News18 Odia Digital
ବଦାଉନ୍: ପାଞ୍ଚଟି ଝିଅର ବାପା ହେବା ପରେ ଏହି ବ୍ୟକ୍ତିଙ୍କ ମନରେ ଏକ ବିଶାଳ ଇଚ୍ଛା ଥିଲା ଏକ ପୁତ୍ର ସନ୍ତାନର ବାପା ହେବା ପାଇଁ । ସେହି ଦିନକୁ ଅନେକ ବର୍ଷ ହେଲା ଅପେକ୍ଷା କରିବା ପରେ ତାଙ୍କର ଧୈର୍ଯ୍ୟ ଏମିତି ଭାଙ୍ଗିଗଲା ଯେ ସେ ପଶୁତୁଲ୍ୟ କାର୍ଯ୍ୟ କରିବସିଲେ । ନିଜ ଗର୍ଭବତୀ ସ୍ତ୍ରୀଙ୍କ ପେଟକୁ ଚିରି ପକେଇଲେ ସେ ।
ଏହି ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର (Uttar Pradesh) ବଦାଉନରେ । ପାଞ୍ଚଟି ଝିଅଙ୍କ ଏହି ପିତା ଶନିବାର ସନ୍ଧ୍ୟାରେ ନିଜ ଗର୍ଭବତୀ ପତ୍ନୀଙ୍କ ପେଟ କାଟି ଦେଇଥିବା ଅଭିଯୋଗ ହୋଇଛି । ପତ୍ନୀ ଏ ଥର ଏକ ପୁଅ ଜନ୍ମ କରିବେ କି ନାହିଁ ବୋଲି ଜାଣିବା ପାଇଁ ସେ ଏମିତି କରିଥିବା କହିଛନ୍ତି ପୋଲିସ ଅଧୀକ୍ଷକ ପ୍ରବୀଣ ସିଂ ଚୌହାନ ।
ଏହି ଘଟଣା ବଦାଉନର ସିଭିଲ୍ ଲାଇନ୍ ପୋଲିସ୍ ଷ୍ଟେସନ ଅଧୀନରେ ଥିବା ନେକପୁର ଅଞ୍ଚଳରେ ଘଟିଛି । ପନ୍ନାଲାଲ ନାମକ ଏହି ବ୍ୟକ୍ତି ନିଜ ୩୫ ବର୍ଷୀୟା ପତ୍ନୀଙ୍କ ପେଟକୁ ଏକ ଧାରୁଆ ଅସ୍ତ୍ରରେ କାଟି ଗୁରୁତର ଭାବେ ତାଙ୍କୁ ଆହତ କରିଛନ୍ତି ।
ପୋଲିସ ଅଧିକାରୀ ଚୌହାନ କହିଛନ୍ତି ଯେ ଏହି ମାମଲାରେ ଏକ ଏଫ୍.ଆଇ.ଆର୍. ରୁଜୁ ହୋଇଛି ଓ ପନ୍ନାଲାଲଙ୍କୁ ଗିରଫ କରାଯାଇଛି । ଏହି ଅପରାଧ କରିବାର କାରଣ କ’ଣ ଜାଣିବା ପାଇଁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି । ମହିଳାଙ୍କୁ ଗୁରୁତର ଅବସ୍ଥାରେ ବରେଲିର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଏହା ବି ପଢ଼ନ୍ତୁ | ବଲିଉଡ୍ ଅଭିନେତା ଅକ୍ଷୟ କୁମାର କହିଛନ୍ତି ଯେ ସେ ପ୍ରତି ଦିନ ଗୋ ମୂତ୍ର ପିଅନ୍ତିଏହା ବି ପଢ଼ନ୍ତୁ | ବାୟୁସେନାରେ ରାଫେଲ ବିମାନର ଗୃହପ୍ରବେଶ: ୧୦ଟି ବିନ୍ଦୁରେ ଜାଣନ୍ତୁ କିଛି ବିଶେଷ ତଥ୍ୟମହିଳାଙ୍କ ପିତାମାତା ଅଭିଯୋଗ କରିଛନ୍ତି ଯେ ପନ୍ନାଲାଲ ଅନେକ ବର୍ଷ ହେଲା ଏକ ପୁଅ ଚାହୁଁଥିଲେ । ତାଙ୍କ ଗର୍ଭବତୀ ସ୍ତ୍ରୀଙ୍କ ପେଟରେ ଏ ଥର ପୁଅ ନା ଝିଅ ଅଛି ତାହା ଜାଣିବା ପାଇଁ ସେ ପତ୍ନୀଙ୍କ ପେଟ କାଟି ଦେଇଛନ୍ତି ବୋଲି ସେମାନେ କହିଛନ୍ତି ।
ସ୍ଥାନୀୟ ଲୋକେ ତୁରନ୍ତ ମହିଳାଙ୍କୁ ରକ୍ତାକ୍ତ ଅବସ୍ଥାରେ ଜିଲ୍ଲା ଡାକ୍ତରଖାନାକୁ ନେଇଥିଲେ । ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ବରେଲିର ଏକ ଡାକ୍ତରଖାନାକୁ ନିଆଯାଇଥିଲା । ପୋଲିସ କହିଛି ଯେ ମହିଳା ଜଣକ ଛଅରୁ ସାତ ମାସର ଗର୍ଭବତୀ ଅଛନ୍ତି ।
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।