ମାତ୍ର ୭୦ ଟଙ୍କାର କଣ୍ଡୋମ୍ କିଣିବାକୁ ଯାଇ ଏହି ବ୍ୟକ୍ତି ହରେଇଲେ ୩ ଲକ୍ଷ ଟଙ୍କାରୁ ଅଧିକ

ଯେଉଁ ବ୍ୟକ୍ତି ଟଙ୍କା ହରେଇଛନ୍ତି ସେ ଜଣେ ଏୟାର ଫୋର୍ସ କର୍ମଚାରୀ । ସେ କହିଛନ୍ତି ଯେ ସେ ଡାକ ଘରୁ ୩ ଲକ୍ଷ ୧୦ ହଜାର ଟଙ୍କା ଉଠାଇଥିଲେ । ପୋଲିସ ତଦନ୍ତ କରିବା ଆରମ୍ଭ କରିଛି ।

ମାତ୍ର ୭୦ ଟଙ୍କାର କଣ୍ଡୋମ୍ କିଣିବାକୁ ଯାଇ ଏହି ବ୍ୟକ୍ତି ହରେଇଲେ ୩ ଲକ୍ଷ ଟଙ୍କାରୁ ଅଧିକ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: February 26, 2021, 9:45 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭାଗଲପୁର: ଛୋଟ ଛୋଟ କାରଣରୁ ବେଳେବେଳେ ବଡ଼ ବଡ଼ କ୍ଷତି ହୋଇଯାଏ । ଜଣେ ବ୍ୟକ୍ତି ମାତ୍ର ୭୦ ଟଙ୍କାର କଣ୍ଡୋମ୍‌ କିଣିବାକୁ ଯାଇ ତିନି ଲକ୍ଷ ଟଙ୍କାରୁ ଅଧିକ ହରାଇଛନ୍ତି । ଏହି ଖବର ଲୋକଙ୍କୁ ବିସ୍ମିତ କରିଛି ।

ଘଟଣା ଘଟିଛି ବିହାରର ଭାଗଲପୁରରେ । ସୂଚନା ଅନୁଯାୟୀ ଯେତେବେଳେ ବ୍ୟକ୍ତି ଜଣକ ନିଜ ସ୍କୁଟିକୁ ଏକ ମେଡିକାଲ୍ ଷ୍ଟୋର୍‌ ସାମନାରେ ଠିଆ କରି ଦୋକାନକୁ କଣ୍ଡୋମ୍‌ କିଣିବାକୁ ଯାଇଥିଲେ, ସେତେବେଳେ ସ୍କୁଟିର ଚାବିଟିକୁ ସାଙ୍ଗରେ ନେଇଯିବାକୁ ଭୁଲି ଯାଇଥିଲେ । ଏହି ସମୟରେ କେହି ଜଣେ ଆସି ସେହି ଚାବିରେ ସ୍କୁଟିର ଡିକ୍କି ଖୋଲି ତା’ ଭିତରେ ଏକ ବ୍ୟାଗରେ ରଖାଯାଇଥିବା ତିନି ଲକ୍ଷ ଟଙ୍କାରୁ ଅଧିକ ରାଶି ବାହାର କରିନେଇଥିଲେ । ଚୋର ଚାବିଟିକୁ ଟ୍ରଙ୍କରେ ଛାଡ଼ି ପଳାଇଥିଲା ।

ଏହା ବି ପଢ଼ନ୍ତୁ | ମୁକେଶ ଅମ୍ବାନୀଙ୍କ ଘର ନିକଟରେ ବିସ୍ଫୋରକ ସାମଗ୍ରୀ ସହିତ କାର୍ ଜବତ; ତଦନ୍ତ ଜାରି

ଯେତେବେଳେ ବ୍ୟକ୍ତି ଜଣକ ସ୍କୁଟି ପାଖକୁ ଫେରିଲେ, ସେ ଚାବିଟିକୁ ସ୍କୁଟିର ଡିକ୍କିରେ ଲାଗିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସେ ଯେତେବେଳେ ଡିକ୍କି ଖୋଲିଲେ ତ ଦେଖିଲେ ବ୍ୟାଗ୍‌ ଭିତରେ ଥିବା ତିନି ଲକ୍ଷରୁ ଅଧିକ ଟଙ୍କା ନାହିଁ । ପୀଡିତ ଯୁବକ ତୁରନ୍ତ ଫୋନ୍‌ କରି ପୋଲିସ ଷ୍ଟେସନକୁ ଏହାର ସୂଚନା ଦେଇଥିଲେ । ତଦନ୍ତ ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପ୍ରେମିକର ବ୍ଲାକମେଲ୍ ଯୋଗୁଁ ୧୭ ବର୍ଷୀୟା ଛାତ୍ରୀ ପାଣି ଟାଙ୍କିରୁ ଡେଇଁ ଜୀବନ ଦେଲା; VIDEO ଭାଇରାଲ୍

ସୂଚନା ଅନୁସାରେ ଯେଉଁ ବ୍ୟକ୍ତିଙ୍କ ଟଙ୍କା ଚୋରି ହୋଇଛି ସେ ଜଣେ ଏୟାର ଫୋର୍ସ କର୍ମଚାରୀ । ତାଙ୍କର ଆସାମରେ ପୋଷ୍ଟିଂ ହୋଇଛି । ସେ କହିଛନ୍ତି ଯେ ସେ ଡାକଘରୁ ୩ ଲକ୍ଷ ୧୦ ହଜାର ଟଙ୍କା ଉଠାଇଥିଲେ । ଟଙ୍କାକୁ ନିଜ ସ୍କୁଟିର ଡିକ୍କିରେ ରଖି ସେ ଚାଲିଯାଇଥିଲା ।

ଏହା ବି ପଢ଼ନ୍ତୁ | କ୍ରିକେଟର୍ ମନୋଜ ତିୱାରୀ TMCରେ ଯୋଗଦେବେ; କହିଲେ ‘‘ଦିଦିଙ୍କୁ ଏକୁଟିଆ ଛାଡ଼ି ହେବ ନାହିଁ’’

ତାଙ୍କ କହିବାନୁସାରେ ସେ ସ୍କୁଟି ରଖି ଔଷଧ ଦୋକାନକୁ ଯାଇ ୭୦ ଟଙ୍କାର କଣ୍ଡୋମ କିଣିଥିଲେ । ଦୋକାନକୁ ଯିବା ପୂର୍ବରୁ ସ୍କୁଟିର ଚାବି ଷ୍ଟାର୍ଟରରେ ଛାଡି଼ ଦେଇଥିଲେ । ସେ ମେଡିକାଲ ଷ୍ଟୋର୍‌ରୁ ଫେରିଲା ବେଳକୁ ଡିକ୍କି ଖୋଲି କେହି ସେହି ଟଙ୍କା ନେଇ ଚାଲିଯାଇଥିଲା ।

ସୂଚନା ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ଓ ତଦନ୍ତ ଆରମ୍ଭ କରିଥିଲା । ମେଡିକାଲ ଷ୍ଟୋରରେ ସିସିଟିଭି ଫୁଟେଜରେ କିନ୍ତୁ ଏହି ଘଟଣାର କୌଣସି ଦୃଶ୍ୟ ମିଳି ନ ଥିଲା । ଡିକ୍କି ଖୋଲା ଥିବା ଦେଖାଯାଉଥିଲା, କିନ୍ତୁ କିଏ ତାକୁ ଖୋଲିଲା ଓସେଥିରୁ କ’ଣ ନେଲା ତାହା ଦେଖାଯାଉ ନାହିଁ ।



ପୋଲିସ ଏବେ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ ପାଇବାକୁ ଚେଷ୍ଟା କରୁଛି ।
Published by: Anand Shankar Thankur Das
First published: February 26, 2021, 9:45 PM IST