News18 Odia Digital
ପଟନା: ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧନକୁ ଅଧିକ ମଜବୁତ କରିବା ପାଇଁ ରକ୍ଷା ବନ୍ଧନ ପର୍ବ ପାଳନ କରାଯା । ପାରମ୍ପରିକ ବିଶ୍ୱାସ ଅନୁସାରେ ଭଉଣୀ ରାଖୀକୁ ନିଜ ଭାଇର ହାତରେ ବାନ୍ଧିବା ପରେ ଭାଇ ନିଜ ଭଉଣୀକୁ ସବୁ ଅସୁବିଧାରୁ ରକ୍ଷା କରିବା ପାଇଁ ଶପଥ ନେଇଥାଏ । କିନ୍ତୁ ରକ୍ଷା ବନ୍ଧନ ପର୍ବରେ (ରାଖୀ ପୂର୍ଣ୍ଣିମାରେ) ଜଣେ ବ୍ୟକ୍ତି ଦୁଇଟି ସାପକୁ ରାଖି ପିନ୍ଧାଇବାକୁ ଯାଇ ନିଜ ପ୍ରାଣ ହରାଇଛନ୍ତି ।
ମନମୋହନ (ଛଦ୍ମନାମ ଭୁୟର୍) ନାମକ ଏହି ବ୍ୟକ୍ତି ନିଜ ଘରେ ଦୁଇଟି ସାପ ସହିତ ରାଖି ପୂର୍ଣ୍ଣମୀ ପାଳନ କରିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ବିହାରର ସାରଣ୍ ଜିଲ୍ଲାର ମାଞ୍ଝୀ ଥାନା ଅଞ୍ଚଳରେ ।
ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁ: ହସପିଟାଲରେ ଜମାନବନ୍ଦୀ ବେଳେ DFO ଥିଲେ; ବିଦ୍ୟାଙ୍କୁ ଶୀଘ୍ର ଜେରା କରାଯିବରକ୍ଷା ବନ୍ଧନ (ରାଖୀ ପୂର୍ଣ୍ଣିମା) ଶ୍ରାବଣ ମାସରେ ପାଳନ କରାଯାଏ । ଏହି ସମୟରେ ବିହାରରେ ଭଗବାନ ଶିବ ଓ ତାଙ୍କ ସାଥୀ ନାଗ ସାପକୁ (କୋବ୍ରା) ବିଶେଷ ଭାବରେ ପୂଜା କରାଯାଏ । ହେଲେ ବିହାରରେ ଘଟିଥିବା ସେହି ଦୁର୍ଭାଗ୍ୟଜନକ ଘଟଣା ସମସ୍ତଙ୍କୁ ଦୁଃଖିତ କରିଛି ।
ଏହା ବି ପଢ଼ନ୍ତୁ | ମୟୂରଭଞ୍ଜରେ ମାସକର ଶିଶୁ ପୁତ୍ରକୁ ମା’ କୋଳରୁ ଛଡ଼ାଇ ନେଲା, ₹୧,୧୦୦ ଦେଲା, ତା’ ପରେ ବିକିଦେଲା୨୫ ବର୍ଷୀୟ ମନମୋହନ ଦୁଇଟି ସାପଙ୍କୁ ଧରି ସେମାନଙ୍କୁ ରାଖୀ ପିନ୍ଧାଉଥିଲେ । ସେହି ସମୟରେ ଆଖପାଖର କେତେକ ପୁରୁଷ ଓ ମହିଳା ବି ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରୁ କେତେକ ଏହି ମଜାଦାର ଘଟଣାର ଭିଡିଓ ନିଜ ମୋବାଇଲ୍ ଫୋନରେ ବନାଉଥିଲେ । ହେଲେ ମନମୋହନ ଗୋଟିଏ ସାପକୁ ରାଖୀ ପିନ୍ଧାଇବାକୁ ଚେଷ୍ଟା କରୁଥିବା ବେଳେ ସାପଟି ରାଗି ଯାଇଥିଲା ଓ ତାଙ୍କୁ କାମୁଡ଼ିଦେଇଥିଲା ।
ଏହା ବି ପଢ଼ନ୍ତୁ | ଚାଲିଗଲେ ବାପି: ଓଡ଼ିଶା କଂଗ୍ରେସର ଯୁବ ନେତା ସଂଗ୍ରାମ କେଶରୀ ଜେନାଙ୍କୁ ଛଡ଼େଇ ନେଲା କରୋନାମନମୋହନଙ୍କୁ ବିଷହାରୀ ଇଞ୍ଜେକ୍ସନ୍ ଦେବା ପାଇଁ ଦୁଇଟି ଡାକ୍ତରଖାନାକୁ ନେଇଥିଲେ, ହେଲେ ଦ୍ୱିତୀୟ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଏହି ବ୍ୟକ୍ତି ଜଣକ ଦୁଇଟି ସାପଙ୍କୁ ଲାଞ୍ଜରୁ ଧରିଥିବାର ଦେଖାଯାଇଛନ୍ତି । ତା’ ପରେ ସେ ସାପମାନଙ୍କ ମଧ୍ୟରୁ ଗୋଟିକୁ ରାଖୀ ବାନ୍ଧିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି । ସେତିକି ବେଳଏ ଗୋଟିଏ ସାପ ତାଙ୍କ ଅଜାଣତରେ ତାଙ୍କୁ ପାଖକୁ ନିଜ ମୁହଁ ଆଣି ତାଙ୍କ ପାଦକୁ କାମୁଡି଼ଦେଉଥିବା ଦେଖାଯାଇଛି ।
ଏଇଠି ଦେଖନ୍ତୁ ସେହି ଭାଇରାଲ୍ ଭିଡିଓ:
ଚିକିତ୍ସା ପାଇଁ ମନମୋହନଙ୍କୁ ସରାନ ଜିଲ୍ଲାର ଏକମାରେ ଥିବା ଏକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ସାପ-ବିଷ କାଟୁଥିବା ଇଞ୍ଜେକ୍ସନ୍ ନ ଥିଲା। ତେଣୁ ତାଙ୍କୁ ଜିଲ୍ଲା ମୁଖ୍ୟାଳୟର ଛପରା ସଦର ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ସେ ଛପରା ଡାକ୍ତରଖାନାରେ ବହୁତ ବିଳମ୍ବରେ ପହଞ୍ଚିଥିଲେ ବୋଲି ଡାକ୍ତରମାନେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ସମ୍ବଲପୁରରେ ଚା’ ଦୋକାନରେ ଝଗଡ଼ାରୁ ନକଲି ନୋଟ୍ ରାକେଟର ପର୍ଦ୍ଦାଫାଶ ହେଲା; ₹୧୩.୮୫ ଲକ୍ଷ ଜବତମନମୋହନ ଗତ ୧୦ ବର୍ଷ ମଧ୍ୟରେ ସାପମାନଙ୍କୁ ଧରିବା, ବିଶେଷ କରି ବିଷାକ୍ତ ସାପମାନଙ୍କୁ ଧରିବାରେ, ଧୁରନ୍ଧର ଥିଲେ । ସାପ କାମୁଡ଼ିଥିବା ଲୋକଙ୍କୁ ଚିକିତ୍ସା କରିବାରେ ବି ସେ ସାହାଯ୍ୟ କରୁଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଆଖପାଖ ତିନିଟି ଜିଲ୍ଲାର ଲୋକେ ମନମୋହନଙ୍କୁ ସାପ ଉଦ୍ଧାର କରିବାକୁ ଡାକୁଥିଲେ ।
ତାଙ୍କ ଗାଁର ବାସିନ୍ଦାମାନେ କହିଛନ୍ତି ଯେ ମନମୋହନ ଆହତ ସାପମାନଙ୍କୁ ମଧ୍ୟ ଚିକିତ୍ସା କରୁଥିଲେ । ଆହତ ସାପର ଚିକିତ୍ସା ପରେ ସେ ସେମାନଙ୍କୁ ନିକଟସ୍ଥ ଜଙ୍ଗଲରେ ଛାଡି଼ଦେଉଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।