Telangana: ବ୍ୟାନ ହେବା ସତ୍ତ୍ବେ ମାଞ୍ଜା ସୂତା ଯୋଗୁଁ ଚାଲିଗଲା ଆଉ ଜଣେ ବ୍ୟକ୍ତିଙ୍କ ଜୀବନ

ମୃତ୍ୟୁ ପୂର୍ବରୁ ଭୀମା ନିଜ ପତ୍ନୀ ସହ ଏକ ମୋଟରସାଇକେଲରେ ଯାଉଥିଲେ। ହଠାତ୍ ମାଞ୍ଜା ସୂତାରେ ତାଙ୍କ ବେକ କଟିଯିବାରୁ ଭୀଷଣ ରକ୍ତସ୍ରାବ ହୋଇଥିଲା । ଯାହା ଦ୍ବାରା ଭୀମା ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲା।

ବ୍ୟାନ ହେବା ସତ୍ତ୍ବେ ମାଞ୍ଜା ସୂତ ଯୋଗୁଁ ଚାଲିଗଲା ଆଉ ଜଣେ ବ୍ୟକ୍ତିଙ୍କ ଜୀବନ

ବ୍ୟାନ ହେବା ସତ୍ତ୍ବେ ମାଞ୍ଜା ସୂତ ଯୋଗୁଁ ଚାଲିଗଲା ଆଉ ଜଣେ ବ୍ୟକ୍ତିଙ୍କ ଜୀବନ

  • Share this:
News18 Odia Digital

ହାଇଦ୍ରାବାଦ: ପୁଣି ମାଞ୍ଜା ସୂତା ଦ୍ବାରା ଆଉ ଜଣେ ନିରହ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଛି। ଏହି ଘଟଣା ଶନିବାର ତେଲେଙ୍ଗାନାର ମାନଚେରିଆ ଜିଲ୍ଲାରେ ଘଟିଛି। ନିଜ ବାଇକରେ ସମ୍ପର୍କୀୟଙ୍କୁ ଭେଟିବାକୁ ଯାଉଥିବାବେଳେ ବ୍ୟାନ ହୋଇଥିବା ମାଞ୍ଜା ସୂତା ଦ୍ୱାରା ଗଳା କଟିଯିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା।

ମୃତ୍ୟୁ ପୂର୍ବରୁ ଭୀମା ତାଙ୍କ ପତ୍ନୀଙ୍କ ସହ ଏକ ମୋଟରସାଇକେଲରେ ଯାଉଥିଲେ। ହଠାତ୍ ମାଞ୍ଜା ସୂତାରେ ତାଙ୍କ ବେକ କଟିଯିବାରୁ ଭୀଷଣ ରକ୍ତସ୍ରାବ ହୋଇଥିଲା । ଯାହା ଦ୍ବାରା ଭୀମା ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲା।

ତାଙ୍କ ପତ୍ନୀ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ବଞ୍ଚାଇ ପାରିନଥିଲେ। ତେବେ ସେ ମଧ୍ୟ ଆହତ ହୋଇଥିଲେ। ମକର ସଂକ୍ରାନ୍ତୀ ପର୍ବ ସମୟରେ ମଞ୍ଚେରିଆଲ୍ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏକ ମାମଲା ରୁଜୁ ହୋଇଛି ଓ ବର୍ତ୍ତମାନ ତଦନ୍ତ ଚାଲିଛି।

ନାଇଲନ୍ ସୂତା ଉପରେ ସମୁଦାୟ ନିଷେଧ

ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍ ସମଗ୍ର ଦେଶରେ ସଂକ୍ରାନ୍ତୀ ଫେଷ୍ଟିଭାଲ୍ ସମୟରେ ଗୁଡ଼ି ଉଡ଼ାଣରେ ନାଇଲନ୍ କିମ୍ବା ସିନ୍ଥେଟିକ୍ ଥ୍ରେଡ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛି । ପକ୍ଷୀ ତଥା ମଣିଷକୁ ବଞ୍ଚାଇବା ପାଇଁ ମାଞ୍ଜାର କ୍ରୟ, ଷ୍ଟକ୍, ବିକ୍ରୟ ଓ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିବାକୁ ତେଲେଙ୍ଗାନା ବନ ବିଭାଗ ନିର୍ଦ୍ଦେଶ ଜାରି କରିଛି।

ହାଇଦ୍ରାବାଦ ଓ ସିକନ୍ଦରାବାଦ ଓ ଏହାର ଆଖପାଖରେ ଥିବା ସଂକ୍ରାନ୍ତୀ ପର୍ବ ୨୦୨୨ ସମୟରେ ସିନ୍ଥେଟିକ୍ ମାଞ୍ଜାର ବିକ୍ରୟ ଓ କ୍ରୟ ଯାଞ୍ଚ କରିବା ପାଇଁ ଜିଲ୍ଲାରେ ସମାନ ମୋବାଇଲ୍ ସ୍କାଡ୍ ଗଠନ କରାଯାଇଛି । ନିଷେଧାଦେଶ କାର୍ଯ୍ୟକାରୀ କରିବା ପାଇଁ ସମ୍ପୃକ୍ତ ଜିଲ୍ଲା ବନ ଅଧିକାରୀଙ୍କ ଦ୍ବାରା ମୋବାଇଲ୍ ପାର୍ଟି ଗଠନ କରାଯାଇଛି ଓ ଏକ ସଚେତନତା ଅଭିଯାନ ମଧ୍ୟ ଆରମ୍ଭ କରାଯାଇଛି।
Published by:Lipina Das
First published: