ସ୍ତ୍ରୀର ସତୀତ୍ୱ ପରୀକ୍ଷା କରିବାକୁ ଫୁଟୁଥିବା ତେଲରେ ତାଙ୍କ ହାତ ବୁଡ଼ାଇଲେ ସ୍ୱାମୀ! VIDEO ଭାଇରାଲ୍ ହେଲା
ପତ୍ନୀ ରାଗରେ ଘରୁ ପଳେଇଯିବାର ଚାରି ଦିନ ପରେ ଘରକୁ ଫେରି ଆସିଥିଲେ ।ତା’ ପରେ ସ୍ୱାମୀଙ୍କ ମନରେ ପତ୍ନୀଙ୍କ ଚରିତ୍ର ବିଷୟରେ ବିଭିନ୍ନ ପ୍ରଶ୍ନ ଉଠିବାକୁ ଲାଗିଥିଲା । ସେ ପତ୍ନୀଙ୍କୁ ନିଜ ସତୀତ୍ୱର ପରୀକ୍ଷା ଦେବାକୁ ବାଧ୍ୟ କରିଥିଲେ ।

ଭାଇରାଲ୍ ଭିଡିଓର ଏକ ଦୃଶ୍ୟ
- News18 Odia
- Last Updated: February 23, 2021, 8:33 PM IST
ଓସମାନାବାଦ: ଆଜି ବି ସମାଜରେ ନାରୀମାନଙ୍କୁ ଅପମାନ ଓ ଅତ୍ୟାଚାର ସହିବାକୁ ପଡ଼ୁଛି ।ଆମେ ଏକବିଂଶ ଶତାବ୍ଦୀରେ ଜିଉଁଥବା ବେଳେ ଆଜି ବି ମହିଳାମାନଙ୍କୁ ଯୋଗ୍ୟ ସମ୍ମାନ ପାଇଁ ସଂଗ୍ରାମ କରିବାକୁ ପଡ଼ୁଛି । ଲାଗୁଛି ଯେମିତି ପୁରୁଷପ୍ରଧାନ ସମାଜ ନାରୀମାନଙ୍କୁ ସମାନ ଆସନ ଦେବାକୁ ନାରାଜ ।ତଥାପି ନାରୀ ନିଜ ଅଧିକାର ପାଇଁ ଲଢ଼େଇ ଜାରି ରଖିଛି । ନିଜ ପତ୍ନୀଙ୍କ ସତୀତ୍ୱ ପରୀକ୍ଷା କରିବା ପାଇଁ ଜଣେ ପୁରୁଷ ଫୁଟୁଥିବା ତେଲରେ ତାଙ୍କୁ ହାତ ବୁଡ଼ାଇବାକୁ କହିବାର ଘଟଣା ଏବେ ବେଶ୍ ଚର୍ଚ୍ଚାରେ ଅଛି ।
ମହାରାଷ୍ଟ୍ରର ଓସମାନାବାଦ ଅଞ୍ଚଳରେ ଘଟିଛି ଏହି ଚିନ୍ତା-ଉଦ୍ରେକକାରୀ ଘଟଣା । ନିକଟରେ ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡି଼ଆରେ ଭାଇରାଲ ହୋଇଥିଲା । ଲୋକେ ଏହି ଭୟଙ୍କର କାମ ଦେଖି ତଟସ୍ଥ ହୋଇଯାଇଛନ୍ତି । ସ୍ୱାମୀ ନିଜ ପତ୍ନୀଙ୍କ ସତୀତ୍ୱ ପରୀକ୍ଷା କରିବା ଉଦ୍ଦେଶ୍ୟରେ ତାଙ୍କୁ ଏମିତି କରିବାକୁ ବାଧ୍ୟ କରିଥିଲେ ।
ଏହା ବି ପଢ଼ନ୍ତୁ | ମଦ ପିଉଥିବାରୁ ମା’ ଗାଳିଦେଲା, ତେଣୁ ପୁଅ ମା’କୁ ହତ୍ୟା କଲା, ଜୁଇ ନିଆଁରେ କୁକୁଡ଼ା ରାନ୍ଧି ଖାଇଲା
ଏଇଠି ଦେଖନ୍ତୁ ସେହି ଭିଡିଓ:
Nashik , It has been revealed that the same caste panchayat has ruled that a woman with suspicion should be boiled in boiling oil.
The husband took a video of the incident and made it viral. pic.twitter.com/eUz5bTmKbp
— BHARAT GHANDAT (@BHARATGHANDAT2) February 20, 2021
ଘରକୁ ଫେରିଆସିଥିବା ମହିଳା ଜଣକ କହିଛନ୍ତି ଯେ ସେ ଘରୁ ବାହାରି ଓସମାନାବାଦ ବସ୍ ଷ୍ଟାଣ୍ଡରେ ବସ୍ ଧରିବା ପାଇଁ ଅଟକି ଯାଇଥିଲେ । ସେତେବେଳେ ଚାରି ଜଣ ଯୁବକ ଆସି ତାଙ୍କୁ ଜବରଦସ୍ତ ଉଠାଇ ନେଇଯାଇଥିଲେ । ତାଙ୍କୁ ଏକ ଅଜ୍ଞାତ ସ୍ଥାନରେ ବନ୍ଦୀ ଭାବେ ରଖାଯାଇଥିଲା । ସେ କୌଣସି ପ୍ରକାରେ ଚାରି ଦିନ ପରେ ଘରକୁ ଫେରି ଆସିଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଜୁମ୍ କଲ୍ ମିଟିଂ ବେଳେ ମହିଳା ନିଜ ସ୍ୱାମୀଙ୍କୁ ଚୁମା ଦେବାକୁ ଚେଷ୍ଟା କଲେ; VIDEO ଭାଇରାଲ୍ ହେଲା
ପତ୍ନୀଙ୍କ ଠାରୁ ଏହି ଘଟଣା ବିଷୟରେ ଶୁଣିବା ପରେ ସେହି ବ୍ୟକ୍ତିଙ୍କ ମନରେ ତାଙ୍କ ପତ୍ନୀଙ୍କ ଚରିତ୍ର ବିଷୟରେ ବିଭିନ୍ନ ପ୍ରଶ୍ନ ଉଠିବାକୁ ଲାଗିଥିଲା । ତେଣୁ ସେ ପତ୍ନୀଙ୍କୁ ସତୀତ୍ୱର ପରୀକ୍ଷା ଦେବାକୁ ବାଧ୍ୟ କରିଥିଲେ । ତାଙ୍କ ସମାଜରେ ପ୍ରଚଳିତ ଏହି ପରୀକ୍ଷାରେ ଫୁଟୁଥିବା ତେଲରେ ପକାଯାଇଥିବା ଗୋଟିଏ ମୁଦ୍ରା ନିଜ ହାତରେ ବାହାର କରିବାକୁ ପଡ଼େ ।
ଏହା ବି ପଢ଼ନ୍ତୁ | ବାହାଘରର ଦେଢ଼ ମାସ ପରେ ଯୁବତୀ ଆତ୍ମହତ୍ୟା କଲେ; ‘‘ମୋତେ ଶାଶୁଘର ଲୋକେ ମାରିଦେବେ’’
ସ୍ୱାମୀ ଜଣକ ଗରମ ତେଲରେ ଏକ ମୁଦ୍ରା ପକାଇଥିଲେ । ପତ୍ନୀଙ୍କୁ ସେ ବାଧ୍ୟ କରିବା ପରେ ସେ ମଧ୍ୟ ତେଲରେ ହାତ ବୁଡ଼ାଇ ଦେଇଥିଲେ । ତାଙ୍କ ହାତ ଗରମ ତେଲରେ ପୋଡି଼ ଯାଇଥିଲା, ହେଲେ ସେ ସେହି ମୁଦ୍ରା ଉଠାଇବାରେ ବିଫଳ ହୋଇଥିଲେ । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡି଼ଆରେ ଭାଇରାଲ ହୋଇଛି ।
ଲୋକେ ଏହି ଭିଡିଓ ଦେଖି ସେହି ସ୍ୱାମୀଙ୍କ ମାନସିକତାକୁ ନିନ୍ଦା କରିଛନ୍ତି । ପତ୍ନୀ ଜଣକ ଘରୁ ପଳାଇଯିବା ପରେ ଯେଉଁ କଠିନ ସମୟ ଦେଇ ଗତି କରିଥିଲେ ତାକୁ ସ୍ୱାମୀ ବୁଝିବାକୁ ଚେଷ୍ଟା କରି ନ ଥିବା ଆରୋପ ତାଙ୍କ ଉପରେ ଲାଗିଛି । ତା’ ଛଡ଼ା ପତ୍ନୀଙ୍କୁ ଏମିତି ପରୀକ୍ଷା ଦେବା ପାଇଁ ବାଧ୍ୟ କରିବା ବି ଏକ ଅପରାଧ ମଧ୍ୟରେ ଗଣାଯାଏ । ଏ କଥା ସେହି ସ୍ୱାମୀ ଜାଣି ନ ଥିଲେ ବୋଧହୁଏ ।