କଳହର କରୁଣ ପରିଣତି: ପତ୍ନୀ ଓ ଶାଶୁ ମିଶି ଝାଡ଼ୁରେ ପିଟିଲେ, ତେଣୁ ସେ ଆତ୍ମହତ୍ୟା କଲେ

ମୃତକଙ୍କ ମା’ ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପତ୍ନୀ ଓ ଶାଶୁ ମିଶି ତାଙ୍କୁ ଝାଡ଼ୁରେ ପିଟିଥିଲେ ଓ ତାଙ୍କୁ ନିଜ ଝିଅକୁ ଦେଖା କରିବାକୁ ଦେଇ ନ ଥିଲେ । ଏହି ଘଟଣା ମା’ଙ୍କୁ ଜଣାଇବା ପରେ ୪୫ ବର୍ଷୀୟ ବ୍ୟକ୍ତି ଆତ୍ମହତ୍ୟା କରିଥିଲେ ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଅଲିପୁରଦ୍ୱାର: ଜଣେ ବ୍ୟକ୍ତିଙ୍କ ଆତ୍ମହତ୍ୟା ପଛରେ ତାଙ୍କ ପତ୍ନୀ ଓ ଶାଶୁଙ୍କ ମିଳିତ ଅତ୍ୟାଚାରର ବିବରଣୀ ସାମନାକୁ ଆସିଛି । ନିଜ ପତ୍ନୀ ଓ ଶାଶୁ ମିଶି ଏହି ୫୪ ବର୍ଷୀୟ ବ୍ୟକ୍ତିଙ୍କୁ ଝାଡ଼ୁରେ ପିଟିବା ପରେ ସେ ଫାଶି ଲଗେଇ ଆତ୍ମହତ୍ୟା କରିଛନ୍ତି ।

ଏହି ଘଟଣା ପଶ୍ଚିମ ବଙ୍ଗର ଅଲିପୁରଦ୍ୱାର ଜିଲ୍ଲାରେ ଘଟିଛି । ଶନିବାର ଦିନ ଆତ୍ମହତ୍ୟା କରିଥିବା ବ୍ୟକ୍ତି ସୌମିତ୍ର ଅଧିକାରୀଙ୍କ ଶରୀର ଶମୁକତାଲା ଥାନା ଅଞ୍ଚଳର ଯଶୋଦାଙ୍ଗା ଗ୍ରାମରେ ଥିବା ତାଙ୍କ ଘରର ସିଲିଂରୁ ଝୁଲୁଥିବା ଅବସ୍ଥାରେ ମିଳିଥିଲା ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି ।

ମୃତକ ସୌମିତ୍ରଙ୍କ ମା’ ଥାନାରେ ଲିଖିତ ଅଭିଯୋଗ କରି କହିଛନ୍ତି ଯେ ତାଙ୍କ ପତ୍ନୀ ଓ ଶାଶୁ ମିଶି ତାଙ୍କୁ ଝାଡ଼ୁରେ ପିଟିଥିଲେ । ସେ ଆହୁରି କହିଛନ୍ତି ଯେ ସୌମିତ୍ର ନିକଟସ୍ଥ ଉତ୍ତର ମଜିଦଖାନା ଗାଁରେ ଥିବା ତାଙ୍କ ଶ୍ୱଶୁରଘରକୁ ସକାଳେ ଯାଇଥିଲେ ଓ ସେଠାରେ ତାଙ୍କ ଶାଶୁ ଓ ପତ୍ନୀ ତାଙ୍କୁ ନିଜ ଝିଅକୁ ଦେଖା କରିବାକୁ ଦେଇ ନ ଥିଲେ ।

ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇ ନାହିଁ ।


ଅଭିଯୋଗ ଅନୁଯାୟୀ ସୌମିତ୍ର ଘରକୁ ଫେରିବା ପରେ ନିଜ ମା’ଙ୍କୁ ଏହି ସମଗ୍ର ଘଟଣା ବିଷୟରେ ଜଣାଇଥିଲେ । ତା’ପରେ ସେ ନିଜ ଶୋଇବା ଘରେ ପଶି ଭିତରୁ କବାଟ ବନ୍ଦ କରିଦେଇଥିଲେ । ସେ ବେଶ୍‌ କିଛି ସମୟ ଧରି ସେହି କୋଠରୀରୁ ନ ବାହାରିବାରୁ ତାଙ୍କ ମା’ ବ୍ୟସ୍ତ ହୋଇଥିଲେ ଓ ପଡ଼ୋଶୀମାନଙ୍କୁ ଡାକିଥିଲେ । ଲୋକେ କବାଟ ଭାଙ୍ଗିବା ପରେ ଦେଖାଯାଇଥିଲା ଯେ ସୌମିତ୍ରଙ୍କ ଶରୀର ଛାତରୁ ଝୁଲୁଛି ।

ଏହା ବି ପଢ଼ନ୍ତୁ: ଅଗଷ୍ଟ ୧ରୁ ଅନଲକ୍-୩ ଆରମ୍ଭ ହେବ; ଖୋଲିପାରେ ସିନେମା ହଲ୍; ଜିମ୍ ପାଇଁ ବି ଅନୁମତି ମିଳିପାରେ

ଏହା ବି ପଢ଼ନ୍ତୁ: ମୋବାଇଲର ଗୋଟେ କ୍ଲିକରେ ମିଳିବ ସବୁ ସାମଗ୍ରୀ; JioMart ଏବେ ଗୁଗଲ୍ ପ୍ଲେ ଷ୍ଟୋର୍ ଓ iOSରେ

ମୃତ ଦେହକୁ ପୋଷ୍ଟମର୍ଟମ ପରୀକ୍ଷା ପାଇଁ ପଠାଯାଇଛି। ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇ ନାହିଁ ବୋଲି ପୋଲିସ ଅଧିକାରୀ କହିଛନ୍ତି । ତେବେ ମୃତକଙ୍କ ପତ୍ନୀ ଓ ଶାଶୁଙ୍କ ସହ ପୋଲିସ ପଚରାଉଚରା ଆରମ୍ଭ କରିଥିବା ଜଣାପଡ଼ିଛି ।

ଧ୍ୟାନ ଦିଅନ୍ତୁଯଦି ଆପଣ ବା ଆପଣ ଜାଣିଥିବା କୌଣସି ବ୍ୟକ୍ତି କୌଣସି ବି କାରଣରୁ ଖୁବ୍‌ ଦୁଃଖ ଅନୁଭବ କରୁଛନ୍ତି ଓ  ସାହାଯ୍ୟ ଲୋଡ଼ୁଛନ୍ତି, ତାହେଲେ ନିମ୍ନଲିଖିତ ଯେକୌଣସି ହେଲ୍ପଲାଇନକୁ କଲ୍‌ କରନ୍ତୁ: ଆସ୍ରା (ମୁମ୍ବାଇ) 022-27546669, ସ୍ନେହା (ଚେନ୍ନାଇ) 044-24640050, ସୁମୈତ୍ରୀ (ଦିଲ୍ଲୀ) 011-23389090, କୁଜ (ଗୋଆ) 0832- 2252525, ଜୀବନ (ଜାମସେଦପୁର) 065-76453841, ପ୍ରତୀକ୍ଷା (କୋଚି) 048-42448830, ମୈତ୍ରୀ (କୋଚି) 0484-2540530, ରୋଶନି (ହାଇଦ୍ରାବାଦ) 040-66202000, ଲାଇଫ୍ ଲାଇନ୍ 033-64643267 (କୋଲକାତା) ।



ଦୟାକରି ଦୁଇ ମିନିଟ ସମୟ ଦେଇ ଉପରେ ଥିବା ଏହି ସର୍ଭେରେ ଭାଗ ନିଅନ୍ତୁ
Published by:Anand Shankar Thankur Das
First published: