ୍କ ବିରୋଧରେ FIR ହେଲା

୪୧ ସେକେଣ୍ଡ ଲମ୍ବା ଏହି ଭିଡିଓଟି ଅକ୍ଟୋବର ୧୧ରେ ପୋଷ୍ଟ କରାଯାଇଛି । ଏହି ଭିଡିଓ ହଜାକ ହଜାର ଲୋକ ଦେଖି ସାରି ନିଜ ପ୍ରତିକ୍ରିୟା ଦେଉଛନ୍ତି ଓ ସେୟାର ବି କରୁଛନ୍ତି ।



ଜଣେ ଫେସବୁକ୍ ବ୍ୟବହାରକାରୀ ମନ୍ତବ୍ୟ ଦେଇ ଲେଖିଛନ୍ତି ଯେ କେହି ଏମିତି କାର୍ଯ୍ୟର ପୁନରାବୃତ୍ତି କରିବା ଉଚିତ ନୁହେଁ । ମଳାୟାଳମରେ ଲେଖାଯାଇଥିବା ମନ୍ତବ୍ୟରେ ଆଉ ଜଣେ କହିଛନ୍ତି ଯେ ଯଦି ତାଙ୍କର ଏକ ଜେସିବି ମେସିନ୍‌ ଥାଆନ୍ତା, ତେବେ ସେ ବି ନିଜ ପିଠିକୁ ସେଥିରେ କୁଣ୍ଡାଉଥା’ନ୍ତେ ।
Published by: Anand Shankar Thankur Das
First published: October 15, 2020, 4:48 PM IST
corona virus btn
corona virus btn
Loading