News18 Odia Digital ଗାଜିଆବାଦ: ଏହି ଯୁବକ ଟିକଟକରେ ଲୋକପ୍ରିୟ ଥିଲା । ସେ ୟୁଟ୍ୟୁବରେ ବି ସକ୍ରିୟ ଥିଲା । ଶେରୁ ନାମକ ଏହି ଯୁବକ ନୈନା ନାମକ ୧୯ ବର୍ଷୀୟା ଯୁବତାକୁ ଏକତରଫା ପ୍ରେମ କରୁଥିଲା । ବିବାହ ପ୍ରସ୍ତାବ ନେଇ ସେ ନୈନାର ଘରକୁ ଆସିଲା ଓ ତାକୁ ଦେଖା କଲା । ନୈନା ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ଶେରୁ ତାକୁ ଦିନ ଦ୍ୱିପହରେ ଛୁରୀ ଭୁସି ହତ୍ୟା କଲା ଓ ଫେରାର୍ ହୋଇଗଲା । ହେଲେ ସେ ବେଶୀ ଦିନ ଫେରାର ହୋଇ ରହିପାରିଲା ନାହିଁ । ଏହି ଲୋମହର୍ଷକ ଘଟଣା ଘଟିଛି ଦିଲ୍ଲୀକୁ ଲାଗିଥିବା ଗାଜିଆବାଦ (Ghaziabad) ଜିଲ୍ଲାରେ । ଜୁନ୍ ୧୭ ତାରିଖ ସନ୍ଧ୍ୟାରେ ୧୯ ବର୍ଷ ବୟସ୍କା ନୈନା ଶେରୁର ବିବାହ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିବା ଯୋଗୁଁ ଶେରୁ ତାକୁ ହତ୍ୟା (murder) କରିଥିଲା । ପୋଲିସ ଶେର୍ ଖାନ୍ ଓରଫ ଶେରୁକୁ ଗିରଫ କରିବା ପାଇଁ ତା’ ଉପରେ ୨୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲା । ଶେଷରେ ପୋଲିସ ଶେରୁକୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ହୋଇଥିବା ହତ୍ୟାକାରୀ ଶେରୁର ଟିକଟୋକ (Tik Tok) ଭିଡିଓକୁ ଅନେକ ଲୋକ ପସନ୍ଦ କରୁଥିଲେ । ୟୁଟ୍ୟୁବ୍ (YouTube) ଓ ଟିକ୍ ଟକରେ ଶେରୁର ପାଖାପାଖି ୪ ଲକ୍ଷ ୧୦ ହଜାର ଫଲୋଅର୍ସ୍ ଅଛନ୍ତି । ସୂଚନା ଅନୁଯାୟୀ ଶେରୁ ନୈନାକୁ ଏକପାଖିଆ ଭାବରେ ଭଲ ପାଉଥିଲା । ପୋଲିସର କହିବା ଅନୁସାରେ ନୈନା ଅନ୍ୟ କାହାକୁ ବିବାହ କରି ତା’ ସହିତ ରହୁ ବୋଲି ସେ ଚାହୁଁ ନ ଥିଲା । ଶେରୁ ଜୁନ୍ ୧୭ରେ ନୈନାର ଘରକୁ ଏଇଆ ଭାବି ଆସିଥିଲା ଯେ ସେ ତା’ ସହ ଚାଲିଆସିବ । ହେଲେ ନୈନା ଆସିବାକୁ ମନା କଲା ଓ ଶେରୁର ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା । ତା’ପରେ ସଙ୍ଗେ ସଙ୍ଗେ ଶେରୁ ତାକୁ ଛୁରୀ ଭୁସି ହତ୍ୟା କଲା ଓ ସେଠୁ ଫେରାର୍ ହୋଇଗଲା । ବରିଷ୍ଠ ପୋଲିସ ଅଧୀକ୍ଷକ (ଏସଏସପି) କଳାନିଧି ନୈଥାନି ବରିଷ୍ଠ ପୋଲିସ ଅଧୀକ୍ଷକ (ଏସଏସପି) କଳାନିଧି ନୈଥାନି କହିଛନ୍ତି ଯେ ନୈନାକୁ ଦିଲ୍ଲୀର ଜିଟିବି ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତରମାନେ ତାଙ୍କୁ ପହଞ୍ଚିବା ସମୟରେ ମୃତ ବୋଲି ଘୋଷଣା କରିଥିଲେ । ନୈଥାନିଙ୍କ କହିବା ଅନୁସାରେ ନୈନାର ହତ୍ୟା ହେବା ପରେ ପୋଲିସ ଶେରୁକୁ ସାହାଯ୍ୟ କରିଥିବା ତା’ର ତିନି ଜଣ ସାଙ୍ଗଙ୍କୁ ଗିରଫ କରିଥିଲା । ଫେରାର ଥିବା ଶେରୁକୁ ଧରିବା ପାଇଁ ଗାଜିଆବାଦ ପୋଲିସ ୨୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରି କେତେକ ଟିମକୁ ବିଭିନ୍ନ ସ୍ଥାନକୁ ପଠାଇ ଖୋଜିଥିଲା । ଏସଏସପି କହିଛନ୍ତି ଯେ ଶେର୍ ଖାନଙ୍କୁ ରବିବାର ରାତିରେ ଟିଲା ମୋଡ଼ ଅଞ୍ଚଳର ପଞ୍ଚଶୀଳ କଲୋନୀରୁ ପୋଲିସ ଓ କ୍ରାଇମ ବ୍ରାଞ୍ଚର ଦଳ ଗିରଫ କରିଛି । ତାଙ୍କୁ ଆଶ୍ରୟ ଦେଇଥିବା କାରଣରୁ ତାଙ୍କ ଭାଇ ଇମ୍ରାନ ଓ ଭିଣୋଇ ରିଜୱାନଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହି ମାମଲାରେ ପୋଲିସ ମୋଟ ଛଅ ଜଣଙ୍କୁ ଗିରଫ କରିଛି । ହତ୍ୟାରେ ବ୍ୟବହୃତ ଛୁରୀ ମଧ୍ୟ ଜବତ କରାଯାଇଛି ବୋଲି ଏସଏସପି ନୈଥାନି କହିଛନ୍ତି । ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି । ଏହା ବି ପଢ଼ନ୍ତୁ: ମହିଳା ରସି ଲଗାଇ ଆତ୍ମହତ୍ୟା କରୁଥିଲେ; ୩ ବର୍ଷର ଝିଅ କାନ୍ଦିବାରୁ ତାଙ୍କ ଜୀବନ ରକ୍ଷା ହେଲା ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍ ବିଷୟରେ କଣ୍ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲା ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି? ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍ ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍ ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ! କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା