ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ବ୍ୟାଙ୍କ ଖାତାକୁ ଆସିଗଲା ୧.୬୦ ଲକ୍ଷ ଟଙ୍କା; ମୋଦି ପଠେଇଛନ୍ତି ଭାବି ଖର୍ଚ୍ଚ କରିଦେଲା; ଆଉ ଏବେ…

ବ୍ୟାଙ୍କ ଖାତାକୁ ଆସିଗଲା ୧.୬୦ ଲକ୍ଷ ଟଙ୍କା; ମୋଦି ପଠେଇଛନ୍ତି ଭାବି ଖର୍ଚ୍ଚ କରିଦେଲା; ଆଉ ଏବେ…

Man gets ₹1.60 lakh in bank account, thinks PM Modi sent it to him | ହଠାତ ଏତେ ଟଙ୍କା ତାଙ୍କ ଆକାଉଣ୍ଟକୁ ଆସିଛି ଜାଣି ରଣଜିତ ଦାସ ଖୁବ୍ ଖୁସି ହୋଇଗଲେ ଓ ସବୁ ଟଙ୍କା ବଡ଼ ଖୁସିରେ ଖର୍ଚ୍ଚ କରିଦେଲେ । ହେଲେ ପରେ ଟଙ୍କା ଫେରସ୍ତ କରିବାକୁ ବ୍ୟାଙ୍କ୍ ତାଙ୍କ ଉପରେ ଚାପ ପକାଇବା ଆରମ୍ଭ କଲା ।

ବ୍ୟାଙ୍କ ଖାତାକୁ ଆସିଗଲା ୧.୬୦ ଲକ୍ଷ ଟଙ୍କା; ମୋଦି ପଠେଇଛନ୍ତି ଭାବି ଖର୍ଚ୍ଚ କରିଦେଲା; ଆଉ ଏବେ…
ଗିରଫ ହେବା ବେଳେ ରଣଜିତ ଦାସ (ଡାହାଣ)
  • News18 Odia
  • Last Updated: September 17, 2021, 8:31 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଖଗଡ଼ିଆ (ବିହାର): ଅଚାନକ ଏହି ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାକୁ ଆସିଗଲା ୧ ଲକ୍ଷ ୬୦ ହଜାର ୯୭୦ ଟଙ୍କା । ସେ ଯେତେବେଳେ ନିଜ ଆକାଉଣ୍ଟରେ ଏତେ ଟଙ୍କା ଅଛି ବୋଲି ଜାଣିଲେ ତ ତାଙ୍କ ଖୁସିର ସୀମା ରହିଲା ନାହିଁ । ସେ ବାବିଲେ ଏହି ଟଙ୍କା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ତାଙ୍କୁ ପଠାଇଛନ୍ତି । କିନ୍ତୁ ମାମଲା ସେମିତି ନ ଥିଲା ।

ବିହାରର ଖଗଡ଼ିଆ ଜିଲ୍ଲାରେ ଘଟିଥିବା ଏଭଳି ଏକ ମାମଲା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରକୃତରେ ଗ୍ରାମୀଣ ବ୍ୟାଙ୍କର ଭୁଲ ଯୋଗୁଁ ସେଠାରେ ରହୁଥିବା ରଣଜିତ ଦାସଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧ ଲକ୍ଷ ୬୦ହଜାର ୯୭୦ ଟଙ୍କା ଆସିଯାଇଥିଲା । ହଠାତ ଏତେ ଟଙ୍କା ତାଙ୍କ ପାଖକୁ ଆସିଛି ଜାଣି ରଣଜିତ ସବୁ ଟଙ୍କା ବଡ଼ ଖୁସିରେ ଖର୍ଚ୍ଚ କରିଦେଲେ । ହେଲେ ପରେ ତାଙ୍କ ଉପରେ ବ୍ୟାଙ୍କ୍‌ ଚାପ ପକାଇଲା ଟଙ୍କା ଫେରସ୍ତ କରିବାକୁ । ସେ ତାହା କରି ନ ପାରିବାରୁ ପୋଲିସ ତାଙ୍କୁ ଗିରଫ କରି ଜେଲରେ ପୂରାଇଲା ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

‘‘ଏହି ଟଙ୍କା ଅସଲରେ ଦକ୍ଷିଣ ବିହାର ଗ୍ରାମୀଣ ବ୍ୟାଙ୍କର ମାନସୀ ଶାଖାରୁ ଭୁଲରେ ରଣଜିତ ଦାସଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା । ହଠାତ୍ ୧ ଲକ୍ଷ ୬୦ ହଜାର ୯୭୦ ଟଙ୍କା ଆସିଥିବା ଦେଖି ବଖତିଆରପୁର ନିବାସୀ ରଣଜିତ ଦାସ ଭାବିଲେ ଯେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଇଛନ୍ତି । ସେ ଭାରି ଖୁସି ହୋଇଗଲେ ଓ ସବୁ ଯାକ ଟଙ୍କା ଖୁସିରେ ଖର୍ଚ୍ଚ କରିଦେଲେ । ପରେ ବ୍ୟାଙ୍କ ତାଙ୍କ ଉପରେ ଟଙ୍କା ଫେରସ୍ତ କରିବାକୁ ଚାପ ପକାଇଲା । ସେ କିନ୍ତୁ ଟଙ୍କା ଫେରସ୍ତ କରି ପାରିଲେ ନାହିଁ । ତେଣୁ ବ୍ୟାଙ୍କ୍‌ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା । ଆମେ ତାଙ୍କୁ ଗିରଫ କରି ଜେଲକୁ ପଠାଇ ଦେଇଛୁ,’’ କହିଛନ୍ତି ମାନସୀ ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ଅଧିକାରୀ ଦୀପକ କୁମାର ।

ଏହା ବି ପଢ଼ନ୍ତୁ | ‘‘ମୁଁ ଏଇ ବିଲଡିଂକୁ ଏଇଠି, ଏବେ ଭାଙ୍ଗିଦେବି’’: ଆନ୍ଧ୍ର ମନ୍ତ୍ରୀ ଓଡ଼ିଶା ଭିତରେ ପଶି ନାଲି ଆଖି ଦେଖାଇଲେ

ଦକ୍ଷିଣ ବିହାର ଗ୍ରାମୀଣ ବ୍ୟାଙ୍କର ମ୍ୟାନେଜର ସତ୍ୟ ନାରାୟଣ ପ୍ରସାଦ କହିଛନ୍ତି ଯେ ବ୍ୟାଙ୍କ ଭୁଲରେ ରଣଜିତ ଦାସଙ୍କ ଆକାଉଣ୍ଟକୁ ୧ ଲକ୍ଷ ୬୦ ହଜାର ଟଙ୍କା ପଠାଇଥିଲା । ‘‘ଯେତେବେଳେ ବ୍ୟାଙ୍କ୍‌ ନିଜ ଭୁଲ ବୁଝିପାରିଲା, ସେତେବେଳେ ଆକାଉଣ୍ଟଧାରୀଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଲା । କିନ୍ତୁ ଆକାଉଣ୍ଟଧାରୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟଙ୍କା ତାଙ୍କ ନିକଟକୁ ପଠାଇଥିବା ଖୁସିରେ ସବୁ ଟଙ୍କା ଖର୍ଚ୍ଚ କରିଦେଇଥିଲେ । ସେ ଏହା ବି କହିଥିଲେ ଯେ ସେ ରାଶି ଫେରସ୍ତ କରିବେ ନାହିଁ,’’ କହିଛନ୍ତି ପ୍ରସାଦ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଆଖି ବୁଜିଲେ ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ; SCB ବିରୋଧରେ ଆଣିଥିଲେ ଅଭିଯୋଗ

ବ୍ୟାଙ୍କ୍‌ ରଣଜିତ ଦାସଙ୍କୁ ଅନେକ ଥର ନୋଟିସ୍‌ ପଠାଇଥିଲା । ହେଲେ ସେ ଟଙ୍କା ଫେରସ୍ତ ନ କରିବାରୁ ବ୍ୟାଙ୍କ୍‌ ତାଙ୍କ ବିରୁଦ୍ଧରେ ଏକ ମାମଲା ଦାୟର କରିଥିଲା । ପୋଲିସ ତଦନ୍ତରୁ ଜଣାପଡ଼ିଲା ଯେ ରଣଜିତ ଦାସ ଏହି ଟଙ୍କାକୁ ଗ୍ରାହକ ସେବା କେନ୍ଦ୍ରରୁ ଆଧାର କାର୍ଡ଼ ମାଧ୍ୟମରେ ଏହି ଟଙ୍କା ଉଠାଇନେଇଛନ୍ତି ।

ଏହା ବି ପଢ଼ନ୍ତୁ | BJP କର୍ମୀ ସାମ୍ବାଦିକଙ୍କୁ ମାଡ଼ ମାରିଲେ ଚିଲିକାର BJD ବିଧାୟକ; ତାଙ୍କୁ ଦଳରୁ ନିଲମ୍ବନ କଲେ ନବୀନ

ହଠାତ ଏତେ ଟଙ୍କା ବିନା କାରଣରେ ତାଙ୍କ ଆକାଉଣ୍ଟକୁ ଆସିଥିବା ଜାଣିବା ପରେ ରଣଜିତ ଦାସଙ୍କୁ ବ୍ୟାଙ୍କକୁ ଯାଇ ଏହା ବିଷୟରେ ପ୍ରଶ୍ନ କରିବାର ଥିଲା । ହେଲେ ସେ କାହାକୁ କିଛି ନ ପଚାରି ଓ କହି ଟଙ୍କା ଆକାଉଣ୍ଟରୁ ବାହାର କରି ଖର୍ଚ୍ଚ କରିଦେବା ଏକ ଅପରାଧ ଭାବେ ଗଣାଯାଉଛି । ତାଙ୍କୁ ଏଥି ପାଇଁ ଦଣ୍ଡ ମିଳିବ ବୋଲି କୁହାଯାଉଛି ।
Published by: Anand S.T. Das
First published: September 17, 2021, 8:31 PM IST