Video: ୧୬ ଘଣ୍ଟା ଧରି ଡ୍ୟାମର ପ୍ରଖର ଜଳ ସ୍ରୋତରେ ଫସିଥିଲେ ଯୁବକ; AF ହେଲିକପ୍ଟର ଉଦ୍ଧାର କଲା

ଯୁବକ ଜଣକ ଗାଧୋଇବା ସମୟରେ ଡ୍ୟାମରେ ପାଣି ଭରିଯିବା ଫଳରେ ସେଇଠି ଫସି ଯାଇଥିଲେ । ଜଳ ସ୍ରୋତ ଅଧିକ ବଢ଼ିବାରୁ ସେ ଗୋଟିଏ ଗଛକୁ ସାହାରା କରି ଅଟକି ରହିଥିଲେ ଓ ନିଜକୁ ଭାସିଯିବାରୁ ରକ୍ଷା କରିବାକୁ ଆପ୍ରାଣ ଉଦ୍ୟମ କରିଚାଲିଥିଲେ ।

Video: ୧୬ ଘଣ୍ଟା ଧରି ଡ୍ୟାମର ପ୍ରଖର ଜଳ ସ୍ରୋତରେ ଫସିଥିଲେ ଯୁବକ; AF ହେଲିକପ୍ଟର ଉଦ୍ଧାର କଲା
ବାୟୁ ସେନାର ହେଲିକପ୍ଟର ଆସି ଏହି ଯୁବକଙ୍କୁ ଉଦ୍ଧାର କରିଥିଲା ।
  • News18 Odia
  • Last Updated: August 17, 2020, 9:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବିଳାସପୁର: ଚାରି ପଟେ ଥିଲା କେବଳ ପାଣି ଆଉ ପାଣି । ଭୟଙ୍କର ଶବ୍ଦ କରି ବୋହୁଥିଲା ପ୍ରଖର ଜଳ ସ୍ରୋତ । ତା' ଭିତରେ ଫସି ରହିଥିଲେ ଜଣେ ଯୁବକ । ଲଗାତର ୧୬ ଘଣ୍ଟା ଏମିତି ମରଣ ମୁହଁରେ ସଂଗ୍ରାମ କରିବା ପରେ ତାଙ୍କୁ ବାୟୁ ସେନାର ଏକ ହେଲିକପ୍ଟର୍‌ ଆସି ଉଦ୍ଧାର କରିଥିଲା । ଛତିଶଗଡ଼ର ବିଳାସପୁରଲେ ଘଟିଛି ଏହି ଲୋମଟାଙ୍କୁରା ଘଟଣା ।

ଏହି ଯୁବକ ଜଣକ ଅଚାନକ ଜଳ ସ୍ରୋତ ଭିତରେ ଫସି ଯାଇଥିଲେ । ସେ ଏମିତି ସ୍ଥାନରେ ଫସି ରହିଥିଲେ ଯେ ତାଙ୍କ ପାଖରେ ସାହାଯ୍ୟ ପହଞ୍ଚାଇବା ଥିଲା ଅସମ୍ଭବ । ୧୬ ଘଣ୍ଟା ଧରି ଏକ ଗଛର ସାହାରରେ ଅଟକିଥିଲା ଏ ଯୁବକଙ୍କ ଜୀବନ । ଆଉ ୧୬ ଘଣ୍ଟା ଧରି ଏ ବ୍ୟକ୍ତିଙ୍କୁ ଦେଖୁଥିବା ଓ ଏହି ଖବର ଶୁଣିଥିବା ଲୋକଙ୍କ ଶ୍ବାସ ଯେମିତି ଅଟକି ଯାଇଥିଲା । କିନ୍ତୁ ବିପଦ କାଳରେ ଦେବ ଦୂତ ପାଲଟିଥିଲା ବାୟୁ ସେନା ।

ଏୟାର ଫୋର୍ସର ଏକ MI-17 ହେଲିକପ୍ଟର ମାଧ୍ୟମରେ ଯେତେବେଳେ ଏହି ଯୁବକଙ୍କୁ ଉଦ୍ଧାର କରାଗଲା, ସେତେବେଳେ କୂଳରେ ଛିଡ଼ା ହୋଇ ଏ ଦୃଶ୍ୟ ଦେଖୁଥିବା ଲୋକଙ୍କ ଛାତିରେ ପଶିଥିଲା ଜୀବନ ।

ଏ ଘଟଣା ଘଟିଛି ବିଳାସରପୁରର ରତନପୁର ଅଞ୍ଚଳରେ ଖୁଣ୍ଟାଘାଟରେ ଥିବା ଏକ ଡ୍ୟାମରେ । ଯୁବକ ଜଣକ ରବିବାର ଦିନ ଗାଧୋଇବା ସମୟରେ ଡ୍ୟାମରେ ପାଣି ଭରିଯିବା ଫଳରେ ସେଇଠି ଫସି ଯାଇଥିଲେ । ଅଧିକ ପାଣି ବଢ଼ିବାରୁ ସେ ଗୋଟିଏ ଗଛକୁ ସାହାରା କରି ଅଟକି ରହିଥିଲେ । ପାଣିର ପ୍ରଖର ସ୍ରୋତ ଯୋଗୁଁ ଯୁବକ ନିଜକୁ ଭାସିଯିବାରୁ ରକ୍ଷା କରିବାକୁ ଆପ୍ରାଣ ଉଦ୍ୟମ କରିଚାଲିଥିଲେ ।

ଦେଖନ୍ତୁ ଭିଡିଓ (Watch Video):



ରତନପୁର ପୋଲିସ ଓ ଆଖପାଖରେ ଥିବା ରେସକ୍ୟୁ ଅପରେସନ୍‌ ଟିମ୍‌ ନିଜ ଆଡୁ ସବୁ ପ୍ରକାର ଉଦ୍ୟମ କଲେ, କିନ୍ତୁ କେହି ଏ ଯୁବକଙ୍କୁ ଉଦ୍ଧାର କରିପାରିଲେ ନାହିଁ । ତାଙ୍କୁ ରକ୍ଷା କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲା ସ୍ଥାନୀୟ ପୋଲିସ । ତାଙ୍କୁ ଉଦ୍ଧାର କରିବାକୁ ପୋଲିସ ବାୟୁ ସେନାର ସହାୟତା ମାଗିଥିଲା ।

ଏହା ବି ପଢ଼ନ୍ତୁ | MS Dhoni Retirement: ଧୋନୀଙ୍କ ଅବସର ଦିନ ପଛରେ ‘୩୯୩୯’ ସଂଖ୍ୟାର ବିଶେଷ ମହତ୍ୱ ରହିଛି

ଏହା ବି ପଢ଼ନ୍ତୁ | ଲାଲ କିଲ୍ଲାରେ ମୋଦୀଙ୍କ ସୁରକ୍ଷାରେ ଲାଗିଥିଲା ଆଣ୍ଟି-ଡ୍ରୋନ୍ ସିଷ୍ଟମ୍; ୨.୫ କି.ମି. ଯାଏଁ ଗୁଳି ମାରିପାରିବ

ଏୟାର ଫୋର୍ସ ଟିମ୍‌  ଯୁବକଙ୍କୁ ବଞ୍ଚାଇବାକୁ ଏକ MI-17 ହେଲିକପ୍ଟର ନେଇ ଆସିଥିଲେ । ଏୟାର ଫୋର୍ସ ବିମାନରୁ ଯୁବକଙ୍କ ପାଖକୁ ଏକ ଦଉଡ଼ି ପକାଯାଇଥିଲା । ତା’ ସାହାଯ୍ୟରେ ତାଙ୍କୁ ଉପରକୁ ଟାଣି ବାହାର କରାଯାଇଥିଲା ।
Published by: Anand Shankar Thankur Das
First published: August 17, 2020, 9:48 PM IST
corona virus btn
corona virus btn
Loading