ବ୍ୟାଙ୍କ ଲୁଟ ପରେ Uber ବୁକ କରି ପଳାଇଲା ଚୋର; ଏମିତି ଧରିଲା ପୋଲିସ

୨୨ ବର୍ଷୀୟ ଚୋର ବ୍ୟାଙ୍କକୁ ଲୁଟିବା ପାଇଁ ବାଇକ୍ କିମ୍ବା କାର୍ ବ୍ୟବହାର ନ କରିନଥିଲା। ଉବର ବୁକ କରି ସେଥିରେ ଯିବାକୁ ଉଦ୍ଯମ କରିଥିଲା ।

ବ୍ୟାଙ୍କ ଲୁଟ ପରେ Uber ବୁକ କଲା ଚୋର

ବ୍ୟାଙ୍କ ଲୁଟ ପରେ Uber ବୁକ କଲା ଚୋର

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ପ୍ରତିଦିନ ଦୁନିଆର ସବୁ କିଛି ନୂଆ ଘଟିଛି। ନୂଆ ନୂଆ ଉପାୟରେ ଲୋକମାନେ ଏପରି କିଛି କରୁଛନ୍ତି ଯାହା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ଚୋର ଚୋରି କରିବା ପରେ ଵ୍ୟସ୍ତ ନ ହୋଇ ଗାଡିକୁ ଅପେକ୍ଷା କରିଥିଲା।

୨୨ ବର୍ଷୀୟ ଚୋର ବ୍ୟାଙ୍କକୁ ଲୁଟିବା ପାଇଁ ବାଇକ୍ କିମ୍ବା କାର୍ ବ୍ୟବହାର ନ କରିନଥିଲା। ସେ ଏକ କ୍ୟାବ ବୁକିଂ କରି ସେଠାରୁ ଖସିଯିବାକୁ ଯୋଜନା କରିଥିଲେ ଓ ସେ ଏଥିରେ ବହୁ ପରିମାଣରେ ସଫଳ ହୋଇଥିଲେ। ଏହି ପୁରା ଘଟଣା ଫ୍ଲୋରିଡାର, ଯେଉଁଠାରେ ଜଣେ ଡକାୟତ ବ୍ୟାଙ୍କ ଲୁଟିବା ପାଇଁ ଏକ ଉବର କ୍ୟାବ ବ୍ୟବହାର କରିଥିଲେ।

ଜାଭିୟର ରାଫେଲ ନାମକ ଜଣେ ଚୋରକୁ (ଜାଭିୟର ରାଫେଲ କାମାଚୋ-ସେପେଡା) ଫ୍ଲୋରିଡା ପୋଲିସ ଗିରଫ କରିଛି। ଜାଭିୟର ନାମକ ଏହି ଚୋର ଏକ ଡେସ୍ ମୋଇନ୍ସ ବ୍ୟାଙ୍କ ଲୁଟିବା ପରେ ଏକ ଉବର କ୍ୟାବ ବୁକ୍ କରିଥିବା ଅଭିଯୋଗ ହୋଇଛି। ଡ୍ରାଇଭର ତାଙ୍କ ପାଖରେ ପହଞ୍ଚିବା ପରେ ବନ୍ଧୁକକୁ ତାଙ୍କ ମୁଣ୍ଡରେ ବନ୍ଧୁକ ରଖି ଡକାୟତି ଘଟଣାସ୍ଥଳରୁ ପଳାଇ ଯାଇଥିଲା। ସେ ହାଇୱେ ୩୫ରେ ମଧ୍ୟ ବହୁତ ଦୂର ଯାଇଥିଲେ ଓ ଯେତେବେଳେ ପୋଲିସ ତାଙ୍କୁ ଧରିଲା, ସେତେବେଳେ ସେ ଆମେରିକା-କାନାଡା ସୀମାଠାରୁ ଅଳ୍ପ ଦୂରରେ ଥିଲେ।

ଡେସ୍ ମୋଇନ୍ସ ପୋଲିସ୍ ବିଭାଗର ପଲ୍ ପାରାଇଜେକଙ୍କ ଅନୁଯାୟୀ ଏହି ଚୋରି ପ୍ରଥମେ ବ୍ୟାଙ୍କ ଦ୍ୱାରା ପୋଲିସକୁ ଜଣାଯାଇଥିଲା ଓ ପରେ ଏହାକୁ ଉବର କ୍ୟାବ ଡ୍ରାଇଭର ମଧ୍ୟ ଶୀଘ୍ର ଚିହ୍ନିଥିଲେ। ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ପରେ ପୋଲିସ ଚୋର ପାଇଁ ଖୋଜାଖୋଜି କରି ଆମେରିକା-କାନାଡା ସୀମା ଅତିକ୍ରମ କରିବାର କିଛି ସମୟ ପୂର୍ବରୁ ତାଙ୍କୁ ସେହି କ୍ୟାବରେ ପାଇଥିଲା। ଜାଭିୟରଙ୍କୁ ପ୍ରଥମ ଡିଗ୍ରୀ ଡକାୟତି ଅଭିଯୋଗ ହୋଇଛି।
Published by:Soumya Das
First published: