FVNews18 Odia Digital
ଯେତେବଳେ ଆମେ ଭୋକରେ ଥାଉ କିମ୍ବା ରାନ୍ଧିବା ପାଇଁ ସମୟ ନଥାଏ, ଆମର ସର୍ବୋତ୍ତମ ବିକଳ୍ପ ହେଉଛି ଫାଷ୍ଟଫୁଡ୍। ତଥାପି, ଏହି ବିକଳ୍ପ ଆପଣଙ୍କୁ ପ୍ରକୃତ ମୂଲ୍ୟଠାରୁ ଏକ ହଜାର ଗୁଣ ଅଧିକ ଖର୍ଚ୍ଚ କରାଇବା ବୋଲି କେବେ ଭାବିଛନ୍ତି କି? ନିକଟରେ ଏପରି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବ। ବାଲିରୁ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଜଣେ ପର୍ଯ୍ୟଟକଙ୍କୁ ଫାଷ୍ଟଫୁଡ ପାଇଁ ଜୋରିମନା କରାଯାଇଥିଲା, ସେ ତାଙ୍କ ବ୍ୟାଗରେ ମ୍ୟାକଡୋନାଲ୍ଡର ଜଳଖିଆ ଗୁଡ଼ାଇ ବିମାନରେ ଯାତ୍ରା କରୁଥିଲେ।
ସେ ବିମାନରୁ ଓହ୍ଲାଇଲା ପରେ ତାଙ୍କ ଲଗେଜକୁ ଯାଞ୍ଚ କରାଯାଇଥିଲା। ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଭୁଲ ସୂଚନା ଦେଇଥିବା ଅଭିଯୋଗରେ ୨୬୬୪ ଡଲାର ଅର୍ଥାତ ୨ ଲକ୍ଷ ଟଙ୍କା ଜୋରିମନା ଲାଗୁ କରାଯାଇଛି। ଏହି ଘଟଣାର ଜବାବ ଦେଇ ଅଷ୍ଟ୍ରେଲିଆର କୃଷି ମନ୍ତ୍ରୀ ମୁରେ ୱାଟ ଏହାକୁ ସବୁଠାରୁ ମହଙ୍ଗା ମ୍ୟାକଡୋନାଲ୍ଡର ଖାଦ୍ୟ ବୋଲି କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଯେଉଁମାନେ ନିୟମ ପାଳନ କରୁନାହାଁନ୍ତି ସେମାନଙ୍କ ପ୍ରତି ତାଙ୍କର ସହାନୁଭୂତି ନାହିଁ ଓ ଯାତ୍ରୀମାନେ ଏହି ନିୟମ ବିଷୟରେ ଅବଗତ ହେବା ଉଚିତ୍।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।