୧୬ ଜଣ ଗର୍ଲଫ୍ରେଣ୍ଡଙ୍କ ସଉକ୍ ପୂରା କରିବାକୁ ଏହି ଯୁବକ ଚୋରାଉଥିଲା ଲଗ୍ଜରୀ କାର୍, ଧରା ପଡ଼ିଲା

ଜଣେ ବା ଦୁଇ ଜଣ ନୁହେଁ, ତା’ର ୧୬ ଜଣ ଗର୍ଲଫ୍ରେଣ୍ଡ ଅଛନ୍ତି । ଆଉ ସେହି ଗର୍ଲଫ୍ରେଣ୍ଡମାନଙ୍କ ସଉକ୍ ପୂରା କରିବା ପାଇଁ ଏହି ଯୁବକ ଦେଶର ବିଭିନ୍ନ ରାଜ୍ୟରୁ ୫୦ରୁ ଅଧିକ ଦାମୀ କାର୍ ଚୋରି କରିସାରିଛି ।

୧୬ ଜଣ ଗର୍ଲଫ୍ରେଣ୍ଡଙ୍କ ସଉକ୍ ପୂରା କରିବାକୁ ଏହି ଯୁବକ ଚୋରାଉଥିଲା ଲଗ୍ଜରୀ କାର୍, ଧରା ପଡ଼ିଲା
ଗିରଫ ହେବା ପରେ ରବିନ୍ ଓରଫ ହେମନ୍ତ
  • News18 Odia
  • Last Updated: October 15, 2020, 5:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଫରିଦାବାଦ: ହରିୟାଣା ପୋଲିସ ଏକ ଏମିତି ଚୋରକୁ ଗିରଫ କରିଛି ଯାହାର ୧୬ ଜଣ ଗର୍ଲଫ୍ରେଣ୍ଡ (16 girlfriends) ଅଛନ୍ତି । ଠିକ୍‌ ପଢ଼ିଲେ । ଜଣେ ବା ଦୁଇ ଜଣ ନୁହେଁ, ତା’ର ୧୬ ଜଣ ଗର୍ଲଫ୍ରେଣ୍ଡ ଅଛନ୍ତି । ଆଉ ସେହି ଗର୍ଲଫ୍ରେଣ୍ଡମାନଙ୍କ ଶଉକ୍‌ ପୂରା କରିବା ପାଇଁ ଏହି ଯୁବକ ଲଗ୍ଜରୀ କାର୍‌ (luxury cars) ଚୋରି କରୁଥିଲା ।

ଲଗ୍ଜରୀ କାର୍‌ ଚୋରି କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଏହି ଯୁବକର ଚାରି ଚାରିଟି ନାଁ ବି ଅଛି । ପୋଲିସ କହିଛି ଯେ ସେ ରବିନ୍‌, ରାହୁଳ, ହେମନ୍ତ ଓ ଜନି ନାମ ବ୍ୟବହାର କରୁଥିଲା । ଏହି ଚୋର ହରିୟାଣାର ହିସାରର ବାସିନ୍ଦା । ସେ ଦେଶର ବିଭିନ୍ନ ରାଜ୍ୟରୁ ୫୦ରୁ ଅଧିକ ଦାମୀ କାର୍‌ ଚୋରି କରିଥିଲା ।

ହରିୟାଣା ପୋଲିସର ଫରିଦାବାଦ କ୍ରାଇମ ବ୍ରାଞ୍ଚ (ସେକ୍ଟର-୩୦ ପୋଲିସ) ଏହି ଚାଲାକ ପ୍ରେମିକ-ଚୋରକୁ ଗିରଫ କରିଛି । ପୋଲିସର ତଦନ୍ତରୁ ରବିନ ଓରଫ ହେମନ୍ତ ହିସାରର ଜବାହର ନାଗରର ବାସିନ୍ଦା ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ ଅଭିଯୁକ୍ତ ରବିନ୍ ନିଜ ଚେହେରା ବାରମ୍ବାର ବଦଳାଇ ପୋଲିସକୁ ଅନେକ ଥର ବିଭ୍ରାନ୍ତ କରିଥିଲା । ସେ ପ୍ରତ୍ୟେକ ଥର କାର ଚୋରି କରିବା ବେଳେ ନିଜ ମୁହଁ ବଦଳାଇଦେଉଥିଲା । ଧରାପଡ଼ିବା ପରେ ସେ ପ୍ରତି ଥର ନିଜ ଠିକଣା ଅଲଗା ଅଲଗା କହୁଥିଲା ।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱର: ଟ୍ରଲର୍ ଓ ଟ୍ରକ୍ ଧକ୍କା ପରେ ୩ ଘଣ୍ଟା ଷ୍ଟିଅରିଂରେ ଚାପି ହୋଇ ରହିଲେ ଡ୍ରାଇଭର୍‌

ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ରବିନ ହରିୟାଣାର ହିସାରରେ ବି ଅନେକ ଦାମୀ କାର ଚୋରି କରିଥିଲା । ହିସାରରେ ପୋଲିସକୁ ସେ ଆଗରୁ ନିଜର ୧୫ରୁ ୨୦ଟି ଭିନ୍ନ ଭିନ୍ନ ଠିକଣା ଲେଖାଇଥିଲା ।

ରବିନ୍ ଗତ କିଛି ମାସ ଧରି ଆଉ ହିସାରରେ ରହୁ ନ ଥିଲା ବୋଲି ପୋଲିସ କହିଛି । ସେ ଏକ ବାହାର ରାଜ୍ୟରେ ରହୁଥିଲା । ଏହି ଅଭିଯୁକ୍ତ କେବଳ ବିଳାସପୂର୍ଣ୍ଣ କାର୍‌ ଚୋରି କରୁଥିଲା । ସେ ହିସାର ବ୍ୟତୀତ ଦିଲ୍ଲୀ ଏନସିଆର ସମେତ ଦେଶର ଅନ୍ୟ ରାଜ୍ୟରୁ ପାଖାପାଖି ୫୦ଟି ଲଗ୍ଜରୀ କାର୍‌ ଚୋରି କରିସାରିଛି ।

ଏହା ବି ପଢ଼ନ୍ତୁ | Video: ପୁରୁଷମାନଙ୍କ ସହ ଘଟୁଥିବା ଗ୍ୟାଙ୍ଗ୍ ରେପ୍ ଉପରେ ଆଧାରିତ ଏହି ଫିଲ୍ମ ରିଲିଜ୍‌ ହେଲା

ପୋଲିସ ତଦନ୍ତ ପରେ ଦାବି କରିଛି ଯେ ରବିନର ୧୬ ଜଣ ଗର୍ଲଫ୍ରେଣ୍ଡ ଅଛନ୍ତି । ସେ ସେହି ଗର୍ଲଫ୍ରେଣ୍ଡମାନଙ୍କ ସଉକ୍‌ ପୂରଣ କରିବା ପାଇଁ ଲଗ୍ଜରୀ କାର୍‌ ଚୋରି କରୁଥିଲା ।

ରବିନକୁ ପ୍ରାୟ ବର୍ଷେ ତଳେ ଦିଲ୍ଲୀ ପୋଲିସ ଗିରଫ କରିଥିଲା । ନିକଟରେ ସେ ଜେଲରୁ ବାହାରିଥିଲା, ହେଲେ ପୁଣି କାର୍‌ ଚୋରି କରିବା ଆରମ୍ଭ କରିଦେଇଥିଲା । ଅଗଷ୍ଟ ୩୧ ତାରିଖରେ ଫରିଦାବାଦର ସେକ୍ଟର-୨୮ରେ ଜଣେ ବ୍ୟକ୍ତିଙ୍କ ଘର ବାହାରେ ପାର୍କିଂ ହୋଇଥିବା ଏକ ଫର୍ଚୁନର କାର୍‌ ସେ ଚୋରି କରିଥିଲା ।



ରବିନ୍‌ ଏବେ ଗିରଫ ହେବା ପରେ କ୍ରାଇମ ବ୍ରାଞ୍ଚ ଏହି କେସର ସମାଧାନ କରିଛି । ରବିନ ଗାଜିଆବାଦ, ଯୋଧପୁର ଓ ଗୁରୁଗ୍ରାମରୁ ଫର୍ଚୁନର ଜିପ୍ ବି ଚୋରି କରିଥିବା ମଧ୍ୟ ସ୍ୱୀକାର କରିଛି । କ୍ରାଇମ ବ୍ରାଞ୍ଚ ସେହି ସବୁ ସ୍ଥାନର ପୋଲିସକୁ ଏହା ବିଷୟରେ ସୂଚନା ଦେଇଛି ।
Published by: Anand Shankar Thankur Das
First published: October 15, 2020, 5:50 PM IST
corona virus btn
corona virus btn
Loading