CCTV କ୍ୟାମେରାରେ ଦିଶିଲା ଜଘନ୍ୟ ଦୃଶ୍ୟ: ନିଜ ମା’କୁ ଶକ୍ତ ଚାପୁଡ଼ା ମାରି ହତ୍ୟା କଲା ପୁଅ

ମା’ ଓ ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିବା ବେଳେ ପୁଅ କ୍ରୋଧର ବଶବର୍ତ୍ତୀ ହୋଇ ନିଜ ୭୬ ବର୍ଷୀୟା ମା’ଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ । ସିସିଟିଭି ଫୁଟେଜରେ ଦିଶୁଛି ସେହି ଚାପୁଡ଼ା ଯୋଗୁଁ ବୃଦ୍ଧା ତଳେ ପଡ଼ିଯାଇଥିଲେ । ଆଉ ଉଠି ନ ଥିଲେ ।

CCTV କ୍ୟାମେରାରେ ଦିଶିଲା ଜଘନ୍ୟ ଦୃଶ୍ୟ: ନିଜ ମା’କୁ ଶକ୍ତ ଚାପୁଡ଼ା ମାରି ହତ୍ୟା କଲା ପୁଅ
ସିସିଟିଭି ଫୁଟେଜରୁ ଦୁଇଟି ଦୃଶ୍ୟ
  • News18 Odia
  • Last Updated: March 17, 2021, 11:02 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଦିଲ୍ଲୀ: ନିଜ ଜନ୍ମକଲା ପୁଅ ଯେ ମା’କୁ ହତ୍ୟା କରିଥିବ ଏ କଥା ଶୁଣି କେହି ସହଜରେ ବିଶ୍ୱାସ କରିପାରିବେ ନାହିଁ, ହେଲେ ଏମିତି ଏକ ଘଟଣା ଘଟିଛି । ଜୀବନର ସଞ୍ଜରେ ପାଦ ଦେଇଥିବା ୭୬ ବର୍ଷୀୟା ମହିଳା ନିଜ ପୁଅର ଆକ୍ରମଣରେ ପ୍ରାଣ ହରାଇଛନ୍ତି । ଏହି ଜଘନ୍ୟ ଅପରାଧ ଓ ମହା ପାପର ଦୃଶ୍ୟ ସିସିଟିଭି କ୍ୟାମେରାରେ କୈଦ ହୋଇ ରହିଯାଇଛି (man kills mother) ।

ଘଟଣାଟି ଘଟିଛି ଦିଲ୍ଲୀର ଦ୍ୱାରକା ଅଞ୍ଚଳର । ଏହି ବୃଦ୍ଧ ମହିଳାଙ୍କର ନିଜ ପୁଅ ସହିତ ଯୁକ୍ତିତର୍କ ସମୟରେ ପୁଅ ତାଙ୍କୁ ଗୋଟେ ଚାପୁଡ଼ା ମାରିବା ପରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ମହିଳା ଜଣଙ୍କ ୭୬ ବର୍ଷୀୟା ଅବତାର କୌର୍‌ ବୋଲି ଜଣାପଡି଼ଛି  (Delhi man slaps mother kills her)।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ଆତଙ୍କ ରାଜ୍‌: ଦିନ ଦ୍ବିପହରରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ମାରିଦେଲେ ଦୁର୍ବୃତ୍ତ

ସୋମବାର ଅପରାହ୍ଣରେ କୌର୍‌ ନିଜ ପୁଅ ଓ ବୋହୂ ସହିତ ପଡ଼ୋଶୀମାନଙ୍କ ସହିତ ପାର୍କିଂ ପ୍ରସଙ୍ଗରେ ଯୁକ୍ତିତର୍କ କରୁଥିବା ବେଳେ ଏହି ଘଟଣା ଘଟିଛି । ସିସିଟିଭି କ୍ୟାମେରା ଫୁଟେଜରେ ପୁଅ କୌରଙ୍କୁ ଏକ ଶକ୍ତ ଚାପୁଡ଼ା ମାରୁଥିବା ଦେଖାଯାଇଛି । ତା’ ପରେ କୌର୍‌ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ । ତାଙ୍କ ବୋହୂ ତାଙ୍କୁ ତଳୁ ଉଠାଇବାକୁ ଚେଷ୍ଟା କରୁଛନ୍ତି, ହେଲେ ସେ ଆଉ ଉଠୁନାହାନ୍ତି । ଚିର ନିଦ୍ରାରେ ଶୋଇଯାଇଛନ୍ତି ମା’ ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ଆଜି ଠାରୁ ତମର ସବୁ ସୁଖ, ଦୁଃଖ, ଭଲ, ମନ୍ଦ ମୋ - ସବ୍ୟସାଚୀ ମିଶ୍ରଙ୍କୁ ବାହା ହୋଇ କହିଲେ ଅର୍ଚ୍ଚିତା ସାହୁ

ସଙ୍ଗେ ସଙ୍ଗେ ଏହି ବୃଦ୍ଧା ମହିଳାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । କୌରଙ୍କ ୪୫ ବର୍ଷୀୟ ପୁଅ ରଣବୀରଙ୍କ ବିରୁଦ୍ଧରେ ପୋଲିସ ଭାରତୀୟ ଦଣ୍ଡବିଧି ସଂହିତାର (ଆଇପିସି) ଦଫା ୩୦୪ ଲଗାଇ ଏକ ମାମଲା ରୁଜୁ କରିଛି ଓ ତାଙ୍କୁ ଗିରଫ କରିଛି ।

ଏଇଠି ଦେଖନ୍ତୁ CCTV କ୍ୟାମେରାର ସେହି ଦୃଶ୍ୟ:



‘‘ଏହି ଘଟଣା ପୂର୍ବରୁ ବୃଦ୍ଧା ମହିଳା ଓ ତାଙ୍କର ଜଣେ ପଡ଼ୋଶୀଙ୍କ ମଧ୍ୟରେ ପାର୍କିଂକୁ ନେଇ କିଛି ଯୁକ୍ତିତର୍କ ହୋଇଥିଲା । ପଡୋଶୀଙ୍କ PCRକୁ ବି କଲ୍‌ କରିଥିଲେ, କିନ୍ତୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ଅଭିଯୋଗକାରୀ ସେମାନଙ୍କୁ କହିଥିଲେ ଯେ ସେହି ସମସ୍ୟାର ସମାଧାନ ହୋଇଯାଇଛି ଓ ସେ ଆଉ ମାମଲା ଜାରି ରଖିବାକୁ ଚାହୁଁନାହାଁନ୍ତି । ଏହା ପରେ ଏହି ଜଘନ୍ୟକାଣ୍ଡ ଘଟିଥିଲା,’’ କହିଛନ୍ତି ବିନ୍ଦାପୁର ଥାନାର ଜଣେ ପୋଲିସ ଅଧିକାରୀ ।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ଲୁଟେରା ରାଜ୍‌: ନ୍ୟୁଜ୍୧୮ ସାମ୍ବାଦିକଙ୍କୁ ରାସ୍ତାରେ ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା

ଏହି ଘଟଣା ବିଷୟରେ ଜାଣିଥିବା ସେହି ସାହିର ଲୋକେ ପୋଲିସକୁ କହିଛନ୍ତି ଯେ ପି.ସି.ଆର୍‌. ଭ୍ୟାନ୍‌ ଚାଲିଯିବା ପରେ କୌରଙ୍କ ପୁଅ ରଣବୀର ପଡୋଶୀମାନଙ୍କ ସହ ‘‘ଝଗଡ଼ା କାହିଁକି କଲୁ?’’ ବୋଲି କହି ନିଜ ମା’ଙ୍କୁ ପ୍ରଶ୍ନ କରିଥିଲେ । ସେତେବେଳେ ପାଖରେ ରଣବୀରଙ୍କ ସ୍ତ୍ରୀ ବି ଥିଲେ ।



ମା’ ଓ ପୁଅଙ୍କ ମଧ୍ୟରେ ଏହି କଥାକୁ ନେଇ ଯୁକ୍ତିତର୍କ ଚାଲିଥିବା ବେଳେ ପୁଅ ରଣବୀର କ୍ରୋଧର ବଶବର୍ତ୍ତୀ ହୋଇ ନିଜ ମା’ଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ । ସିସିଟିଭି ଫୁଟେଜରେ ସ୍ପଷ୍ଟ ଦିଶୁଛି ଯେ ସେହି ଚାପୁଡ଼ା ଏତେ ଶକ୍ତ ଥିଲା ଯେ ବୃଦ୍ଧା ମହିଳା ତଳେ ପଡ଼ିଯାଇଥିଲେ । ତାହା ତାଙ୍କ ମୃତ୍ୟୁର କାରଣ ହୋଇଥିଲା ।
Published by: Anand Shankar Thankur Das
First published: March 17, 2021, 11:02 PM IST