୩୭ କୋଟି ବୀମା ଟଙ୍କା ପାଇବା ପାଇଁ ଅଭିଯୁକ୍ତ ରଚିଲା ନିଆରା ନାଟକ; ହେଲେ କାମ କଲାନି ଉପାୟ

କୋବ୍ରା ଦ୍ବାରା କାମୁଡ଼ିବାକୁ ପାଇଁ ଷଡ଼ଯନ୍ତ୍ର କରାଯାଇଥିବା କଥା ସାମ୍ନାକୁ ଆସିଥିଲା, ଯେତେବେଳେ ବୀମା କମ୍ପାନୀର ଅଧିକାରୀମାନେ ଏହି ଘଟଣାରେ ପୋଲିସଠାରୁ ତଥ୍ୟ ସଂଗ୍ରହ କରିଥିଲେ।

୩୭ କୋଟି ବୀମା ଟଙ୍କା ପାଇବା ପାଇଁ ଅଭିଯୁକ୍ତ ରଚିଲା ନିଆରା ନାଟକ

୩୭ କୋଟି ବୀମା ଟଙ୍କା ପାଇବା ପାଇଁ ଅଭିଯୁକ୍ତ ରଚିଲା ନିଆରା ନାଟକ

  • Share this:
News18 Odia Digital

ମୁମ୍ବାଇ: ମହାରାଷ୍ଟ୍ରର ଅହମ୍ମଦନଗରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ରହୁଥିବା ଜଣେ ୫୪ ବର୍ଷୀୟ ବ୍ୟକ୍ତି ନିଜର ବୀମା ରାଶି ପାଇବା ପାଇଁ ନିଜ ମୃତ୍ୟୁର ଏକ ନାଟକ ତିଆରି କରିଥିଲେ । କେବଳ ଏତିକି ନୁହେଁ, ଏଥି ପାଇଁ ସେ ଏକ କୋବ୍ରା ସାପ ଦ୍ୱାରା କାମୁଡ଼ାଇ ଜଣେ ନିରୀହ ବ୍ୟକ୍ତିଙ୍କୁ ମଧ୍ୟ ହତ୍ୟା କରିଥିଲେ। ସେ ଆମେରିକାର ଏକ ବୀମା କମ୍ପାନୀରେ ଚାଲିଥିବା ପଲିସିର ୩୭.୫ କୋଟି ଟଙ୍କା ନେବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଯେତେବେଳେ ଏହି ବୀମା କମ୍ପାନୀର ଅଧିକାରୀମାନେ ପୋଲିସଠାରୁ ତଥ୍ୟ ସଂଗ୍ରହ କରିଥିଲେ ସେତେବେଳେ ତାଙ୍କର ଷଡ଼ଯନ୍ତ୍ର ବିଷୟରେ ଜଣାପଡ଼ିଥିଲା । ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ଓ ତାଙ୍କର ଚାରି ସହଯୋଗୀଙ୍କୁ ଗିରଫ କରିଛି ।

ପୋଲିସର ସୂଚନାନୁସାରେ, ପ୍ରଭାକର ଭୀମଜୀ ୱାଗଚୌର ନାମକ ଜଣେ ବ୍ୟକ୍ତି ଆମେରିକାରେ ୨୦ ବର୍ଷ ରହୁଥିଲେ। ଜାନୁଆରୀରେ ସେ ଭାରତ ଫେରିବା ପରେ ସେ ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ରାଜୁର ଗ୍ରାମକୁ ଯାଇଥିଲେ। ଏପ୍ରିଲ ୨୨ରେ, ଅହମ୍ମଦନଗରର ରାଜୁର ପୋଲିସ ଷ୍ଟେସନର ଅଧିକାରୀମାନେ ସ୍ଥାନୀୟ ସରକାରୀ ଡାକ୍ତରଖାନାରୁ ୱାଗଚୌରଙ୍କ ମୃତ୍ୟୁ ଖବର ପାଇଥିଲେ।

ଯେତେବେଳେ ଜଣେ ପୋଲିସ କନଷ୍ଟେବଳ ଡାକ୍ତରଖାନାକୁ ଯାଇଥିଲେ, ଜଣେ ବ୍ୟକ୍ତି ନିଜକୁ ୱାଗଚେରଙ୍କ ଜ୍ୱାଇଁ ବୋଲି ପରିଚୟ ଦେଇଥିଲେ। ପ୍ରବୀନ୍ ନାମକ ଏହି ବ୍ୟକ୍ତି ଶବକୁ ୱାଗଚେର୍ ବୋଲି ଚିହ୍ନଟ କରିଥିଲେ । ରାଜୁର ନିବାସୀ ହର୍ଷଦ ଲାହମେଜ ନାମକ ଜଣେ ବ୍ୟକ୍ତି ମଧ୍ୟ ଶବକୁ ୱାଗଚେର୍ ବୋଲି ଚିହ୍ନଟ କରିଥିଲେ।

ପ୍ରାଥମିକ ଚିକିତ୍ସା ରିପୋର୍ଟ ପାଇବା ପରେ ପୋଲିସ ଶେଷ ରୀତିନୀତି ପାଇଁ ଜ୍ୱାଇଁ ପ୍ରବୀଣଙ୍କୁ ଶବ ହସ୍ତାନ୍ତର କରିଥିଲା। ଏହି ରିପୋର୍ଟରେ ମୃତ୍ୟୁର କାରଣ ସାପ କାମୁଡ଼ିବା ବୋଲି କୁହାଯାଇଥିଲା।

ୱାଗଚୌରଙ୍କ ଜୀବନ ବୀମା ଦାବି ଅନୁସନ୍ଧାନ କରୁଥିବା ବୀମା କମ୍ପାନୀର ଅଧିକାରୀମାନେ ଅହମ୍ମଦନଗର ପୋଲିସ ଅଧିକାରୀଙ୍କ ସହ ଯୋଗାଯୋଗ କରି ତାଙ୍କ ମୃତ୍ୟୁ ବିଷୟରେ ଅଧିକ ବିବରଣୀ ମାଗିଥିଲେ। ଅନୁସନ୍ଧାନର ଏକ ଅଂଶ ଭାବରେ ପୋଲିସ ପ୍ରଥମେ ରାଜୁରସ୍ଥିତ ୱାଗଚେରଙ୍କ ଘରେ ପହଞ୍ଚିଥିଲା। ଜଣେ ପଡୋଶୀ କହିଛନ୍ତି ଯେ ସେ ସାପ କାମୁଡ଼ି ଘଟଣା ବିଷୟରେ ଶୁଣି ନାହାଁନ୍ତି, କିନ୍ତୁ ଅଭିଯୁକ୍ତ ଘଟଣା ସମୟରେ ଘରେ ଆମ୍ବୁଲାନ୍ସ ପହଞ୍ଚିଥିବାର ଦେଖିଛନ୍ତି। ଯେତେବେଳେ ପୋଲିସ ଲାହମେଜଙ୍କ ସହ ଯୋଗାଯୋଗ କଲା ସେତେବେଳେ ସେ ଦାବି କରିଥିଲେ ଯେ ପ୍ରବୀଣଙ୍କ ମୃତ୍ୟୁ କରୋନା କାରଣରୁ ହୋଇଛି।

ମୃତକଙ୍କ କୌଣସି ସମ୍ପର୍କୀୟଙ୍କୁ ଖୋଜିବାରେ ପୋଲିସ ଅସମର୍ଥ ହୋଇଥିଲା। ଏଭଳି ପରିସ୍ଥିତିରେ ପୋଲିସ ୱାଗଚୌରଙ୍କ କଲ ରେକର୍ଡକୁ ଦେଖିବା ଆରମ୍ଭ କରିଥିଲା। ଯାହା ପ୍ରକାଶ କରିଛି ଯେ ସେ କେବଳ ଜୀବିତ ନୁହଁନ୍ତି, ବରଂ ସେ ନିଜକୁ ପ୍ରବୀଣ ବୋଲି ଡାକ୍ତରଖାନାରେ ପରିଚିତ କରିଥିଲେ। ୱାଗଚୌରଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯାଇଥିଲା।

ଅହମ୍ମଦନଗର ଏସପି ମନୋଜ ପାଟିଲ ସୋମବାର କହିଥିଲେ, ୨୦୧୭ରେ ଜୀବନ ବୀମା ଦାବିରେ ତାଙ୍କ ପତ୍ନୀଙ୍କ ମୃତ୍ୟୁକୁ ଠକେଇ କରିଥିବାରୁ ବୀମା ଅନୁସନ୍ଧାନକାରୀ ୱାଗଚୌରଙ୍କ ମୃତ୍ୟୁ ଘଟଣାର ଏକ ଗଭୀର ଯାଞ୍ଚ ଆରମ୍ଭ କରିଥିଲେ। ତାଙ୍କ ପତ୍ନୀ ଜୀବିତ ଅଛନ୍ତି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ସେ ସାପ ଉଦ୍ଧାରକାରୀଙ୍କଠାରୁ କୋବ୍ରା କିଣିଥିଲେ ବୋଲି ।

ଷଡ଼ଯନ୍ତ୍ରକାରୀମାନେ ୱାଗଚାରେ ସଦୃଶ ଜଣେ ଗୃହହୀନ ବ୍ୟକ୍ତିଙ୍କୁ ପାଇଲେ ଓ ତାଙ୍କୁ କୋବ୍ରା ଦ୍ୱାରା କାମୁଡ଼ାଇ ହତ୍ୟା କରଥିଲେ। ୱାଗଚେର୍ ନିଜକୁ ଜ୍ୱାଇଁ ପ୍ରବୀଣ ଭାବରେ ପରିଚିତ କରାଥିଲେ ଓ ସାପ କାମୁଡ଼ିବା କାରଣରୁ ନିଜ ମୃତ୍ୟୁ ବିଷୟରେ ଜଣାଇଲେ । ଉକ୍ତ ଅଞ୍ଚଳରେ ରହୁଥିବା ନବନାଥ ଯଶୱନ୍ତ ଅନାପ ବୋଲି ପୋଲିସ ବର୍ତ୍ତମାନ ଚିହ୍ନଟ କରିଛି।

ପୋଲିସର ଅନୁସନ୍ଧାନରୁ ଜଣାପଡ଼ିଛି ଯେ ହତ୍ୟାକାଣ୍ଡର କିଛି ଦିନ ପୂର୍ବରୁ ୱାଗଚୌର ଜିଲ୍ଲାର ଏକ ନୂଆ ଘରେ ରହୁଥିଲେ। ଏପ୍ରିଲ ୨୨ରେ ଅଭିଯୁକ୍ତ ଜଣକ ଅନାପଙ୍କୁ ଏକ ନିର୍ଜନ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ତାଙ୍କ ସାଥୀ ହରିଶ କୁଲାଲ ଅନାପଙ୍କ ଗୋଡକୁ କୋବ୍ରା ଦ୍ୱାରା କାମୁଡିଥିଲେ। ମୃତ୍ୟୁ ପରେ ଅନାପଙ୍କ ମୃତ ଦେହକୁ ୱାଗଚୌରଙ୍କ ଘରକୁ ନିଆଯାଇଥିଲା, ଯେଉଁଠାରେ ଆମ୍ବୁଲାନ୍ସ ଡକାଯାଇଥିଲା।
Published by:Lipina Das
First published: