ମଣିଷ ନା ରାକ୍ଷସ? ନିଜ ମା’କୁ ମାରି ମୃତ ଦେହକୁ ୧,୦୦୦ ଖଣ୍ଡ କରି କାଟିଥିଲା ଓ ଖାଇଥିଲା ଏହି ଯୁବକ

Young Man Who Killed His Mother, Cut Her Body and Ate the Body Parts | ‘‘ହଁ, ମା’ ଏଇଠି ଅଛନ୍ତି । ସେ ମୃତ । ମୁଁ ଓ ମୋ’ କୁକୁର ମିଶି ତାଙ୍କୁ ଟିକେ ଟିକେ କରି ଖାଉଛୁ,’’ ପୋଲିସ ଅଧିକାରୀମାନଙ୍କୁ କହିଥିଲେ ଏହି ୨୮ ବର୍ଷୀୟ ଯୁବକ । ତାଙ୍କ ଘରେ ଫ୍ରିଜରେ ବିଭିନ୍ନ ପାତ୍ରରେ ତାଙ୍କ ମା’ଙ୍କ ଶରୀରର ଅନେକ ଅଂଶ ମିଳିଥିଲା ।

ହତ୍ୟାକାରୀ ପୁତ୍ର ଆଲବର୍ଟୋ ସାଞ୍ଚେଜ୍ ଗୋମେଜ୍ (ଫଟୋ: ଫେସବୁକ୍)

ହତ୍ୟାକାରୀ ପୁତ୍ର ଆଲବର୍ଟୋ ସାଞ୍ଚେଜ୍ ଗୋମେଜ୍ (ଫଟୋ: ଫେସବୁକ୍)

  • Share this:
News18 Odia Digital

ନୂଆ ଦିଲ୍ଲୀ: ବର୍ବରତାର ସୀମା ପାର୍‌ କରି ସ୍ପେନର ଜଣେ ୨୮ ବର୍ଷୀୟ ଯୁବକ ନିଜ ମା’ଙ୍କୁ ହତ୍ୟା କରି ମୃତ ଦେହକୁ ୧,୦୦୦ ଖଣ୍ଡରେ କାଟି ଦେଇଥିଲେ ଓ ତାକୁ ମଧ୍ୟାହ୍ନ ଭୋଜନ ବାକ୍ସରେ ରଖି ଖାଇଥିଲେ । ସେ ଗିରଫ ହେବା ପରେ କୋର୍ଟରେ ବିଚାରର ସାମନା କରିଥିଲେ (man kills mother cuts body into 1000 parts eats)।

ଆଲବର୍ଟୋ ସାଞ୍ଚେଜ୍ ଗୋମେଜ୍‌ (Alberto Sanchez Gomez) ନାମକ ଏହି ଯୁବକ ପୂର୍ବରୁ ଏକ ହୋଟେଲରେ ୱେଟର୍‌ ଭାବେ କାମ କରୁଥିଲେ, ମାତ୍ର ତା’ ପରେ ଅନେକ ଦିନ ବେକାର୍‌ ଥିଲେ । ସେ ନିଜ ମା’ଙ୍କ ମୃତ ଦେହର କେତେକ ଅଂଶ ନିଜ ପୋଷା କୁକୁରକୁ ବି ଖାଇବାକୁ ଦେଇଥିଲେ ବୋଲି ଇଂଲଣ୍ଡର ‘ଦ ସନ୍‌’ ଖବରକାଗଜରେ ପ୍ରକାଶିତ ରିପୋର୍ଟରେ କୁହାଯାଇଥିଲା । ଆଲବର୍ଟୋ ସ୍ପେନର ରାଜଧାନୀ ମାଡ୍ରିଡର ବାସିନ୍ଦା । କୋର୍ଟରେ ଆଲବର୍ଟୋଙ୍କ ଅପରାଧ ପାଇଁ ବିଚାର ଚାଲିଥିଲା ଓ ସେ ଜୁନ୍‌ ୨୦୨୧ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ତାଙ୍କୁ ୧୫ ବର୍ଷ କାରା ଦଣ୍ଡ ମିଳିଛି । ସେ ଏବେ ଜେଲରେ ଅଛନ୍ତି ।

ଏହା ବି ପଢ଼ନ୍ତୁ | ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃତ୍ୟୁ ରହସ୍ୟ: ସେ ପାଣିରେ ପଡ଼ିବା ଆଗରୁ ମୃତ୍ୟୁ ହୋଇଥିଲା; ତାଙ୍କ ସାଙ୍ଗ ହୋଟେଲରେ ଲୁଚିଥିଲେ

ଆଲବର୍ଟୋଙ୍କ ମା’ ମାରିଆ ସୋଲେଡାଡ୍‌ ଗୋମେଜଙ୍କୁ (Maria Soledad Gomez) ୨୦୧୯ରେ ମୃତ୍ୟୁ ବେଳେ ୬୮ ବର୍ଷ ବୟସ ହୋଇଥିଲା । ଆଲବର୍ଟୋ ୨୦୧୯ରେ ଗିରଫ ହେବା ବେଳେ ପୋଲିସ ଅଧିକାରୀଙ୍କୁ କହିଥିଲେ ଯେ ସେ ପାଖାପାଖି ୧୫ ଦିନ ଧରି ନିଜ ପୋଷା କୁକୁର ସହ ମିଶି ନିଜ ମା’ଙ୍କ ମୃତ ଦେହକୁ ଖଣ୍ଡ ଖଣ୍ଡ କରି ଖାଇଥିଲେ ।

ହତ୍ୟାକାରୀ ପୁତ୍ର ଆଲବର୍ଟୋ ସାଞ୍ଚେଜ୍ ଗୋମେଜ୍ (ଫଟୋ: ନ୍ୟୁଜ୍ ଫ୍ଲାଶ୍)


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଶାହରୁଖ ଖାନଙ୍କ ସାନ ପୁଅ ତାଙ୍କ ବଡ଼ ପୁଅ ଆର୍ୟନଙ୍କ ଅବୈଧ ସନ୍ତାନ? ଗୁଜବ ଉପରେ କହିଥିଲେ SRK

ମୃତା ମହିଳାଙ୍କ ହତ୍ୟା ବିଷୟରେ ସେତେବେଳେ ଜଣାପଡ଼ିଥିଲା ଯେତେବେଳେ ତାଙ୍କର ଜଣେ ବନ୍ଧୁ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ ଓ ପୋଲିସ ଅଧିକାରୀମାନେ ତା’ ଉପରେ ଅନୁସନ୍ଧାନ ଆରମ୍ଭ କରିଥିଲେ । ଫେବୃଆରୀ ୨୧, ୨୦୧୯ରେ ଯେତେବେଳେ ପୋଲିସ ଅଧିକାରୀମାନେ ଆଲବର୍ଟୋଙ୍କ ଘରେ ପହଞ୍ଚିଥିଲେ, ସେ କହିଥିଲେ ଯେ ତାଙ୍କ ମା’ ଘରେ ଅଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମୋବାଇଲ୍ଫୋନ୍ହେଲା କାଳ; ଗେମ୍ଖେଳିବାକୁ ଦେବାରୁ ଫ୍ୟାନରେ ଝୁଲି ଆତ୍ମହତ୍ୟା କଲା ଅଷ୍ଟମ ଶ୍ରେଣୀ ଛାତ୍ର

‘‘ହଁ, ମା’ ଏଇଠି ଅଛନ୍ତି । ସେ ମୃତ । ମୁଁ ଓ ମୋ’ କୁକୁର ମିଶି ତାଙ୍କୁ ଟିକେ ଟିକେ କରି ଖାଉଛୁ,’’ ପୋଲିସ ଅଧିକାରୀମାନଙ୍କୁ କହିଥିଲେ ଆଲବର୍ଟୋ ।

ପୋଲିସ ଅଧିକାରୀମାନେ କୋର୍ଟରେ କହିଥିଲେ ଯେ ଆଲବର୍ଟୋଙ୍କ ଘରେ ଥିବା ଫ୍ରିଜରେ ବିଭିନ୍ନ ପାତ୍ରରେ ତାଙ୍କ ମା’ ମାରିଆଙ୍କ ଶରୀରର କିଛି ଅଂଶ ସେମାନେ ପାଇଥିଲେ । ତାଙ୍କ ହାଡ଼ଗୁଡ଼ିକୁ ଡ୍ରୟାରରେ ରଖାଯାଇଥିଲା ବୋଲି ସେମାନେ କହିଥିଲେ ।

ନିଜ ପୋଷା କୁକୁର ସହ ଆଲବର୍ଟୋ ସାଞ୍ଚେଜ୍ ଗୋମେଜ୍ (ଫଟୋ: ଫେସବୁକ୍)


ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ରମାଦେବୀ କଲେଜର ଛାତ୍ରୀ ଝରାଫୁଲଙ୍କୁ ହୋଟେଲ୍‌କୁ ନେଇ ମଦ ପିଆଇବା ପରେ ଅଣନିଶ୍ୱାସୀ କରି ମାରିଥିଲା ସେହି ‘ବନ୍ଧୁ’

ଫେବୃଆରୀ ୨୦୧୯ର ଆରମ୍ଭରେ ଗୋଟିଏ ଯୁକ୍ତିତର୍କ ପରେ ଆଲବର୍ଟୋ ନିଜ ମା’ଙ୍କୁ ଗଳା ଚିପି ହତ୍ୟା କରିଥିବା ଜଣାପଡ଼ିଥିଲା । ପୋଲିସର ତଦନ୍ତ ଅନୁସାରେ ସେ ମା’ଙ୍କ ଶବକୁ ବେଡ ରୁମକୁ ନେଇଥିଲେ ଓ ବିଛଣା ଉପରେ ରଖିଥିଲେ । ତା’ ପରେ ମୃତ ଦେହକୁ ଅଦୃଶ୍ୟ କରିଦେବା ଉଦ୍ଦେଶ୍ୟରେ ଗୋଟିଏ କରତ ଓ ଦୁଇଟି ରୋଷେଇ-ଘର ଛୁରୀ ବ୍ୟବହାର କରି ତାକୁ ଖଣ୍ଡ ଖଣ୍ଡ କରି କାଟି ଦେଇଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଓଡି଼ଶାର ସର୍ବପୁରାତନ ଶ୍ରୀ ରାମ ମନ୍ଦିର ଅଛି କେନ୍ଦୁଝର ଜିଲ୍ଲାର ବୀରଗୋବିନ୍ଦପୁରରେ; କେମିତି ଅଛି?

‘‘ନିଜ ମା’ଙ୍କ ମୃତ ଦେହକୁ କାଟି ଦେବା ପରେ ସେ ପ୍ରାୟ ୧୫ ଦିନ ଧରି ସମୟ ସମୟରେ ସେଥିରୁ ଖଣ୍ଡେ ଖଣ୍ଡେ ଖାଇଥିଲେ । ମୃତ ଦେହର କିଛି ଅଂଶକୁ ବିଭିନ୍ନ ପାତ୍ରରେ ଓ ଫ୍ରିଜରେ ରଖିଥିଲେ ଓ କେତେକ ଅଂଶକୁ ପ୍ଲାଷ୍ଟିକ୍ ବ୍ୟାଗରେ ଭରି ଫିଙ୍ଗିଦେଇଥିଲେ,’’ ପୋଲିସର ରିପୋର୍ଟରେ କୁହାଯାଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ସମ୍ବଲପୁରରେ ରାସ୍ତାରେ ସ୍ତ୍ରୀ ସ୍ୱାମୀକୁ ଚପଲରେ ପିଟିଲା, କହିଲା, ‘‘ହାରମଜାଦା, ତତେ ମୁଁ ହାଣିଦେବି’’

ଆଲବର୍ଟୋ ଏପ୍ରିଲ୍‌ ୨୦୨୧ରେ କୋର୍ଟରେ ଶୁଣାଣି ବେଳେ ସ୍ୱୀକାର କରିଥିଲେ ଯେ ସେ ନିଜ ମାଆଙ୍କୁ ହତ୍ୟା କରିବା ପାଇଁ ଅନେକ ସ୍ୱର ତାଙ୍କୁ କହୁଥିବା ଶୁଣିଥିଲେ । ସେ କହିଥିଲେ ଯେ ଟିଭି ଦେଖିବା ସମୟରେ ସେ ଏହି ସ୍ୱରଗୁଡ଼ିକୁ ଶୁଣିଥିଲେ ।



‘‘ସେମାନେ ପଡ଼ୋଶୀ, ପରିଚିତ ଓ ସେଲିବ୍ରିଟିମାନଙ୍କ ସ୍ୱର ଥିଲେ,’’ ସେ କହିଥିଲେ । ହେଲେ ସେ ନିଜ ମା’ଙ୍କୁ ଆକ୍ରମଣ କରିଥିବା, କାଟିଥିବା ବା ଖାଇଥିବା ତାଙ୍କର ମନେ ନାହିଁ ବୋଲି ସେ କହିଥିଲେ । ଆଲବର୍ଟୋଙ୍କର ମାନସିକ ରୋଗ ପାଇଁ ପରୀକ୍ଷା ବି କରାଯାଇଥିଲା, ହେଲେ ତା’ର ରିପୋର୍ଟ ଆସି ନ ଥିଲା ।
Published by:Anand S.T. Das
First published: