News18 Odia Digital
ଫ୍ରାନ୍ସରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋମାର ଏକ ଖଣ୍ଡ ୮୮ ବର୍ଷ ବୟସ୍କା ବ୍ୟକ୍ତିଙ୍କ ଶରୀରରୁ ବାହାର କରାଯାଇଛି। ବୃଦ୍ଧ ଜଣକ ନିଜେ କହିଛନ୍ତି ଯେ ସେ ଏହି ବୋମାକୁ ସେକ୍ସ ଟୟ ଭାବରେ ବ୍ୟବହାର କରୁଥିଲେ।
ଯେତେବେଳେ ବୃଦ୍ଧ ଜଣଙ୍କ ଡାକ୍ତରଖାନାରେ ଏହି କଥା ଡାକ୍ତରଙ୍କ କହିଥିଲେ ସେତେବେଳେ ସମସ୍ତ ଲୋକ ଡାକ୍ତରଖାନାରୁ ଦୌଡ଼ିବାକୁ ଲାଗିଲେ। ସତର୍କତାମୂଳକ ଭାବରେ ଡାକ୍ତରମାନେ ପୁରା ଡାକ୍ତରଖାନାକୁ ଖାଲି କରିଥିଲେ। ଡାକ୍ତରମାନେ କୌଣସି ପ୍ରକାରେ ଅସ୍ତ୍ରୋପଚାର ପରେ ତାଙ୍କ ଶରୀରରୁ ଏହି ବୋମାକୁ ବାହାର କରି ଦେଇଛନ୍ତି ଓ ଏହି ବୋମା ନିଷ୍କ୍ରିୟ କରାଯାଇଛି ବୋଲି କହିଛନ୍ତି।
ଏହି ମାମଲା ଫ୍ରାନ୍ସର ଟଲର୍ ସହରର ଅଟେ। ୮୮ ବର୍ଷୀୟା ସେଣ୍ଟ୍ ମ୍ୟୁଜ୍ ହସ୍ପିଟାଲରେ ପହଞ୍ଚି ତାଙ୍କ ସମସ୍ୟା ବିଷୟରେ କହିଥିଲେ। ଡ଼ାକ୍ତରଖାନାର କର୍ମଚାରୀମାନେ ଲୋକଙ୍କୁ ବାହାରକୁ କାଢି ଆଣି ବୋମା ନିଷ୍କ୍ରୟ ଟିମକୁ ଡାକିଥିଲେ। ସେଠାରେ କିଛି ଘଣ୍ଟା ଧରି ଆସିଥିବା ରୋଗୀଙ୍କୁ ମଧ୍ୟ ଅନ୍ୟ ସ୍ଥାନକୁ ପଠାଯାଇଥିଲା।
ଅସ୍ତ୍ରୋପଚାର ପରେ ଡାକ୍ତରମାନେ ବୋମା ଖଣ୍ଡଗୁଡ଼ିକୁ ଶରୀରରୁ ବାହାର କରିଥିଲେ। କୁହାଯାଇଥିଲା ଯେ ବୃଦ୍ଧ ଜଣକ ଏହା ଏକ ବୋମା ବୋଲି ଜାଣି ନଥିଲେ। ଏହି କାରଣରୁ, ସେ ଏହାକୁ ସେକ୍ସ ଟୟ ଭାବରେ ବ୍ୟବହାର କରୁଥିଲେ। ଏହି ବୋମା ତାଙ୍କ ରକ୍ଟମରେ ଅଟକି ଯାଇଥିଲା। ଶରୀରରୁ ୬ ସେମି ଚଉଡା ଏବଂ ୨୦ ସେମି ଲମ୍ବା ବୋମା ବାହାର କରିବା ପାଇଁ ଡାକ୍ତରମାନେ ପେଟ ଅସ୍ତ୍ରୋପଚାର କରିଥିଲେ।
ଅସ୍ତ୍ରୋପଚାର ପରେ ଯେତେବେଳେ ବୋମା ଯାଞ୍ଚ କରାଯାଇଥିଲା, ଏହା ଜଣାପଡିଥିଲା ଯେ ଏହା ପୂର୍ବରୁ ଡିଫ୍ୟୁଜ୍ ହୋଇସାରିଛି, ଅର୍ଥାତ୍ ଏହା ବିସ୍ଫୋରଣ ହୋଇପାରିବ ନାହିଁ। ତେବେ ଏହି ଘଟଣା ଫ୍ରାନ୍ସର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ଯେ କେହି ଏପରି କାର୍ଯ୍ୟ କିପରି କରିପାରିବେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।