ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଶାଳୀ ସହ ସମ୍ପର୍କ ରଖିବାକୁ ଚାହୁଁଥିଲା; ତା’ ବିବାହ ଠିକ୍ ହେବାରୁ ମୁହଁରେ ଏସିଡ୍ ପକେଇଦେଲା

ଶାଳୀ ସହ ସମ୍ପର୍କ ରଖିବାକୁ ଚାହୁଁଥିଲା; ତା’ ବିବାହ ଠିକ୍ ହେବାରୁ ମୁହଁରେ ଏସିଡ୍ ପକେଇଦେଲା

ଯୁବତୀର ଚିତ୍କାର ଶୁଣି ପରିବାର ଲୋକଙ୍କ ଆଖି ଖୋଲିଥିଲା ଓ ସେମାନେ ଦେଖିଥିଲେ ଯେ ତାଙ୍କ ଝିଅର ମୁହଁରେ ଏସିଡ୍ ପକାଯାଇଛି । ଏତିକି ବେଳେ ଅଭିଯୁକ୍ତ ଯୁବକ ବାହାରୁ କବାଟ ବନ୍ଦ କରି ଘରୁ ଖସି ପଳାଇ ଯାଇଥିଲା ।

ଶାଳୀ ସହ ସମ୍ପର୍କ ରଖିବାକୁ ଚାହୁଁଥିଲା; ତା’ ବିବାହ ଠିକ୍ ହେବାରୁ ମୁହଁରେ ଏସିଡ୍ ପକେଇଦେଲା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: December 29, 2020, 8:05 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଗାଜିଆବାଦ: ନିଜ ଶାଳୀ ଏହି ଯୁବକକୁ ଏତେ ଭଲ ଲାଗୁଥିଲା ଯେ ତା’ ବଡ଼ ଭଉଣୀକୁ ବାହା ହେବାର ଛଅ ବର୍ଷ ପରେ ସେ ତା’ ସହ ସମ୍ପର୍କ ରଖି ତାକୁ ବାହା ହେବାକୁ ଇଚ୍ଛା ପ୍ରକାଶ କରିଥିଲା । ହେଲେ ତାହା ହୋଇ ନ ପାରିବାରୁ ସେ ତା’ ସହ ଅମାନୁଷିକ କାଣ୍ଡ କଲା । ତା’ ମୁହଁ ଉପରେ ଏସିଡ୍‌ ପକାଇ (acid attack) ତାକୁ ଭୀଷଣ ଆହତ କରିଦେଲା ।

ଏହି ଘଟଣା ଘଟିଛି ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାର ମୁରାଦନଗର ଅଞ୍ଚଳରେ । ଏସିଡ୍ ଆକ୍ରମଣ କରି ଯୁବତୀକୁ ଆହତ କରିଥିବା ସେହି ଯୁବକକୁ ପୋଲିସ ଗିରଫ କରିଛି । ପୋଲିସର ସୂଚନା ଅନୁସାରେ ଏହି ଘଟଣା ଘଟାଇଥିବା ଅଭିଯୁକ୍ତ ହେଉଛି ଆହତ ଯୁବତୀର ଭିଣୋଇ ସିରାଜ, ପୂରା ନାମ ସିରାଜୁଦ୍ଦିନ।

ଏହା ବି ପଢ଼ନ୍ତୁ | ଭୁବନେଶ୍ରରେ ବ୍ୟବସାୟୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ଗିରଫ ହେଲେ ଜଣ ମିଛ ସାମ୍ବାଦିକ

ସିରାଜୁଦ୍ଦିନ ଆହତ ଯୁବତୀର ବଡ଼ ଭଉଣୀଙ୍କୁ ଛଅ ବର୍ଷ ପୂର୍ବେ ବିବାହ କରିଥିଲା । କୁହାଯାଉଛି ଯେ ସେ ନିଜ ଶାଳୀ ଉପରେ ପ୍ରଥମରୁ ଖରାପ ନଜର ରଖିଥିଲା । କିଛି ଲୋକଙ୍କ କହିବା ଅନୁସାରେ ସେ ନିଜ ଶାଳୀ ସହ ସମ୍ପର୍କ ରଖିଥିଲା ଓ ତାକୁ ବିବାହ କରିବାକୁ କ୍ରମାଗତ ଭାବେ ତା’ ଉପରେ ଚାପ ପକାଉଥିଲା । ଏହି ଯୁବତୀଙ୍କ ବିବାହ ଦୁଇ ମାସ ପରେ ହେବାର ସ୍ଥିର ହୋଇଥିଲା ।

ଶାଳୀ ନିଜ ଘରେ ଶୋଇଥିବା ବେଳେ ଭୋର୍‌ ଭୋର୍‌ ସିରାଜ ଆସି ପହଞ୍ଚିଲା ଓ ତା’ ମୁହଁ ଉପରେ ଏସିଡ୍ ପକାଇ ତା’ ମୁହଁ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ପୀଡିତା ଯୁବତୀର ଚିତ୍କାର ଶୁଣି ପରିବାର ଲୋକଙ୍କ ଆଖି ଖୋଲିଥିଲା ଓ ସେମାନେ ଦେଖିଥିଲେ ଯେ ତାଙ୍କ ଝିଅର ମୁହଁରେ ଏସିଡ୍ ପକାଯାଇଛି । ଏହି ସମୟରେ ଅଭିଯୁକ୍ତ ବାହାରୁ କବାଟ ବନ୍ଦ କରି ଖସି ପଳାଇ ଯାଇଥିଲା ।

ଏହା ବି ପଢ଼ନ୍ତୁ ବାଲେଶ୍ରରେ ନିଶାସକ୍ତ ଅବସ୍ଥାରେ ମାସର ଶିଶୁ କନ୍ୟାର ହାତକୁ ହାଣି ଦୁଇ ଖଣ୍ଡ କରିଦେଲା ପଡ଼ୋଶୀ

ଯୁବତୀର ପରିବାର ସଦସ୍ୟମାନେ ଜୋରରେ ପାଟି କରି ପଡୋଶୀମାନଙ୍କୁ ଡାକିଥିଲେ ଓ କବାଟ ଖୋଲାଇଥିଲେ । ଏହା ପରେ ଯୁବତୀଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ତାଙ୍କ ଗୁରୁତର ଅବସ୍ଥା ଦେଖି ତାଙ୍କୁ ଦିଲ୍ଲୀର ଏକ ହସପିଟାଲକୁ ପଠାଯାଇଥିଲା ।

ଏହା ବି ପଢ଼ନ୍ତୁ | ଗଞ୍ଜାମରେ ମଧ୍ୟ ପ୍ରଦେଶ ବାସିନ୍ଦା ଗୁପଚୁପ୍ ବିକାଳିଙ୍କ ଉପରେ ଗୁଳି ମାଡ଼ ହେଲା; ଗୁରୁତର ଆହତ

ଯୁବତୀଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି । ତାଙ୍କ ବିବାହ ଦୁଇ ମାସ ପରେ ହେବାର ଥିଲା । ତାଙ୍କ ମାଆଙ୍କ ବୟାନ ଆଧାରରେ ପୋଲିସ ଏକ ଏତାଲା ଦାଖଲ କରିଥିଲା । ମୀରଟ ବାସିନ୍ଦା ସିରାଜର ଘରେ ବିଳମ୍ବିତ ରାତିରେ ପହଞ୍ଚି ତାକୁ ଗିରଫ କରିଥିଲା ।



‘‘ଅଭିଯୁକ୍ତ ଯୁବକ ନିଜ ଶାଳୀ ଉପରେ ଖରାପ ନଜର ରଖିଥିଲା । ସେ ତା’ ସହ ସମ୍ପର୍କ ରଖିବାକୁ ଓ ତାକୁ ବିବାହ କରିବାକୁ ତା’ ଉପରେ ଚାପ ପକାଉଥିଲା । ହେଲେ ଶାଳୀର ବିବାହ ଅନ୍ୟତ୍ର ନିଶ୍ଚିତ ହେବା ପରେ ସେ ତା’ ବିବାହ ରୋକିବା ପାଇଁ ଓ ତାକୁ ଦଣ୍ଡ ଦେବା ପାଇଁ ଏମିତି କା୍ଡ ଭିଆଇଥିଲା । ସେ ଗିରଫ ହୋଇଛି,’’ କହିଛନ୍ତି ଏସ୍‌.ପି. (ଗ୍ରାମୀଣ) ଡଃ ଇରାଜ୍‌ ରାଜା ।
Published by: Anand Shankar Thankur Das
First published: December 29, 2020, 8:05 PM IST