ଝିଅକୁ ବଳାତ୍କାର ଓ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିବା ପିତା ନିର୍ଦ୍ଦୋଷରେ ଖଲାସ ହେଲା

ନିଜ ବୟଫ୍ରେଣ୍ଡ ସହ ଘରୁ ଲୁଚି଼ ପଳାଇଥିବା ଝିଅଟିକୁ ତା’ ବାପା ଓ ତାଙ୍କର ଜଣେ ବନ୍ଧୁ ଧରିଆଣିବା ପରେ ବଳାତ୍କାର କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।

ଝିଅକୁ ବଳାତ୍କାର ଓ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିବା ପିତା ନିର୍ଦ୍ଦୋଷରେ ଖଲାସ ହେଲା
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ମହାରାଷ୍ଟ୍ରରେ ନିଜ ଝିଅ ସହ ବଳାତ୍କାର ଓ ତା’ପରେ ହତ୍ୟା କରିବା ଆରୋପ ଲାଗିଥିବା ଜଣେ ବ୍ୟକ୍ତିକୁ ପ୍ରମାଣ ଅଭାବରୁ କୋର୍ଟ ଖଲାସ କରିଦେଇଛି । ତାଙ୍କ ଝିଅ ନିଜ ବୟଫ୍ରେଣ୍ଡ ସହ ଲୁଚି଼ ପଳାଇ ଯିବା ପରେ ତାକୁ ଧରି ତା’ ସହ ଏହି କୁକୃତ୍ୟ କରିଥିବା ଅଭିଯୋଗରେ ଏହି ବ୍ୟକ୍ତି ଓ ଅନ୍ୟ ଅଭିଯୁକ୍ତ ୨୦୧୩ରେ ଗିରଫ ହୋଇଥିଲେ ।

ଠାଣେର ଏକ କୋର୍ଟ ଏହି ମାମଲାର ବିଚ଼ାର ସାରି ମୃତ କିଶୋରୀ ଝିଅଟିର ବାପାଙ୍କୁ ଓ ଏହି ମାମଲାର ଅନ୍ୟ ଅଭିଯୁକ୍ତମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛି ।

ପ୍ରସେକ୍ୟୁସନ ଅନୁସାରେ ଝିଅଟିର ପିତା ଓ ତାଙ୍କର ଦୁଇ ଜଣ ବନ୍ଧୁ ଘରୁ ଲୁଚି଼ ପଳାଇଥିବା ଝିଅ ଓ ତା’ ବୟଫ୍ରେଣ୍ଡକୁ ଅକ୍ଟୋବର ୨୦୧୩ରେ କାଶ୍ମୀରା ଅଞ୍ଚଳରୁ ଆଣି ରଖିଥିଲେ । ତା’ପରେ ଦୁଇ ଜଣଙ୍କୁ ସେମାନେ ସଞ୍ଜୟ ଗାନ୍ଧୀ ନ୍ୟାସନାଲ ପାର୍କକୁ ନେଇଥିଲେ । ସେଠାରେ ତା‘ର ପିତା ଓ ତାଙ୍କର ଜଣେ ବନ୍ଧୁ ଝିଅଟିକୁ ଗଣବଳତ୍କାର କରିବା ପରେ ତା’ର ତଣ୍ଟି ଚି଼ପି ହତ୍ୟା କରିଥିଲେ । ପରେ ଦୁଇ ଅଭିଯୁକ୍ତ ମୃତ ଦେହକୁ ଏକ ବୁଦା ଭିତରେ ଲୁଚ଼ାଇ ରଖିଥିଲେ ବୋଲି ଓକିଲ କୋର୍ଟକୁ କହିଥିଲେ ।

ଶୁକ୍ରବାର ଦିନ ବିଚ଼ାରପତି ପି.ପି ଜାଦବଙ୍କ ନିଜ ଆଦେଶରେ ଝିଅଟିର ବାପା ଓ ତାଙ୍କ ବନ୍ଧୁଙ୍କୁ ଆଇପିସି (IPC) ଓ ପ୍ରେଟେକ୍ସନ ଅଫ ଚି଼ଲ୍ଡ୍ରେନ ଫ୍ରମ ସେକ୍ସୁଆଲ ଅଫେନ୍ସ (POSCO) ଅଧିନିୟମର ଧାରାରେ ଚାଲିଥିବା ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଦେଇଥିଲେ । ବିଚାରପତି କହିଥିଲେ ଯେ ପ୍ରସିକ୍ୟୁସନ ମାମଲାକୁ ପ୍ରମାଣ କରିବାରେ ବିଫଳ ହୋଇଛି ।

ପ୍ରତିରକ୍ଷା ପକ୍ଷର ଓକିଲ ରାମରାଓ ଜଗତାପ କହିଛନ୍ତି ଯେ ଦୁଇ ଜଣ ଅଭିଯୁକ୍ତଙ୍କୁ କୋର୍ଟ ସନ୍ଦେହର ଲାଭ ଦେଇ ଖଲାସ କରିଛି । ଯେଉଁଠି ଝିଅଟିକୁ ହତ୍ୟା କରାଯାଇଥିଲା ସେଠାରେ ପ୍ରତକ୍ଷ୍ୟଦର୍ଶୀ ନ ଥିବା ଓ ଅଭିଯୁକ୍ତମାନେ ଶେଷ ଥର କେଉଁଠି ଦେଖାଯାଇଥିଲେ ସେ ବିଷୟରେ ସଂଶୟ ଯୋଗୁଁ ପ୍ରସେକ୍ୟୁସନ୍‌ ମାମଲାକୁ ପ୍ରମାଣ କରିବାରେ ବିଫଳ ହୋଇଥିଲା ।
First published: March 9, 2020, 7:24 PM IST
corona virus btn
corona virus btn
Loading