ଦିଲ୍ଲୀ ଦଙ୍ଗା: ଯୁବକଙ୍କ ମଥାରେ କେହି ଡ୍ରିଲ୍ ମେସିନ୍ ଭୁସିଦେଲା, ସେ ନିଜେ ହସ୍ପିଟାଲ୍ ଆସିଲେ

‘‘ବିନା କାରଣରେ ମୋ’ ଭାଇକୁ କିଛି ଲୋକ ଆକ୍ରମଣ କରିଥିଲେ । ସେମାନେ ଏକ ଡ୍ରିଲ୍ ମେସିନ୍ ପରି ଦିଶୁଥିବା ମୁନିଆ ଲୁହା ରଡ଼ ତାଙ୍କ ମଥାରେ ଭୁସିଦେଇଥିଲେ… ସେ ଏବେ ସୁସ୍ଥ ଅଛନ୍ତି,’’ କହିଛନ୍ତି ବିବେକ ଚ଼ୌଧୁରୀଙ୍କ ଭଉଣୀ ବବିତା ।

ଦିଲ୍ଲୀ ଦଙ୍ଗା: ଯୁବକଙ୍କ ମଥାରେ କେହି ଡ୍ରିଲ୍ ମେସିନ୍ ଭୁସିଦେଲା, ସେ ନିଜେ ହସ୍ପିଟାଲ୍ ଆସିଲେ
ବିବେକଙ୍କ ମୁଣ୍ଡରେ କେହି ଡ୍ରିଲ୍‌ ମେସିନ୍‌ ଭୁସିଦେଇଥିଲା ।
  • News18 Odia
  • Last Updated: February 29, 2020, 1:58 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ, CAA) କୁ ନେଇ ଦିଲ୍ଲୀରେ ଦଙ୍ଗା ଚ଼ାଲିଥିବା ବେଳେ ଗୁରୁ ତେଗ୍‌ ବହାଦୂର୍‌ (ଜିଟିବି) ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ସନ୍ଧ୍ୟା ବେଳେ ଜଣେ ଗୁରୁତରଭାବେ ଆହତ ଯୁବକ ନିଜେ ଚ଼ାଲି ସେହି ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କୁ ଇମର୍ଜେନ୍ସି ବିଭାଗକୁ ନିଆଗଲା । ତାଙ୍କ ମ ଥାର ବାମ ପଟେ ଗୋଟେ ଡ୍ରିଲ୍‌ ମେସିନ୍‌ ଅଧା ପଶି ଅଧା ବାହାରକୁ ବାହାରି ରହିଥିଲା ।

ସେହି ଯୁବକଙ୍କ ସହ ଆସିଥିବା ୨୦ ଜଣ ଯୁବକ ଆତଙ୍କିତ ଥିଲେ । ସେମାନେ ଏହି ଆହତ ଯୁବକଙ୍କୁ ଆକ୍ରମଣର ଶିକାର ହେବାକୁ ପଡ଼ିଥିଲା ବୋଲି କହିଥିଲେ ଓ ତା’ର ତୁରନ୍ତ ଚିକିତ୍ସା କିରିବାକୁ ଦାବି କରିଥିଲେ ।

କିଛି ମିନିଟ୍ ମଧ୍ୟରେ ଆହତ ଯୁବକଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା । ତାଙ୍କ ସହ ଆସିଥିବା ଯୁବକମାନେ ତାଙ୍କ ନାଁ ବିବେକ ଚୌଧୁରୀ ବୋଲି କହିଥିଲେ । ବିବେକଙ୍କୁ ବୟସ ୧୯ ବର୍ଷ । କେହି ଜଣେ ଏହି ମୁନିଆ ଲୁହା ରଡ଼ ପରି ଜିନିଷ ରାଗରେ ତାଙ୍କ ମୁଣ୍ଡରେ ପୂରାଇ ଦେଇଥିବା ସେମାନେ କହିଥିଲେ ।

ଦେଢ଼ ଘଣ୍ଟା ପରେ ଆହତ ଯୁବକଙ୍କୁ ହସ୍ପିଟାଲର ସ୍ନାୟୁ ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା । ଜି.ଟି.ବି. ହସ୍ପିଟାଲରେ ସୁବିଧା ନ ଥିବା ଯୋଗୁ ସିଟି ସ୍କାନ୍‌ ଓ ଅନ୍ୟ କେତକ ପରୀକ୍ଷା ପାଇଁ ତାଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ପଠାଯାଇଥିଲା । ସନ୍ଧ୍ୟା ୮ଟା ବେଳେ ସମସ୍ତ ରିପୋର୍ଟ ଆସିଯାଇଥିଲା ।

ମଧ୍ୟ ରାତ୍ରୀରେ ୪୫ ମିନିଟର ଏକ ଅପରେସନ ପରେ ବିବେକଙ୍କ ମୁଣ୍ଡରେ ପଶିଥିବା ଉକ୍ତ ଡ୍ରିଲକୁ ଡାକ୍ତରମାନେ କାଢ଼ି ଦେଇଥିଲେ । ସ୍ନାୟୁ ବିଭାଗର ମୁଖ୍ୟ ଡାକ୍ତର ଡଃ ପ୍ରଜ୍ଞାନଙ୍କ ତତ୍ବବ୍ୟବଧାନରେ ଏକ ତିନିଜଣିଆ ଡାକ୍ତରୀ ଦଳ ଏହି ଅପରେସନ ସଫଳତାର ସହ କରିଥିଲେ । ତା’ ପର ଦିନ (ବୁଧବାର) ସକାଳେ ଜିଟିବି ହସ୍ପିଟାଲର ଏମ୍‌.ଡି. ଡଃ ସୁନିଲ କୁମାର ସେହି ଯୁବକଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି ଓ ସେ ସୁସ୍ଥ ହେଇ ଚ଼ାଲିଥିବା କହିଥିଲେ ।

ଜିଟିବି ହସ୍ପିଟାଲର ଆସିଷ୍ଟାଣ୍ଡ ସର୍ଜନ୍‌ ଡଃ ରାକେଶ କାଲଡ଼ା ସୂଚନା ଦେଇ କହିଛନ୍ତି ଯେ ସେଦିନ ବଡ଼ କଠିନ ପରିସ୍ଥିତିରେ ସେହି ଅପରେସନ କରାଯାଇଥିଲା । ସେଦିନ ୨୦୦ ଜଣ ରୋଗୀ ହସ୍ପିଟାଲରେ ଆସି ପହଞ୍ଚିଥିଲେ ।

‘‘ଏବେ ସେହି ଯୁବକଙ୍କ ଅବସ୍ଥା ଭଲ ଅଛି । ସେହି ରଡ଼ଟି ତାଙ୍କ ମୁଣ୍ଡର ଅଧିକ ଭିତରକୁ ପଶି ନ ଥିଲା । ନଚ଼େତ୍ ଏହା ମାରାତ୍ମକ ହୋଇଥାନ୍ତା, ଓ ତାଙ୍କୁ ବଞ୍ଚେଇବା କଠିନ ହୋଇଥାନ୍ତା,’’ କହିଥିଲେ ଡଃ କାଲଡ଼ା ।

ତେବେ କିଏ, କେଉଁଠି ଓ କାହିଙ୍କି ବିବେକ ଚ଼ୌଧରୀଙ୍କ ଉପରେ ଆକ୍ରମଣ କଲା ତାକୁ ନେଇ ପଶ୍ନ ଉଠୁଥିବା ବେଳେ ତାଙ୍କ ପରିବାର ଲୋକେ ଭୟଭୀତ ଅବସ୍ଥାରେ କିଛି କହିବାକୁ ମନା କରିଦେଇଛନ୍ତି । ବିବେକଙ୍କ ବଡ ଭଉଣୀ ବବିତା କହିଛନ୍ତି ଯେ ତାଙ୍କ ଭାଇ କିଛି କାମ ପାଇଁ ବାହାରକୁ ଯାଇଥିବା ବେଳେ ମଙ୍ଗଳବାର ଅପରାହ୍ଣ ୪ଟା ବେଳେ ଶିବ ମାର୍କେଟରେ ତାଙ୍କୁ ଆକ୍ରମଣ କରାଯାଇଥିଲା ।

‘‘ବିନା କୌଣସି କାରଣରେ ମୋ’ ଭାଇକୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ସେମାନେ ହଠାତ୍‌ ଡ୍ରିଲ୍‌ ମେସିନ୍‌ ପରି ଦିଶୁଥିବା ଏକ ମୁନିଆ ଲୁହା ରଡ଼ ତାଙ୍କ ମଥାରେ ଭୁସିଦେଇଥିଲେ । ତାଙ୍କ ଉପରେ କାହିଁକି ଆକ୍ରମଣ ହୋଇଥିଲା ତାହା ଏ ପର୍ଯ୍ୟନ୍ତ ଆମେ ଜାଣିପାରୁନୁ,’’ କହିଛନ୍ତି ବବିତା । ତେବେ ଏକ ଘରୋଇ ସଂସ୍ଥାରେ ଗାଡ଼ି ଚ଼ାଳକ ଭାବେ କାର୍ଯ୍ୟ କରୁଥିବା ତାଙ୍କ ଭାଇ ସୁସ୍ଥ ହେଉଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଜିଟିବି ହସ୍ପିଟାଲରେ ସେିଦିନ ୪୮ ଘଣ୍ଟା ମଧ୍ୟରେ ୨୨ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୨୦୦ରୁ ଅଧିକ ବ୍ୟକ୍ତି ଆହତ ଅବସ୍ଥାରେ ଆସି ଚ଼ିକିତ୍ସିତ ହେଉଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ସିଏଏ ବିରୋଧ ବା ସମର୍ଥକ ଥିଲେ ବୋଲି ଜଣାପଡିଛି ।
First published: February 29, 2020, 1:58 AM IST
corona virus btn
corona virus btn
Loading