News18 Odia Digital
ମେଡ୍ରିଡ: ପତ୍ନୀଙ୍କୁ ଛାଡପତ୍ର ଦେବାକୁ ବ୍ୟବସାୟୀ ସ୍ୱାମୀ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ କୋର୍ଟ ମହିଳାଙ୍କ ପ୍ରତି ଉଚିତ ନ୍ୟାୟ କରିଥିଲେ। ଡିଭୋର୍ସ (Divorce) ଦେବା ସ୍ୱାମୀ ପାଇଁ ପଡିଛି ମହଙ୍ଗା। କାନମୁଣ୍ଡା ଆଉଁସି କ୍ଷତିପୂରଣ ଦେଇଛନ୍ତି । ଏଭଳି ଘଟଣା ଘଟିଛି ସ୍ପେନର ଏକ କୋର୍ଟରେ।
ସ୍ପେନ(Spain)ର ଏକ କୋର୍ଟ ୨୫ ବର୍ଷ ଧରି ବିନା ପଇସାରେ ଘର କାମ କରିଥିବା ପତ୍ନୀଙ୍କୁ କ୍ଷତିପୂରଣ ହିସାବରେ ୨୦୪,୦୦୦ ୟୁରୋ (ପ୍ରାୟ ୧.୭ କୋଟି ଟଙ୍କା) ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ମିଡିଆ ରିପୋର୍ଟ ଅନୁଯାୟୀ, ଛାଡପତ୍ର ପରେ ପତ୍ନୀ ଇଭାନା ମୋରାଲ ପରେ ଏହି ବିପୁଳ ପରିମାଣର ଅର୍ଥ ପାଇବାକୁ ଯାଉଛନ୍ତି। ମହିଳାଙ୍କ ସ୍ୱାମୀ ଜଣେ ବ୍ୟବସାୟୀ। ଇଭାନା ମୋରାଲ ୧୯୯୫ ରେ ତାଙ୍କ ସ୍ୱାମୀଙ୍କୁ ବିବାହ କରିଥିଲେ। ସେ ୨୦୨୦ରେ ଛାଡପତ୍ର ପାଇଁ ଆବେଦନ କରିଥିଲେ।
ସେମାନଙ୍କର ୨୫ ବର୍ଷର ବିବାହ ସମୟରେ, ମହିଳାଙ୍କ ସ୍ୱାମୀ ଏକ ସଫଳ ଜିମ୍ ବ୍ୟବସାୟ ନିର୍ମାଣ କରି ୭୦ ହେକ୍ଟର ଅଲିଭ୍ ତେଲ ଫାର୍ମ କିଣିଥିଲେ। ଯାହାର ମୂଲ୍ୟ ପ୍ରାୟ ୪ ଲକ୍ଷ ୟୁରୋ। ଏହା ସହିତ ସେ ନିଜର ସମ୍ପତ୍ତିକୁ ବହୁଗୁଣିତ କଲେ ଓ ବିଳାସପୂର୍ଣ୍ଣ କାର ଏବଂ ଅନ୍ୟାନ୍ୟ ଦାମୀ ଜିନିଷ କିଣିଲେ। ତାଙ୍କ ପତ୍ନୀ ମୋରାଲଙ୍କ ଅନୁଯାୟୀ ତାଙ୍କୁ କୌଣସି ଟଙ୍କା ଦିଆଯାଇନଥିଲା। ସେମାନଙ୍କ ବିବାହ ପୂର୍ବରୁ ମଧ୍ୟ ତାଙ୍କ ସ୍ୱାମୀ ତାଙ୍କୁ ଅଲଗା ଚୁକ୍ତି ସ୍ୱାକ୍ଷର କରିବାକୁ କହିଥିଲେ। ଯାହା ଅନୁଯାୟୀ ଛାଡପତ୍ର ସମୟରେ ତାଙ୍କର ସମସ୍ତ ଟଙ୍କା ତାଙ୍କ ପାଖରେ ରହିବ। ମହିଳା ଜଣକ ସାଧାରଣ ସମ୍ପତ୍ତିରେ କେବଳ ଏକ ଅଂଶର ଭାଗିଦାର ଥିଲେ।
ଶସ୍ତା ଓ ଶୁଦ୍ଧ ସୁନା କିଣିବାର ଆଜି ଶେଷ ମଉକା; କରନ୍ତୁନି ବିଳମ୍ୱଏହା ଏକ ଅପବ୍ୟବହାରର ମାମଲା ବୋଲି ମୋରଲ କହିଛନ୍ତି। ଛାଡପତ୍ର ପରେ ତାଙ୍କ ସ୍ୱାମୀ କିଛି ତାଙ୍କୁ ଦେଇନଥିଲେ। ଯେଉଁଥିପାଇଁ ସେ ଆର୍ଥିକ ଦୃଷ୍ଟିରୁ ସମ୍ପୂର୍ଣ୍ଣ ଭାବେ ବର୍ବାଦ ହୋଇଯାଇଥିଲେ। ଏପରିକି ସ୍ୱାମୀ ତାଙ୍କର ୨ଝିଅଙ୍କ ପାଇଁ ମଧ୍ୟ କିଛି ଦେଇ ନଥିଲେ। କୋର୍ଟକୁ ମାମଲା ଆସିବା ପରେ ବିଚାରପତି ମୋରାଲଙ୍କ ପୂର୍ବତନ ସ୍ୱାମୀଙ୍କୁ କ୍ଷତିପୂରଣ ଦେବା ସହିତ ମାସକୁ ୫୦୦ ୟୁରୋ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କୁ ୨୦ ଏବଂ ୧୪ ବର୍ଷ ବୟସର ଦୁଇ ଝିଅଙ୍କୁ ମାସକୁ ୪୦୦ ୟୁରୋ ଏବଂ ୬୦୦ ୟୁରୋ ଦେବାକୁ କୁହାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।