VIDEO: ଯୁବକକୁ ଘରୁ ଉଠେଇ ମଶାଣିକୁ ନେଲେ, ଗଛରେ ବାନ୍ଧି ପିଟିଲେ, ନାକ କାଟିବା ପ୍ରୟାସ କଲେ

ଗୁରୁତର ଆହତ ଯୁବକ ପୋଲିସକୁ କହିଛି ଯେ ପାଞ୍ଚରୁ ସାତ ଜଣ ଯୁବକ ତାଙ୍କୁ ଅପହରଣ କରି ଏକ ମଶାଣିକୁ ନେଇଯାଇଥିଲେ । ତାଙ୍କୁ ଖୁବ୍ ପିଟିବା ପରେ ସେଠାରେ ଦଉଡି଼ରେ ଏକ ଗଛରେ ବାନ୍ଧିଥିଲେ ଓ ତାଙ୍କ ନାକ କାଟିବାକୁ ପ୍ରୟାସ କରିଥିଲେ ।

VIDEO: ଯୁବକକୁ ଘରୁ ଉଠେଇ ମଶାଣିକୁ ନେଲେ, ଗଛରେ ବାନ୍ଧି ପିଟିଲେ, ନାକ କାଟିବା ପ୍ରୟାସ କଲେ
ହସପିଟାଲରେ ସୁରେଶ କୁମାର
  • News18 Odia
  • Last Updated: March 17, 2021, 5:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଡ଼ମେର୍‌: ପୂର୍ବ ଶତୃତା କାରଣରୁ କିଛି ଲୋକ ଜଣେ ଯୁବକକୁ ଅପହରଣ କରି ଏକ ମଶାଣିକୁ ନେଇଯାଇଥିଲେ ଓ ସେଠି ତାକୁ ଗୋଟେ ଗଛରେ ଖୁବ୍‌ ପିଟିଥିଲେ । ଏହି ସମୟରେ କୌଣସି ଧାରୁା ଅସ୍ତ୍ରରେ ତା’ ନାକ କାଟିବାକୁ ମଧ୍ୟ ସେମାନେ ଚେଷ୍ଟା କରିଥିଲେ । ଘଟଣାର ଭିଡିଓ ଭାଇରାଲ୍‌ ହୋଇଛି ।

ଏହି ଘଟଣା ଘଟିଛି ରାଜସ୍ଥାନର ସୀମାବର୍ତ୍ତୀ ବାଡ଼ମେର୍‌ ଜିଲ୍ଲାରେ । ଏ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ସେହି ମଶାଣିରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲା ।

ଏହା ବି ପଢ଼ନ୍ତୁ | ଏହା ବି ପଢ଼ନ୍ତୁ | ଚାଷୀଙ୍କୁ ହୋଲି ପୂର୍ବରୁ ମିଳିବ ଉପହାର! PM-KISAN ଅଷ୍ଟମ କିସ୍ତି ତାଲିକାରେ ନିଜ ନାଁ ଦେଖନ୍ତୁ

ପାରସ୍ପରିକ ପାରିବାରିକ ଶତ୍ରୁତା କାରଣରୁ ଗୁଡ଼ାମାଲାନି ଥାନା ଅନ୍ତର୍ଗତ ସିନ୍ଧାୱାସ୍ ଗ୍ରାମର ସୁରେଶ କୁମାର ନାମକ ଯୁବକଙ୍କୁ ଅପହରଣ କରି ନିଆଯାଇଥିଲା । ତା’ପରେ ସେମାନେ ତାଙ୍କୁ ଏକ ମଶାଣିକୁ ନେଇଯାଇଥିଲେ, ଯେଉଁଠି ସେମାନେ ସୁରେଶଙ୍କୁ ଏକ ଗଛରେ ବାନ୍ଧି ଖୁବ୍‌ ପିଟିଥିଲେ। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ, ହେଲେ ସେତେବେଳକୁ ଆକ୍ରମଣକାରୀମାନେ ସୁରେଶଙ୍କୁ ଦରମଲା ଅବସ୍ଥାରେ ଛାଡ଼ି ଚାଲିଯାଇଥିଲେ ।

ଏହା ବି ପଢ଼ନ୍ତୁ | ଏହି ସବୁ ବ୍ୟାଙ୍କ୍ ଚେକ୍ ବୁକ୍ ପାସ୍ ବୁକ୍ ଏପ୍ରିଲ୍ ୧ରୁ ଆଉ କାମ କରିବନି; ଜାଣନ୍ତୁ କେଉଁ ବ୍ୟାଙ୍କ୍

‘‘ଆମେ ପୀଡ଼ିତ ଯୁବକକୁ ଏକ ଗଛରେ ବନ୍ଧାହୋଇଥିବାର ଦେଖିଥିଲୁ । ତା’ ଅବସ୍ଥା ଖୁବ୍‌ ସାଙ୍ଘାତିକ ଥିଲା । ତା’ ନାକ ଅଧା କଟା ହୋଇଥିଲା ଓ ସେଥିରୁ ରକ୍ତ ବୋହୁଥିଲା । ସେ ଗୋଟେ ଗଛରେ ବନ୍ଧା ହୋଇଥିଲା । ଆମେ ତାକୁ ଡାକ୍ତରଖାନାରେ ଆଣି ଭର୍ତ୍ତି କରିଥିଲୁ । ଏହି ମାମଲାର ତଦନ୍ତ ଚାଲିଛି,’’ କହିଛନ୍ତି ଗୁଡ଼ାମାଲାନି ଥାନାର ଜଣେ ଅଧିକାରୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କ୍ରିକେଟର୍ ହରଭଜନ ସିଂ ଏବେ ଫିଲ୍ମରେ ଅଭିନୟ କରୁଛନ୍ତି; ଦେଖନ୍ତୁ ତାଙ୍କ ଫିଲ୍ମର ଟିଜର୍ VIDEO

ଗୁରୁତର ଆହତ ସୁରେଶ କୁମାର ପୋଲିସକୁ କହିଛି ଯେ ଶ୍ରବଣ କୁମାର ଓ ପାଞ୍ଚରୁ ସାତ ଜଣ ଅନ୍ୟ ଯୁବକ ତାଙ୍କୁ ଅପହରଣ କରିନେଇଥିଲେ ଓ ମଶାଣିକୁ ନେଇଯାଇଥିଲେ । ସେମାନେ ତାଙ୍କୁ ପିଟିପିଟି ଦଉଡି଼ରେ ଏକ ଗଛରେ ବାନ୍ଧି ଦେବା ପରେ ଏକ ତୀକ୍ଷ୍ଣ ଅସ୍ତ୍ରରେ ତାଙ୍କ ନାକ କାଟିବାକୁ ପ୍ରୟାସ କରିଥିଲେ ବୋଲି ସେ ପୋଲିସକୁ କହିଛନ୍ତି ।

ଦେଖନ୍ତୁ ଭିଡିଓ:



ସୁରେଶଙ୍କ ବୟାନନ ଆଧାରରେ ପୋଲିସ ଏକ ଅପହରଣ ଓ ହତ୍ୟା ପ୍ରୟାସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପାରସ୍ପରିକ ପାରିବାରିକ ଶତ୍ରୁତା କାରଣରୁ ଏହି ଘଟଣା ଘଟିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।



ଏବେ ହସପିଟାଲରେ ସୁରେଶଙ୍କ ସ୍ଥିତି ସୁଧୁରୁଛି ବୋଲି କହିଛି ପୋଲିସ । ଅଭିଯୁକ୍ତମାନେ ଫେରାର୍‌ ଅଛନ୍ତି, ହେଲେ ସେମାନଙ୍କୁ ଗିରଫ କରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ରୋଡ୍‌ କରୁଛି ।
Published by: Anand Shankar Thankur Das
First published: March 17, 2021, 5:54 PM IST