ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»୨୯ ବର୍ଷ ପୂର୍ବେ ଜେଲରୁ ପଳାଇଥିଲେ କଏଦୀ; କରୋନା ପାଇଁ ଫେରି ଆସି ଆତ୍ମସର୍ମପଣ କଲା

୨୯ ବର୍ଷ ପୂର୍ବେ ଜେଲରୁ ପଳାଇଥିଲେ କଏଦୀ; କରୋନା ପାଇଁ ଫେରି ଆସି ଆତ୍ମସର୍ମପଣ କଲା

କରୋନା ସମସ୍ତଙ୍କ ଜୀବନକୁ ଦୁର୍ବିସହ କରିଦେଇଛି। ଜେଲରୁ ଲୁଚି ପଳାଇଯାଇଥିବା କଏଦୀ ମଧ୍ୟ ଜେଲକୁ ଫେରିଆସିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆରେ।

୨୯ ବର୍ଷ ପୂର୍ବେ ଜେଲରୁ ପଳାଇଥିଲେ କଏଦୀ; କରୋନା ପାଇଁ ଫେରି ଆସି ଆତ୍ମସର୍ମପଣ କଲା
କଏଦୀ ଜେଲକୁ ଫେରି ଆସି ଆତ୍ମସର୍ମପଣ କରିଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 21, 2021, 3:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କରୋନା ସମସ୍ତଙ୍କ ଜୀବନକୁ ଦୁର୍ବିସହ କରିଦେଇଛି। ଜେଲରୁ ଲୁଚି ପଳାଇଯାଇଥିବା କଏଦୀ ମଧ୍ୟ ଜେଲକୁ ଫେରିଆସିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆରେ। ୨୯ ବର୍ଷ ପୂର୍ବେ ନ୍ୟୁ ସାଉଥ ୱେଲ୍ସର ଗ୍ରାଫ୍ଟନ ସଂଶୋଧନ କେନ୍ଦ୍ରରୁ ଜଣେ ଅଷ୍ଟ୍ରେଲୀୟ କଏଦୀ ନିଖୋଜ ଥିବା ଜଣାପଡ଼ି ଥିଲା। ସେବେଠାରୁ ଏହି ବ୍ୟକ୍ତିଙ୍କର କୌଣସି ସୁରାକ ମିଳିନଥିଲା।  ଯେତେବେଳେ ପୋଲିସ ମଧ୍ୟ ତାଙ୍କୁ ପାଇବାର ଆଶା ହରାଇ ସାରିଥିଲା ଆଶା ସେତେବେଳେ ଦିନେ ସେ ନିଜେ ଆସି ପୋଲିସ ଷ୍ଟେସନରେ ପହଞ୍ଚି ଥିଲେ।

ଡାର୍କୋ ଡଗି ଡେସିକ୍ ନାମକ ଜଣେ ବ୍ୟକ୍ତିଙ୍କୁ ଅଫିମ ଚାଲାଣ ପାଇଁ ୧୩ ମାସ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଅଧା ଦଣ୍ଡ ଶେଷ ହେବା ପରେ ଡାର୍କୋ ଜେଲ ଭାଙ୍ଗିବା ପରେ ପଳାଇ ଯାଇଥିଲେ। ପୋଲିସର ଖୋଜାଖୋଜି କରିବା ପରେ ମଧ୍ୟ ୨୯ ବର୍ଷ ପର୍ଯ୍ୟନ୍ତ ଡାର୍କୋର କୌଣସିର ଚିହ୍ନବର୍ଣ୍ଣ ନଥିଲା। ଶେଷରେ, କରୋନା ଭାଇରସ୍ ଅବଧିରେ, ଯେତେବେଳେ ତାଙ୍କର ରହିବା ଓ ଖାଇବା ପାଇଁ ସ୍ଥାନ ନଥିଲା, ତେଣୁ ସେ ନିଜେ ପୋଲିସ ଷ୍ଟେସନକୁ ଆସିଥିଲେ।

ଯୁଗୋସ୍ଲାଭିଆରେ ଜନ୍ମ ହୋଇଥିବା ଡାର୍କୋ ଡଗି ଡେସିକ୍ ଜଣେ ଶରଣାର୍ଥୀ। ସେ ଜେଲରୁ ପଳାଇ ସିଡନୀର ଉତ୍ତର ବେଳାଭୂମିରେ ପହଞ୍ଚିଥିଲେ। ସେଠାରେ ସେ ବର୍ଷ ବର୍ଷ ଧରି ଶ୍ରମିକ ଓ ମେକାନିକ୍ ଭାବରେ କାର୍ଯ୍ୟ ଜାରି ରଖିଥିଲେ। ଏହି ସମୟରେ ସେ ନିଜକୁ ବହୁତ ଲୁଚାଇ ରଖିବା ପାଇଁ ଚେଷ୍ଟା କରୁଥିଲେ। ସେ ଯେଉଁଆଡ଼େ ଯିବାକୁ ଚାହୁଁଥିଲେ, ସେ ପାଦରେ ଯାଉଥିଲେ। ୨୯ ବର୍ଷ ଧରି ସେ କୌଣସି ଡାକ୍ତର କିମ୍ବା କୌଣସି ଦନ୍ତ ଚିକିତ୍ସକଙ୍କ ନିକଟକୁ ଯାଇ ନଥିଲେ।  ଧରା ପଡିଯିବା ଭୟରେ ସେ ଏକ ଅତି ନିମ୍ନ ପ୍ରୋଫାଇଲ୍ ଜୀବନ ବିତାଉଥିଲେ। ଏହି ସମୟରେ, ୨୦ ବର୍ଷ ଶରଣାର୍ଥୀ ହେତୁ ଇମିଗ୍ରେସନ ଅଧିକାରୀମାନେ ମଧ୍ୟ ତାଙ୍କୁ ଖୋଜୁଥିଲେ। ୨୦୦୮ ମସିହାରେ ତାଙ୍କୁ ଏକ ବାସଗୃହ ମଧ୍ୟ ଦିଆଯାଇଥିଲା।  ତଥାପି କେହି ତାଙ୍କୁ ପାଇଲେ ନାହି।

କରୋନା ଜୀବନକୁ କଷ୍ଟସାଧ୍ୟ କରିଦେଇଥିଲା ତା’ପରେ ବନ୍ଦୀ ଜୀବନ କାଟିବାକୁ ଫେରି ଆସିଥିଲେ। କରୋନା ଆସିବାବେଳେ ଦିନ ମଜୁରିଆ ଶ୍ରମିକ ଭାବରେ ରହୁଥିବା ଡାର୍କୋଙ୍କ ପାଇଁ ଅସୁବିଧା ବଢ଼ିଥିଲା। ଚାକିରୀ ରହିଲା ନାହିଁ କି ରହିବାକୁ ସ୍ଥାନ ନଥିଲା। ଏଭଳି ପରିସ୍ଥିତିରେ ତାଙ୍କୁ ଆତ୍ମସମର୍ପଣ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା।  ଶେଷରେ ଡାର୍କୋ ପୋଲିସ ଷ୍ଟେସନକୁ ଯାଇ ନିଜକୁ ପୋଲିସ ନିକଟରେ ସମର୍ପଣ କରିଥିଲେ ଓ ହେପାଜତରୁ ରକ୍ଷା ପାଇବା ପାଇଁ ଜାମିନ ବିହୀନ ଜେଲରେ ଦଣ୍ଡିତ ହୋଇଥିଲେ। ଡାର୍କୋ ଜେଗୋରୁ ପଳାଇ ଯାଇଥିଲେ କାରଣ ସେ ଯୁଗୋସ୍ଲାଭିଆକୁ ଫେରାଇ ଦିଆଯିବାକୁ ଭୟ କରୁଥିଲେ ଓ ସେଠାକୁ ଯିବାକୁ ଚାହୁଁନଥିଲେ।
Published by: Soumya Das
First published: September 21, 2021, 3:38 PM IST