News18 Odia Digital
ନିକଟରେ ଏକ ଭୟଙ୍କର ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ଜଣେ ବ୍ୟକ୍ତି ସାପକୁ ଚୁମ୍ବନ ଦେଉଥିବା ବେଳେ ସାପଟି ବୁଲି ପଡ଼ି ବ୍ୟକ୍ତିଙ୍କ ଓଠକୁ କାମୁଡ଼ି ଦେଇଛି। ଏହି ଘଟଣା କର୍ଣ୍ଣାଟକ ଶିବମୋଗା ଜିଲ୍ଲାର ଭଦ୍ରାଭାଟିର ବାମ୍ମାନା କାଟେ ଠାରେ ଘଟିଛି। ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ ଏହି ବ୍ୟକ୍ତି ସରୀସୃପ ଉଦ୍ଧାରକାରୀ।
ବୁଧବାର ଦିନ ଶିବମୋଗା ଜିଲ୍ଲାର ଭଦ୍ରାବତୀ ଅନ୍ତର୍ଗତ ବୋମ୍ମନାକଟ୍ଟେ ଗାଁ ନିକଟରେ ଅବସ୍ଥିତ ଗୋଟାଏ ବିବାହ ମଣ୍ଡପରେ ଦୁଇଟି ସାପ ପଶିଥିବା ଜଣାପଡ଼ିଥିଲା। ସାପ ଦୁଇଟିକୁ ଧରିବା ପରେ ଆଲେକ୍ସ୍ ଗୋଟିଏ ସାପକୁ ଧରି ତା’ ଫଣା ପଛପଟରେ ଚୁମ୍ବନ ଦେବାକୁ ଚେଷ୍ଟା କରୁଥିବା ବେଳେ ସରୀସୃପଟି ତାଙ୍କ ଓଠରେ ଚୋଟ ମାରି ଘଟଣାସ୍ଥଳରୁ ଖସି ପଳାଇଥିଲା।
ଏହି ଘଟଣା ପରେ ଆଲେକ୍ସ ନାମକ ଏହି ସାପ ଧରାଳୀଙ୍କୁ ଶିବମୋଗ୍ଗାର ‘ମ୍ୟାକ୍ଗାନ୍ନ’ ଜିଲ୍ଲା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସୁସ୍ଥ ହୋଇ ସେ ଡାକ୍ତରଖାନାରୁ ଫେରିଥିବା ଜଣାପଡ଼ିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।