ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଝିଅ ପ୍ରେମ ବିବାହ କରିବାରୁ ତା’ ବାପା ନିଜେ ତାକୁ ହତ୍ୟା କଲା, ଶବକୁ କେନାଲରେ ଫିଙ୍ଗିଦେଲା

ଝିଅ ପ୍ରେମ ବିବାହ କରିବାରୁ ତା’ ବାପା ନିଜେ ତାକୁ ହତ୍ୟା କଲା, ଶବକୁ କେନାଲରେ ଫିଙ୍ଗିଦେଲା

Man kills daughter after her love marriage | ଝିଅଟିର ହତ୍ୟା ହେବା ପୂର୍ବରୁ ସେ ରେକର୍ଡ଼ କରିଥିବା ଏକ ଭିଡିଓ ବି ସାମ୍ନାକୁ ଆସିଛି । ଏଥିରେ ଝିଅଟି ନିଜ ମୃତ୍ୟୁ ପାଇଁ ତା’ ବାପା, ତାଙ୍କ ବନ୍ଧୁ ଓ ଭାଇ ଦାୟୀ ବୋଲି କହିଛି ।

ଝିଅ ପ୍ରେମ ବିବାହ କରିବାରୁ ତା’ ବାପା ନିଜେ ତାକୁ ହତ୍ୟା କଲା, ଶବକୁ କେନାଲରେ ଫିଙ୍ଗିଦେଲା
ଏହି ଝିଅଟିକୁ ତା’ ବାପା ହତ୍ୟା କରିଛନ୍ତି ।
  • News18 Odia
  • Last Updated: August 5, 2021, 2:16 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସୋନିପତ: ପ୍ରେମ ବିବାହକୁ ନେଇ ଏବେ ବି ଭାରତୀୟ ସମାଜରେ ଥିବା ଦ୍ୱନ୍ଦ୍ୱ ବେଳେବେଳେ ଭୀଷଣ ହିଂସାତ୍ମକ ଘଟଣା (honour killing) ରୂପେ ପ୍ରକାଶ ପାଉଛି । ପରିବାରର ବିନା ଅନୁମତି ଓ ସହମତିରେ କୌଣସି ଝିଅ ଯଦି ପ୍ରେମ ବିବାହ କରୁଛି ତ ତାକୁ ଓ ତା’ ପତିକୁ ଅସହ୍ୟ ଯନ୍ତ୍ରଣା ଭୋଗିବାକୁ ପଡୁଛି । ନିଜେ ବାପା ଏଥି ପାଇଁ ନିଜ ଝିଅକୁ ହତ୍ୟା କରିବା ଘଟଣା କମ୍‌ ଦେଖିବାକୁ ମିଳୁଥିଲେ ବି ଏମିତି ଏକ ଘଟଣା ନିକଟରେ ଘଟିଯାଇଛି ।

ନିଜେ ପିତା ହିଁ ପ୍ରେମ ବିବାହ କରିଥିବା ଝିଅର ଗଳା କାଟି ହତ୍ୟା କରିଛି ଓ ତା’ ମୃତ ଦେହକୁ ଏକ କେନାଲରେ ଫିଙ୍ଗିଦେଇଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଜଘନ୍ୟ କାଣ୍ଡ ଘଟିଛି ହରିୟାଣାର ସୋନିପତ ଜିଲ୍ଲାରେ । ସେଠାକାର ମାକିନପୁର ଗାଁରେ ପ୍ରେମ କରିବା ପରେ ବିବାହ କରିଥିବା ଏହି ଯୁବତୀଙ୍କୁ ତାଙ୍କ ପିତା ହିଁ ନୃଶଂସ ଭାବେ ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମୟୂରଭଞ୍ଜ: ବାଙ୍ଗିରିପୋଷି ଘାଟିରେ ସିରିଜ୍ ଦୁର୍ଘଟଣା ହେଲା; ଟ୍ରକ୍ ଭାରସାମ୍ୟ ହରେଇ ୫ଟି ଗାଡ଼ିକୁ ପିଟିଲା

ପୋଲିସ ଝିଅଟିର ବାପାଙ୍କୁ ଗିରଫ କରିଛି । ଅଭିଯୁକ୍ତ ବାପା ବିଜୟପାଲ ମାକିନପୁର ଗାଁର ବାସିନ୍ଦା । ଝିଅଟିର ହତ୍ୟା ପୂର୍ବରୁ ରେକର୍ଡ଼ ହୋଇଥିବା ଏକ ଭିଡିଓ ବି ସାମ୍ନାକୁ ଆସିଛି ଯେଉଁଥିରେ ଝିଅଟି ନିଜ ମୃତ୍ୟୁ ପାଇଁ ତା’ ବାପା, ତାଙ୍କର ଜଣେ ବନ୍ଧୁ ଓ ଭାଇ ଦାୟୀ ବୋଲି କହିଛି । ପୋଲିସ ଅଭିଯୁକ୍ତ ବାପାକୁ କୋର୍ଟରେ ହାଜର କରାଇବା ପରେ ରିମାଣ୍ଡରେ ନେଇଛି ।

ଏହା ବି ପଢ଼ନ୍ତୁ | ଅଗଷ୍ଟ ୧୬ରୁ ଖୋଲିବ ଶ୍ରୀମନ୍ଦିର, ହେଲେ କରୋନା ସଂକ୍ରମଣ ସ୍ଥିତି ଯୋଗୁଁ କିଛି କଟକଣା ରହିବ

ମିଳିଥିବା ସୂଚନା ଅନୁଯାୟୀ ମାକିନପୁରର ଏହି ଝିଅଟି ନଭେମ୍ବର ୨୦୨୦ରେ ମେରୁପୁର ଗାଁର ବାସନ୍ଦା ଜଣେ ଯୁବକ ସହ ମୀରଟରେ ପ୍ରେମ ବିବାହ କରିଥିଲା । ନିଜ ପତି ସହ ସେ ସେଠାରେ ହିଁ ରହୁଥିଲା । ହେଲେ କିଛି ଦିନ ତଳେ ତାକୁ ତା’ ପରିବାର ଲୋକେ ନେଇଆସିଥିଲେ ଓ ଥାନାରେ ତା’ ସ୍ୱାମୀ ବିରୁଦ୍ଧରେ ଏକ ଅପହରଣ ମାମଲା ରୁଜୁ କରିଥିଲେ । ହେଲେ ତା’ ସ୍ୱାମୀ ତାକୁ ଫୋନ୍‌ କରିବାରୁ ଝିଅଟିର ପରିବାର ଲୋକେ ତା’ ସହ କଥା କରାଇଦେଉ ନ ଥିଲେ ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ ପୁଣି ହେବ ଲକ୍‌ଡାଉନ୍! ନବୀନ କହିଲେ ଲୋକେ ସତର୍କ ନ ହେଲେ ସରକାର ପୁଣି ଲକ୍‌ଡାଉନ୍ ଜାରି କରିବେ

ଝିଅର ବାପା ଅଭିଯୁକ୍ତ ବିଜୟପାଲ ପୋଲିସ ନିକଟରେ ସ୍ୱୀକାର କରିଛନ୍ତି ଯେ ସେ ନିଜ ଝିଅକୁ ହତ୍ୟା କରି ତା’ ଶବକୁ ଗୋଟିଏ କେନାଲରେ ଫିଙ୍ଗି ଦେଇଛନ୍ତି । ପୋଲିସ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି ।

ଏହା ବି ପଢ଼ନ୍ତୁ | ବନ ଅଧିକାରୀ ସୌମ୍ୟଙ୍କ ମୃତ୍ୟୁ: ବିଦ୍ୟାଙ୍କୁ ୫ ଘଣ୍ଟା ଜେରାରୁ ମିଳିଲାନି ବିଶେଷ କିଛି; ମୋବାଇଲରେ ଫଟୋର ରହସ୍ୟ କ’ଣ?

‘‘ଝିଅଟିକୁ ଅପହରଣ କରାଯାଇଥିବା ଅଭିଯୋଗ ତା’ ସ୍ୱାମୀ କରିଥିଲେ । ସେ ଅଭିଯୋଗ କରି କହିଥିଲେ ଯେ ସେ ତାଙ୍କ ପତ୍ନୀଙ୍କ ସହ କଥା ହେବାକୁ ଚାହାଁନ୍ତି, କିନ୍ତୁ ତାଙ୍କ ସହ କଥାବାର୍ତ୍ତା ତାଙ୍କ ଘର ଲୋକେ କରାଇ ଦେଉନାହାଁନ୍ତି । ତାଙ୍କ ପତ୍ନୀଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ସେ ସନ୍ଦେହ କରୁଛନ୍ତି । ଏହି ଅଭିଯୋଗ ମିଳିବା ପରେ ଆମେ ତଦନ୍ତ କଲୁ ଓ ମାକିନପୁର ଗାଁର ଅଭିଯୁକ୍ତ ବିଜୟ ପାଲଙ୍କୁ ଗିରଫ କଲୁ,’’ ଏହି ଘଟଣାର ତଦନ୍ତ କରୁଥିବା ଥାନାର ଅଧିକାରୀ ବିଜୟନ୍ଦର କୁମାର କହିଛନ୍ତି ।



ପୋଲିସ ଅଧିକାରୀ ଏହା ବି କହିଛନ୍ତି ଯେ ଅଭିଯୁକ୍ତ ବାପା ସ୍ୱୀକାର କରିଛନ୍ତି ଯେ ସେ ନିଜ ଝିଅର ଗଳା କାଟି ତାକୁ ହତ୍ୟା କରିବା ପରେ ତା’ ମୃତ ଦେହକୁ ଗଙ୍ଗା କେନାଲରେ ଫିଙ୍ଗି ଦେଇଥିଲେ । ଏ ପର୍ଯ୍ୟନ୍ତ ଝିଅଟିର ଶବ ପୋଲିସକୁ ମିଳି ନାହିଁ ।
Published by: Anand ST Das
First published: August 4, 2021, 11:44 PM IST