News18 Odia Digital
ବରେଲି: ଭାଉଜ ଓ ଦିଅରଙ୍କ ମଧ୍ୟରେ ଥିବା ସମ୍ପର୍କ ପବିତ୍ର ହୋଇଥାଏ । ଭାଉଜଙ୍କର ଦିଅରଙ୍କ ପ୍ରତି ସ୍ନେହ ଥାଏ ଓ ଦିଅରଙ୍କର ନିଜ ଭାଉଜଙ୍କ ପ୍ରତି ରହିଥାଏ ସମ୍ମାନ । ହେଲେ କେବେ କେବେ ଏହି ପବିତ୍ର ସମ୍ପର୍କରେ କଳୁଷତା ଆସିଯାଏ । ଏମିତି ଏକ ଘଟଣାରେ ଜଣେ ଦିଅର ନିଜ ଭାଉଜ ପ୍ରତି ଯୌନ ଆକର୍ଷଣ ଅନୁଭବ କରି ଶେଷରେ ତାଙ୍କୁ ହତ୍ୟା କରିଦେଇଥିବା ଜଣାପଡ଼ିଛି ।
ଏହି ଲୋମହର୍ଷକ ଘଟଣା ଘଟିଛି ଉତ୍ତର ପ୍ରଦେଶର ବରେଲି ଜିଲ୍ଲାର ସୁଭାଷ ନଗର ଥାନା ଅଞ୍ଚଳରେ । ସେଠାରେ ଶାନ୍ତି ବିହାର କଲୋନୀରେ ଗତ ମାସ ଘଟିଥିବା ବିନିତା ସାକ୍ସେନା ନାମକ ଜଣେ ମହିଳାଙ୍କ ହତ୍ୟାର କାରଣ ଏବେ ସାମନାକୁ ଆସିଛି । ପୋଲିସ ବିନିତା ହତ୍ୟା ମାମଲାର ପର୍ଦ୍ଦାଫାସ କରିବା ପରେ ପରିବାର ଲୋକଙ୍କ ସମେତ ପଡ଼ୋଶୀମାନେ ଚକିତ ହୋଇଯାଇଛନ୍ତି । ହତ୍ୟାକାଣ୍ଡ ଏକ ସମ୍ପୂର୍ଣ୍ଣ ଅନୈତିକ ସମ୍ପର୍କ ଯୋଗୁଁ ଘଟିଥିଲା । ଅଭିଯୁକ୍ତ ଯୁବକ ଆକାଶ ସାକ୍ସେନା ନିଜ ଭାଉଜଙ୍କ ସହ ଦୈହିକ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିବା ବେଳେ ଏହି ହତ୍ୟାକାଣ୍ଡ ଘଟିଥିବା ସ୍ପଷ୍ଟ ହୋଇଥିଲା ।
ଏହା ବି ପଢ଼ନ୍ତୁ | T20 WC: Ind Vs SCO: ଭାରତ ପାଇଲା ସବୁଠୁ ବଡ଼ ବିଜୟ; ସ୍କଟଲ୍ୟାଣ୍ଡକୁ ମାତ୍ର ୩୯ ବଲରେ ହରେଇଲାନିଜ ଭାଇଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଘରେ ଏକାକୀ ଥିବା ଭାଉଜ ସହିତ ଶାରୀରିକ ସମ୍ପର୍କ ରଖିବାକୁ ସେ ଚେଷ୍ଟା କରିବା ବେଳେ ମହିଳା ବିରୋଧ କରିଥିଲେ । ଯୌନ ଇଚ୍ଛାରେ ଅନ୍ଧ ହୋଇଯାଇଥିବା ଦିଅର ନିଜ ଭାଉଜକୁ ଏକ ପଥରରେ ଛେଚି ହତ୍ୟା କରିଥିଲା ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଛି ।

ଗିରଫ ହୋଇଥିବା ଦିଅର ଆକାଶ ସାକ୍ସେନା
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଏହି ଅଙ୍ଗନବାଡି଼ ଦିଦିଙ୍କର ୪ କୋଟି ଟଙ୍କାରୁ ଅଧିକର ସମ୍ପତ୍ତି! କେମିତି କୋଟିପତି ହେଲେ ସେ?ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଏହି ଘଟଣା ସମୟରେ ବିନିତାଙ୍କ ଛଅ ବର୍ଷର ଝିଅଟି ବି ସେଇଠି ଉପସ୍ଥିତ ଥିଲା । କିନ୍ତୁ ଅଭିଯୁକ୍ତ ଏଥି ପ୍ରତି ଧ୍ୟାନ ଦେଇ ନ ଥିଲା । ପରେ ତଦନ୍ତ ସମୟରେ ନିରୀହା ଝିଅଟି ପୋଲିସକୁ ନିଜ ଦାଦାଙ୍କ ଦୁଷ୍କର୍ମ ବିଷୟରେ କହିଥିଲା । ପୋଲିସ ସେହି କୁନି ଝିଅଟିର ବୟାନକୁ ଭିତ୍ତି କରି ତଦନ୍ତ ଆଗକୁ ବଢ଼େଇଥିଲା । ପରେ ହତ୍ୟାରେ ଅଭିଯୁକ୍ତ ଦିଅରର ସମ୍ପୃକ୍ତି ଧରାପଡିଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | Virat Kohli: ଖାଲି କ୍ରିକେଟ୍ ନୁହେଁ, ଲୁକ୍ ଓ ଫ୍ୟାଶନ ଦୃଷ୍ଟିରୁ ବି ଆଗରେ ରହନ୍ତି ବିରାଟ କୋହଲିପୋଲିସ ହାଜତକୁ ଆସିବା ପରେ ଅଭିଯୁକ୍ତ ଦିଅର ଆକାଶ ନିଜ ଅପରାଧ ସ୍ୱୀକାର କରିଛି । ଭାଉଜ ସହିତ ଅନୈତିକ ସମ୍ପର୍କ ରଖିବାକୁ ସେ ଚେଷ୍ଟା କରିବା ବେଳେ ଭାଉଜ ମନା କରିବାରୁ ଓ ବିରୋଧ କରିବାରୁ ସେ ତାଙ୍କୁ ଏକ ପଥରରେ ପିଟିପିଟି ହତ୍ୟା କରିଥିବା ପୋଲିସ ନିକଟରେ ସ୍ୱୀକାର କରିଛି । ପୋଲିସର ସୂଚନା ଅନୁସାରେ ଘଟଣା ଘଟିଥିବା ସମୟରେ ସେଇଠି ଥିବା ମୃତା ଭାଉଜ ବିନିତାଙ୍କ ଛଅ ବର୍ଷର ନିରୀହା ଝିଅ ନିଜ ଦାଦା ଆକାଶଙ୍କ ବିଷୟରେ ପୋଲିସକୁ କହିଥିଲା । କୁନି ଝିଅଟି ପୋଲିସକୁ କହିଥିଲା ଯେ ଆକାଶ ତା’ ମାକୁ ହତ୍ୟା କରିଛି । ଏହି ବୟାନ ଆଧାରରେ ଅଭିଯୁକ୍ତ ଆକାଶକୁ ଗିରଫ କରାଯାଇ ଜେରା କରାଯାଇଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIRAL VIDEO | ଶାହରୁଖ ଖାନଙ୍କ ଏହି କଥାରେ ହସିଉଠିଥିଲେ ଅମିତାଭ ବଚ୍ଚନ; ଅଭିଷେକଙ୍କ ବିଷୟରେ ଥିଲା କଥାଟିବିନିତାଙ୍କ ମୃତ୍ୟୁ ପରେ ତାଙ୍କ ବାପଘର ଲୋକେ ତାଙ୍କ ଶାଶୁଘର ଲୋକଙ୍କ ବିରୋଧରେ ଏକ ହତ୍ୟା ମାମଲା ଦାୟର କରିଥିଲେ । ତେବେ ଘଟଣା ପରେ ହତ୍ୟାକାରୀ ଆକାଶ ଘରୁ ପଳାଇ ଯାଇଥିଲା । ପଚରାଉଚରା ବେଳେ ଅଭିଯୁକ୍ତ ଆକାଶ ସାକ୍ସେନା ଭିନିତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | PM Modi@LoC: ସୈନ୍ୟମାନଙ୍କ ସହ ଦୀପାବଳୀ ପାଳନ କଲେ ମୋଦି; ସର୍ଜିକାଲ୍ ଷ୍ଟ୍ରାଇକ୍ କଥା କହିଲେଆକାଶ ସାକ୍ସେନା କହିଛି ଯେ ଅଗଷ୍ଟ ମାସରେ ତାଙ୍କ ଭାଇ ଚାକିରି ପାଇଁ ହରିୟାଣା ଯାଇଥିଲେ । ତା’ପରେ ସେ ତାଙ୍କ ଭାଉଜଙ୍କ ଘରେ ଏକୁଟିଆ ପାଇଲେ ଓ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କଲେ। ଆକାଶ ବାରମ୍ବାର ଏହି ଚେଷ୍ଟା କରିବା ସତ୍ତ୍ୱେ ବିନିତା ଏହାକୁ ବିରୋଧ କରିଥିଲେ । ତେଣୁ ଆକାଶଙ୍କୁ ଖୁବ୍ ଖରାପ ଲାଗିଥିଲା । ଏହାର ପ୍ରତିଶୋଧ ନେଇ ସେ ଭାଉଜ ବିନିତାଙ୍କୁ ଏକ ପଥରରେ ଛେଚି ହତ୍ୟା କରିବା ପରେ ଘରୁ ପଳାଇ ଯାଇଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଭୁବନେଶ୍ୱରରେ ନିଶାମୁକ୍ତି ନାଁରେ ଯୁବକକୁ ପିଟିପିଟି ହତ୍ୟା କରିଥିଲେ; କେନ୍ଦ୍ରର ମାଲିକ ଧରାପଡ଼ିଲା‘‘ଶାନ୍ତି ବିହାର କଲୋନୀରେ ଘଟିଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ତାଙ୍କ ବାପଘର ଲୋକେ ଏକ ହତ୍ୟା ମାମଲା ରୁଜୁ କରିଥିଲେ । ଉକ୍ତ ମହିଳାଙ୍କ ଦିଅର ଆକାଶଙ୍କୁ ଗିରଫ କରି ଓ ଜେଲ ପଠାଯାଇଛି । ସେ ନିଜ ଦୋଷ ସ୍ୱାକୀର କରିଛନ୍ତି,’’ କହିଛନ୍ତି ବରେଲିର ଏସ୍.ପି. (ସିଟି) ରବିନ୍ଦ୍ର କୁମାର ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।